Advertisment

ଦେଶର ପ୍ରଥମ ମହିଳା ମେରାଇନ୍‌ ଇଞ୍ଜିନିୟରଙ୍କ କାହାଣୀ

ନୂଆଦିଲ୍ଲୀ: ସୋନାଲିଙ୍କୁ ସବୁବେଳେ ସମୁଦ୍ର ଭଲ ଲାଗୁଥିଲା। ଖାଲି ସମୁଦ୍ର ତଟ ନୁହେଁ, ପୂରା ସମୁଦ୍ର ବୁଲିବାକୁ ତାଙ୍କର ଇଚ୍ଛା ଥିଲା। ଯେତେବେଳେ ବି ସେ ସମୁଦ୍ର କିମ୍ବା ସମୁଦ୍ର ପାଖରେ କୌଣସି ଜାହାଜ ଦେଖୁଥିଲେ, ସେ ତୁରନ୍ତ ତା’ଉପରେ ଚଢ଼ି ଫଟୋ ଉଠାଉଥିଲେ। ପିଲା ଦିନର ଏ ଖୁସି ତାଙ୍କ ମନରେ ଗୋଟେ ନିଆରା ନିଶା ଭରି ଦେଇଥିଲା। ଆଉ ଲକ୍ଷ୍ୟ କେବଳ ସେ ଚପଳ ମନରେ ଫଟୋ ଉଠାଇବାରେ ସୀମିତ ନରହି କାହିଁ କେତେ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଦେଶର ପ୍ରଥମ ମହିଳା ମେରାଇନ୍‌ ଇଞ୍ଜିନିୟରଙ୍କ କାହାଣୀ

sonalib

ନୂଆଦିଲ୍ଲୀ: ସୋନାଲିଙ୍କୁ ସବୁବେଳେ ସମୁଦ୍ର ଭଲ ଲାଗୁଥିଲା। ଖାଲି ସମୁଦ୍ର ତଟ ନୁହେଁ, ପୂରା ସମୁଦ୍ର ବୁଲିବାକୁ ତାଙ୍କର ଇଚ୍ଛା ଥିଲା। ଯେତେବେଳେ ବି ସେ ସମୁଦ୍ର କିମ୍ବା ସମୁଦ୍ର ପାଖରେ କୌଣସି ଜାହାଜ ଦେଖୁଥିଲେ, ସେ ତୁରନ୍ତ ତା’ଉପରେ ଚଢ଼ି ଫଟୋ ଉଠାଉଥିଲେ। ପିଲା ଦିନର ଏ ଖୁସି ତାଙ୍କ ମନରେ ଗୋଟେ ନିଆରା ନିଶା ଭରି ଦେଇଥିଲା। ଆଉ ଲକ୍ଷ୍ୟ କେବଳ ସେ ଚପଳ ମନରେ ଫଟୋ ଉଠାଇବାରେ ସୀମିତ ନରହି କାହିଁ କେତେ ଦୂର ବ୍ୟାପୀ ଯାଇଥିଲା। ସେଥିପାଇଁ ସେ ହୋଇପାରିଥିଲେ ଭାରତର ପ୍ରଥମ ମହିଳା ମେରାଇନ୍‌ ଇଞ୍ଜିନିୟର।

Advertisment

ଆହ୍ଲାବାଦରେ ଜନ୍ମଗ୍ରହଣ କରିଛନ୍ତି ସୋନାଲି। ମେରାଇନ୍‌ ଇଞ୍ଜିନିୟର ହେବାର ପ୍ରେରଣା ତାଙ୍କୁ ତାଙ୍କ ମଉସାଙ୍କଠୁ ମିଳିଥିଲା। ତାଙ୍କ ମଉସା ନୌସେନାରେ କାମ କରୁଥିଲେ। ମଉସାଙ୍କ ସହ ସେ ଯେବେ ବି କଥା ହେଉଥିଲେ ତାଙ୍କୁ ଭିନ୍ନ ଭିନ୍ନ ଦେଶ ଏବଂ ସମୁଦ୍ର ସହ ତାଙ୍କର ସମ୍ପର୍କ ବିଷୟରେ ଆଲୋଚନା କରୁଥିଲେ।

[caption id="attachment_426977" align="aligncenter" width="750"]publive-imageଏଇ କଲେଜ୍‌ରେ ପଢୁଥିଲେ ସୋନାଲି[/caption]

Advertisment

ସମୁଦ୍ରର କାହାଣୀ ଶୁଣି ବଡ଼ ହୋଇଥିବା ସୋନାଲି ମେରାଇନ୍‌ ଇଞ୍ଜିନିୟରିଂରେ ଚାରି ବର୍ଷର ବି.ଇ. କୋର୍ସ ପାଇଁ ଆବେଦନ କରିଥିଲେ। ୧୯୯୫ରେ କୋଲକତାର ତାରାତଲା ମେରାଇନ୍‌ ଇଞ୍ଜିନିୟରିଂ ରିସର୍ଚ୍ଚ ଇନ୍‌ଷ୍ଟିଟ୍ୟୁଟ୍ (ଏମ୍‌ଇଆର୍‌ଇ)ରେ ସେ ନାମ ଲେଖାଇଲେ। କିନ୍ତୁ ମହିଳା ହୋଇଥିବାରୁ ସୋନାଲିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। କାରଣ କଲେଜରେ ୧୫୦୦ ଶିକ୍ଷାର୍ଥୀଙ୍କ ମଧ୍ୟରେ ସେ ଥିଲେ ଏକ ମାତ୍ର ଝିଅ। କଲେଜ କର୍ତ୍ତୃପକ୍ଷ ଜଣେ ଛାତ୍ରୀଙ୍କୁ କେଉଁଠି ରଖିବେ କିଛି ଚିନ୍ତା କରିପାରୁ ନଥିଲେ। ଅନେକ ଆଲୋଚନା କରିବା ପରେ ତାଙ୍କୁ ଅଫିସର୍‌ଙ୍କ ପାଇଁ ଉଦ୍ଦିଷ୍ଟ କ୍ୱାର୍ଟର୍ସରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ୧୯୯୯ରେ ଅଗଷ୍ଟ ୨୭ ତାରିଖରେ ସେ ଭାରତର ପ୍ରଥମ ମହିଳା ମେରାଇନ୍‌ ଇଞ୍ଜିନିୟର ହୋଇ ଏମ୍‌ଇଆର୍‌ଇ ଶିକ୍ଷାନୁଷ୍ଠାନରୁ ବାହାରିଥିଲେ। ସେତେବେଳେକୁ ସୋନାଲିଙ୍କୁ ମାତ୍ର ୨୨ ବର୍ଷ ବୟସ ହୋଇଥିଲା।

publive-imageଏହାପରେ ମୋବିଲ ସିପିଙ୍ଗ କୋ ପକ୍ଷରୁ ସୋନାଲିଙ୍କୁ ୬ ମାସ ପାଇଁ ପ୍ର-ସି କୋର୍ସ ପାଇଁ ଚୟନ କରାଯାଇଥିଲା। ଏହି ସମୟରେ ସେ ସିଙ୍ଗାପୁର, ଶ୍ରୀଲଙ୍କା, ଥାଇଲାଣ୍ଡ, ହଙ୍ଗ କଙ୍ଗ, ଫିଜି ଏବଂ ଅଷ୍ଟ୍ରେଲିଆ ବୁଲିବାର ସୁଯୋଗ ପାଇଲେ। ଏହି ସମୟରେ ଘରଠୁ ଦୂରରେ ରହିବା ସୋନାଲିଙ୍କ ପରି ଏକ ଚ୍ୟାଲେଞ୍ଜ୍ ଥିଲା। କିନ୍ତୁ ସେ ଘରଠୁ ଦୂରରେ ରହି ତାଙ୍କ ପରିବାରକୁ ଗର୍ବିତ କରିବାକୁ ଚାହୁଁଥିଲେ। ଆଉ ତାହା ହିଁ ହେଲା।