‘ଅବୈଧ ସମ୍ପର୍କ’ ପାଇଁ କୁକୁରକୁ ଘରୁ ତଡ଼ି ଦେଲେ ମାଲିକ

ଥିରୁଅନନ୍ତପୁରମ୍‌: ଆପଣ ଜାଣିଥିବେ, ଅବୈଧ ସମ୍ପର୍କକୁ ନେଇ ଆମ ଦେଶରେ ଅନେକ ନିୟମ କାନୁନ୍‌ ରହିଛି। ତେବେ ଏହା କେବଳ ମଣିଷମାନଙ୍କ ଉପରେ ଲାଗୁ କରାଯାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବ୍ୟକ୍ତି ଗୋଟିଏ କୁକୁର ଉପରେ ଅବୈଧ ସମ୍ପର୍କ ରଖିଥିବା ଅଭିଯୋଗ ଲଗାଇଛନ୍ତି। ଆଜ୍ଞା ହଁ, ଏହିପରି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା କେରଳର ଥିରୁଅନନ୍ତପୁରମ୍‌ରେ ଦେଖିବାକୁ ମିଳିଛି। ପଡ଼ୋଶୀ ଘରର କୁକୁର ସହିତ ‘ଅବୈଧ ସମ୍ପର୍କ’ ରଖିଥିବା କାରଣରୁ […]

dog

Puspanjali Panda
  • Published: Thursday, 25 July 2019
  • , Updated: 25 July 2019, 02:35 PM IST

ଥିରୁଅନନ୍ତପୁରମ୍‌: ଆପଣ ଜାଣିଥିବେ, ଅବୈଧ ସମ୍ପର୍କକୁ ନେଇ ଆମ ଦେଶରେ ଅନେକ ନିୟମ କାନୁନ୍‌ ରହିଛି। ତେବେ ଏହା କେବଳ ମଣିଷମାନଙ୍କ ଉପରେ ଲାଗୁ କରାଯାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବ୍ୟକ୍ତି ଗୋଟିଏ କୁକୁର ଉପରେ ଅବୈଧ ସମ୍ପର୍କ ରଖିଥିବା ଅଭିଯୋଗ ଲଗାଇଛନ୍ତି। ଆଜ୍ଞା ହଁ, ଏହିପରି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା କେରଳର ଥିରୁଅନନ୍ତପୁରମ୍‌ରେ ଦେଖିବାକୁ ମିଳିଛି। ପଡ଼ୋଶୀ ଘରର କୁକୁର ସହିତ ‘ଅବୈଧ ସମ୍ପର୍କ’ ରଖିଥିବା କାରଣରୁ ଜଣେ ‍‍ବ୍ୟକ୍ତି ତାଙ୍କର ୩ ବର୍ଷର ପୋଷା କୁକୁରକୁ ଘରୁ ବାହାର କରି ଦେଇଛନ୍ତି।

କେବଳ ସେତିକି ନୁହେଁ, ଘରୁ ବାହାର କରିବା ବେଳେ ସେ କୁକୁର ଦେହରେ ଏକ ଲେଖା ମଧ୍ୟ ଛାଡ଼ିଥିଲେ। ସେ ଲେଖିଥିଲେ,‘ଏହା ଏକ ବହୁତ ଭଲ କୁକୁର। ଏହାର ଭଲ ଅଭ୍ୟାସ ମଧ୍ୟ ରହିଛି। ସେ ଅଧିକ ଖାଦ୍ୟ ଆବଶ୍ୟକ କରେ ନାହିଁ। ପାଞ୍ଚ ଦିନରେ ଥରେ ଗାଧୋଇ ଥାଏ। କ୍ଷୀର, ବିସ୍କୁଟ ଓ ଅଣ୍ଡା ଖାଇଥାଏ। ଆମେ ତାକୁ ଘରୁ ବାହାର କରି ଦେଇଛୁ। କାରଣ ସେ ପଡ଼ୋଶୀ ଘରର କୁକୁର ସହିତ ଅବୈଧ ସମ୍ପର୍କ ରଖୁଥିବା ଆମେ ଦେଖିବାକୁ ପାଇଥିଲୁ।’

https://twitter.com/ANI/status/1153759930303877120

କୁକୁରଟି ବଜାରରେ ଏଣେ ତେଣେ ବୁଲୁଥିବା ବେଳେ ଜଣେ ବ୍ୟକ୍ତି ତାକୁ ଦେଖିଥିଲେ ଓ ତା’ ମାଲିକ ତା’ ସହିତ ଛାଡ଼ିଥିବା ଲେଖାଟିକୁ ପଢ଼ିଥିଲେ।  ଏହାପରେ ସେ ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ଏନ୍‌ଜିଓକୁ ଫୋନ୍‌ କରିଥିଲେ ଓ କୁକୁରଟିକୁ ନେଇ ସେଠାରେ ଛାଡ଼ି ଦେଇଥିଲେ। କୁକୁରଟି ହ୍ୱାଇଟ୍‌ ପୋମେରିଆନ୍‌ ପ୍ରଜାତିର ବୋଲି ଜଣାପଡ଼ିଛି। ତେବେ ଏନ୍‌ଜିଓ କର୍ତ୍ତୃପକ୍ଷ ଆଶା ରଖିଛନ୍ତି ଯେ ଏହି କୁକୁରଟିର ମାଲିକ ତାକୁ ଫେରାଇ ନେବା ପାଇଁ ନିଶ୍ଚିତ ଆସିବେ।

 

 

Related story