କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟା: ମନ ମୋହିଲା ଆସାମର ସତ୍ରୀୟା ଓ ଚାଲି ନୃତ୍ୟ

କୋଣାର୍କ: କୋଣାର୍କ ଉତ୍ସବର ଆଜି ଥିଲା ଦ୍ୱିତୀୟ ସଂଧ୍ୟା। ଆସାମର ସତ୍ରୀୟା ନୃତ୍ୟରୁ ଆରମ୍ଭ ହୋଇଥିଲା ଏହି ସନ୍ଧ୍ୟା। ଏଥିରେ ପ୍ରଥମ ପର୍ଯ୍ୟାୟରେ ଆସାମ କଳାକାରମାନେ ପରିବେଷଣ କରିଥିଲେ ଚାଲି ନୃତ୍ୟ। ପରେ ପରେ ଚନ୍ଦଲୀଳାରେ ତାଳ ଓ ଛନ୍ଦ ଓ ଶେଷରେ ଶ୍ରୀମଦ ଭାଗବତି ବର୍ଣ୍ଣିତ ନବଧା ଭକ୍ତିକୁ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ କଳାକାର। ସନ୍ଧ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ଦେଖିବାକୁ ମିଳିଥିଲା ଅହମଦାବାଦର ଓମ୍ ଆର୍ଟସ ଡ୍ୟାସ ଏକାଡମୀ କଳାକାରଙ୍କ ଦ୍ୱାରା ଓଡ଼ିଶୀ […]

assom dance

Rakesh Mallick
  • Published: Wednesday, 02 December 2015
  • , Updated: 27 April 2017, 05:28 PM IST

କୋଣାର୍କ: କୋଣାର୍କ ଉତ୍ସବର ଆଜି ଥିଲା ଦ୍ୱିତୀୟ ସଂଧ୍ୟା। ଆସାମର ସତ୍ରୀୟା ନୃତ୍ୟରୁ ଆରମ୍ଭ ହୋଇଥିଲା ଏହି ସନ୍ଧ୍ୟା। ଏଥିରେ ପ୍ରଥମ ପର୍ଯ୍ୟାୟରେ ଆସାମ କଳାକାରମାନେ ପରିବେଷଣ କରିଥିଲେ ଚାଲି ନୃତ୍ୟ। ପରେ ପରେ ଚନ୍ଦଲୀଳାରେ ତାଳ ଓ ଛନ୍ଦ ଓ ଶେଷରେ ଶ୍ରୀମଦ ଭାଗବତି ବର୍ଣ୍ଣିତ ନବଧା ଭକ୍ତିକୁ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ କଳାକାର। ସନ୍ଧ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ଦେଖିବାକୁ ମିଳିଥିଲା ଅହମଦାବାଦର ଓମ୍ ଆର୍ଟସ ଡ୍ୟାସ ଏକାଡମୀ କଳାକାରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ । ଶିଳ୍ପୀ ସୁପ୍ରଭା ମିଶ୍ର ଓ ସାଥୀ ନାରାୟଣୀ ସ୍ତୁତିରେ ଶକ୍ତିଙ୍କର ବିବିଧ ରୂପକୁ ମଞ୍ଚସ୍ଥ କରିଥିଲେ। ଶୀତୁଆ ସଂଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ ସାଂସ୍କୃତିକ ନୃତ୍ୟର ମଜା ଉଠାଉଛନ୍ତି ଦର୍ଶକ।

Related story