Advertisment

ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ନାଁ ଅମ୍ଫାନ କାହିଁକି?

ଭୁବେନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭୂତାଣୁ ସଂକ୍ରମଣ ସଙ୍କଟ ସମୟରେ ଏବେ ଦେଶର ଅନେକ ରାଜ୍ୟ ପାଇଁ ମହାବାତ୍ୟା ବିପଦ ମାଡ଼ିଆସୁଛି। ବଙ୍ଗୋପସାଗର ମଧ୍ୟରେ ଆଜି ଦିନ ସାଢ଼େ ୧୧ଟାରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ସୁପର୍ ସାଇକ୍ଲୋନ୍ ବା ମହାବାତ୍ୟାର ରୂପ ନେଇସାରିଛି। ଏହା ଆସନ୍ତା କାଲି ସ୍ଥଳଭାଗ ଛୁଇଁବ। ତେବେ ପାଣିପାଗ ବିଭାଗ ପକ୍ଷରୁ ମହାବାତ୍ୟା ନେଇ ବିଭିନ୍ନ ପ୍ରକାର ଆଲର୍ଟ ଜାରି କରାଯାଉଛି। ଦିଲ୍ଲୀରୁ ଓଡ଼ିଶା ପର୍ଯ୍ୟନ୍ତ ଅନେକ ରାଜ୍ୟକୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି। […]

ଅଦ୍ୟତନ ହୋଇଛି
ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ନାଁ ଅମ୍ଫାନ କାହିଁକି?

amphan

Advertisment

ଭୁବେନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭୂତାଣୁ ସଂକ୍ରମଣ ସଙ୍କଟ ସମୟରେ ଏବେ ଦେଶର ଅନେକ ରାଜ୍ୟ ପାଇଁ ମହାବାତ୍ୟା ବିପଦ ମାଡ଼ିଆସୁଛି। ବଙ୍ଗୋପସାଗର ମଧ୍ୟରେ ଆଜି ଦିନ ସାଢ଼େ ୧୧ଟାରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ସୁପର୍ ସାଇକ୍ଲୋନ୍ ବା ମହାବାତ୍ୟାର ରୂପ ନେଇସାରିଛି। ଏହା ଆସନ୍ତା କାଲି ସ୍ଥଳଭାଗ ଛୁଇଁବ।

Advertisment

ତେବେ ପାଣିପାଗ ବିଭାଗ ପକ୍ଷରୁ ମହାବାତ୍ୟା ନେଇ ବିଭିନ୍ନ ପ୍ରକାର ଆଲର୍ଟ ଜାରି କରାଯାଉଛି। ଦିଲ୍ଲୀରୁ ଓଡ଼ିଶା ପର୍ଯ୍ୟନ୍ତ ଅନେକ ରାଜ୍ୟକୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି। ଏଥର ଏହି ଘୂର୍ଣ୍ଣିଝଡ଼କୁ ଅମ୍ଫାନ ନାମ ଦିଆଯାଇଛି। ଏହାକୁ ଥାଇଲାଣ୍ଡ ଦେଇଛି। ତେବେ କେଉଁ ପ୍ରକ୍ରିୟାରେ ସାମୁଦ୍ରିକ ଘୂର୍ଣ୍ଣଝଡ଼ର ନାମକରଣ ହୋଇଥାଏ, ଆସନ୍ତୁ ଜାଣିବା...

କୌଣସି ସାମୁଦ୍ରିକ ଘୂର୍ଣ୍ଣଝଡ଼ର ନାମକରଣ ଦିଆଯିବାରେ ଅମ୍ଫାନ ପ୍ରଥମ ଘୂର୍ଣ୍ଣିଝଡ଼ ନୁହେଁ। ଏହି ପ୍ରକ୍ରିୟା ୧୫ ବର୍ଷ ତଳୁ ଚାଲିଆସିଛି। ପ୍ରକୃତରେ ଆରବ ସାଗର ଏବଂ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ର ନାମ ଦିଆଯିବା ପରମ୍ପରା ୨୦୦୪ରୁ ଆରମ୍ଭ ହୋଇଛି। ନାମକରଣ ପ୍ରକ୍ରିୟା ଲାଗି ଏକ ତାଲିକା ପ୍ରସ୍ତୁତ କରାଗଲା। ଏହି ତାଲିକାରେ ୮ଟି ଦେଶକୁ ସାମିଲ କରାଗଲା।

Advertisment

ଯଦି ସାମୁଦ୍ରିକ ଝଡ଼ ଆସିବାର ସମ୍ଭାବନା ଦେଖାଦିଏ, ଏହି ୮ଟି ଦେଶ କ୍ରମାନୁସାରେ ୮ଟି ନାମ ଦେଇଥାନ୍ତି। ଯେତେବେଳେ ଯେଉଁ ଦେଶର ପାଳି ପଡ଼େ ସେହି ଦେଶ ପକ୍ଷରୁ ତାଲିକାରେ ଦିଆଯାଇଥିବା ନାମ ଅନୁସାରେ ସେହି ସାମୁଦ୍ରିକ ଝଡ଼ର ନାମକରଣ ହୋଇଥାଏ। ତେବେ ଏହି ତାଲିକାରେ ବାଂଲାଦେଶ, ଭାରତ, ମାଳଦ୍ୱୀପ, ମିଆଁମାର, ଓମାନ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡ। ପ୍ରତ୍ୟେକ ଦେଶ ୮ଟି ଲେଖାଏଁ ନାମ ଦେଇସାରିଛନ୍ତି। ଏହିଭଳି ୬୪ଟି ନାମ ପୂର୍ବରୁ ତାଲିକାରେ ରହିଛି। ଏଥର ସାମୁଦ୍ରିକ ଝଡ଼ର ନାମକରଣ କରିବାର ପାଳି ଥାଇଲାଣ୍ଡର ଥିଲା। ତାଲିକା ଅନୁସାରେ ଏହାର ନାମ ଅମ୍ଫାନ ରଖାଯାଇଛି।

ସୂଚନାଯୋଗ୍ୟ: ୨୦ ତାରିଖରେ ଅମ୍ଫାନ ପଶ୍ଚିମ ବଙ୍ଗର ଦୀଘା ଓ ବାଂଲାଦେଶର ହାଟିଆ ଦ୍ୱୀପ ଭିତରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଭାବେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରେ ଲ୍ୟାଣ୍ଡଫଲ୍ ହେବ, ତାହା ସ୍ପଷ୍ଟ ହୋଇନି।

ଅମ୍ଫାନ୍ ସ୍ଥଳଭାଗ ଛୁଇଁଲା ବେଳକୁ ପବନ ବେଗ ୧୫୫ରୁ ୧୮୫ କିମି ରହିବ। ଉପକୂଳ ଅଞ୍ଚଳରେ ବହୁ ମାତ୍ରାରେ କଚ୍ଚା ଘର ଭାଙ୍ଗିବ, ଗଛ ଉପୁଡ଼ିବ ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବ। ବୁଲବୁଲ ବାତ୍ୟା ଠାରୁ ଏହାର ପ୍ରଭାବ ଅଧିକ ରହିବ ବୋଲି ସୂଚନା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe