ଲକ୍‌ଡାଉନ୍‌ରେ ଛାତ ଉପରେ କିଚେନ ଗାର୍ଡେନ କଲେ ଜିଲ୍ଲା ପରିଷଦ ସଭ୍ୟ

ଜଳେଶ୍ୱର (ଅଜିତ ଦାସ): କରୋନା ପାଇଁ ଚାଲିଥିବା ଲକ୍‌ଡାଉନ୍‌କୁ ଚାରି ମାସ ପୁରି ଗଲାଣି। ଏହାରି ଭିତରେ ସମସ୍ତେ ଘରେ ଏକ ପ୍ରକାର ଗୃହବନ୍ଦୀ  ହୋଇ ଅଛନ୍ତି। ତା’ ଭିତରେ କେହି କେହି ଲୁଡୁ, ତାସ ପାଲି ଖେଳି ସମୟ କଟାଉଛି ତ ଆଉ କିଏ ପୁଣି ଟିଭି ଦେଖି,ରୋଷେଇ କରି ସମୟ ବିତାଉଛନ୍ତି। କିନ୍ତୁ ବଳିଆପାଳ ବ୍ଲକର ୨୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ରବୀନ୍ଦ୍ର ନାଥ ଅଣ୍ଡିଆ ଓ ତାଙ୍କ ସ୍ତ୍ରୀ ଜୟ […]

1288888888888888

Tapaswini Nayak
  • Published: Thursday, 23 July 2020
  • , Updated: 23 July 2020, 01:38 PM IST

ଜଳେଶ୍ୱର (ଅଜିତ ଦାସ): କରୋନା ପାଇଁ ଚାଲିଥିବା ଲକ୍‌ଡାଉନ୍‌କୁ ଚାରି ମାସ ପୁରି ଗଲାଣି। ଏହାରି ଭିତରେ ସମସ୍ତେ ଘରେ ଏକ ପ୍ରକାର ଗୃହବନ୍ଦୀ  ହୋଇ ଅଛନ୍ତି। ତା’ ଭିତରେ କେହି କେହି ଲୁଡୁ, ତାସ ପାଲି ଖେଳି ସମୟ କଟାଉଛି ତ ଆଉ କିଏ ପୁଣି ଟିଭି ଦେଖି,ରୋଷେଇ କରି ସମୟ ବିତାଉଛନ୍ତି। କିନ୍ତୁ ବଳିଆପାଳ ବ୍ଲକର ୨୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ରବୀନ୍ଦ୍ର ନାଥ ଅଣ୍ଡିଆ ଓ ତାଙ୍କ ସ୍ତ୍ରୀ ଜୟ ଲକ୍ଷ୍ମୀ କରୋନା କଟକଣା ଓ ଲକ୍‌ଡାଉନ୍ ନିୟମକୁ ମାନି ଘରେ ରହୁଛନ୍ତି। ହେଲେ ନିଜର ବଳକା ସମୟକୁ ବିନିଯୋଗ କରି ଚାରି ମାସ ମଧ୍ୟରେ ନିଜ ଘର ଛାତ ଉପରେ ସୃଷ୍ଟି କରିଛନ୍ତି ଏକ ‘କିଚେନ ଗାର୍ଡେନ’।

ଯେଉଁଥିରେ ରହିଛି ବାଇଗଣ, କଲରା, ସଲରା, ଲଙ୍କା, ଭେଣ୍ଡି,ପୋଇ, ଝୁଡ଼ଙ୍ଗ,ଲାଉ, ଜହ୍ନି,କାକୁଡି ଓ ଅଦା ଭଳି ବିଭିନ୍ନ କିସମର ପରିବା ସହ ବିଭିନ୍ନ ପ୍ରକାର ଫୁଲ ଗଛ ଓ ଔଷଧ ଗଛ। ନିଜ ଘରର ଛାତ ଉପରେ ପ୍ଲାଷ୍ଟିକ ଡ୍ରମ, ଅଖାବୁରାକୁ ବ୍ୟବହାର କରି ସେଥିରେ ଖତ, ମାଟି ଭରି ସେଠାରେ ବିଭିନ୍ନ  ପନି ପରିବା, ଫୁଲ ଗଛ ଓ ଔଷଧୀୟ ଗଛ ଚାଷ କରିଛନ୍ତି। ସେହି କିଚେନ ଗାର୍ଡେନରୁ ଫଳୁଥିବା ତାଜା ପନିପରିବା ଆଣି ଘରେ ରୋଷେଇ କରୁଛନ୍ତି। ବଳକା ପନିପରିବାକୁ ସାଇ ପଡ଼ିଶା ଅସହାୟ ଲୋକଙ୍କୁ ବାଣ୍ଟି ଦେଉଛନ୍ତି।

ଯାହା ରବୀନ୍ଦ୍ର ନାଥ ଅଣ୍ଡିଆଙ୍କୁ ନୂଆ ପରିଚୟ ଦେବା ସହ ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି। ଏଥିରେ ତାଙ୍କ ସ୍ତ୍ରୀ ଓ କୁନି ପୁଅ ଝିଅଙ୍କର ମଧ୍ୟ ବେଶ ଭୂମିକା ରହିଛି।

ଜିଲ୍ଲା ପରିଷଦ ସଦସ୍ୟ ରବୀନ୍ଦ୍ର ନାଥ ଅଣ୍ଡିଆ କହିଛନ୍ତି,“ କରୋନା ପାଇଁ ଲକ୍‌ଡାଉନ୍‌ ଥିବା ବେଳେ କାମଧନ୍ଦା ସବୁ ବନ୍ଦ ହୋଇଗଲା। ଘରେ ବସି ରହିବାକୁ ଇଚ୍ଛା ହେଲାନାହିଁ। ଘର ଛାତ ଉପରେ କିଚେନ ଗାର୍ଡେନ କରିବାକୁ ମୁଣ୍ଡରେ ବୃଦ୍ଧି ଜୁଟିଲା। ଜୈବକ ପଦ୍ଧତିରେ ଛାତ ଉପରେ ମୁଁ କିଚେନ ଗାର୍ଡେନ କଲି। ଛାତ ଉପରେ କିଚେନ ଗାର୍ଡେନ କରିବା ଯୋଗୁ ଲକ୍‌ଡାଉନ୍‌ ସମୟରେ ମାର୍କେଟ ଯିବାକୁ ପଡ଼ିଲାନି। ସରକାରଙ୍କ ନିୟମ ମାନି ଘରେ ରହିଲୁ। ଘର ଛାତ ଉପରୁ ପନି ପରିବା ଆଣି ଖାଇଲୁ। ବାହାରକୁ ଯାଇ କାହା ସଂସ୍ପର୍ଶରେ ଆସୁ ନଥିବାର ଆମକୁ କରୋନା ଭୟ ରହିଲା ନାହିଁ।”

 

Related story