Advertisment

କୁଚିଣ୍ଡା: ଋଣବୋଝ ଚିନ୍ତାରେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ, ଜିଲ୍ଲା ପ୍ରଶାସନର ତଦନ୍ତ ଆରମ୍ଭ

କୁଚିଣ୍ଡା: ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଗୁଣ୍ଡୁରୁଚୂଆଁରେ ଋଣବୋଝ ସହି ନ ପାରି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି । ଧାନ ଚାଷରେ ରୋଗ ପୋକର ପ୍ରାଦୁର୍ଭାବ ବଢିଚାଳିଥିବାବେଳେ ୠଣ ପରିଶୋଧ ଓ ପରିବାର ଭରଣପୋଷଣ ଚିନ୍ତାରେ ବୁଧବାର ଗୁଣ୍ଡୁରୁଚୂଆଁ ଗାଁର ନଟବର ନାଏକ (୫୫) କୀଟନାଶକ ପିଇ ଆତ୍ମହତ୍ୟା କରିଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା ।ଗ୍ରାମବାସୀଙ୍କ ସମେତ କୁଚିଣ୍ଡା ବିଧାୟକ ରବିନାରାୟଣ ନାୟକ ତୁରନ୍ତ […]

କୁଚିଣ୍ଡା: ଋଣବୋଝ ଚିନ୍ତାରେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ, ଜିଲ୍ଲା ପ୍ରଶାସନର ତଦନ୍ତ ଆରମ୍ଭ

kuchinda

Advertisment

kuchindaକୁଚିଣ୍ଡା: ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଗୁଣ୍ଡୁରୁଚୂଆଁରେ ଋଣବୋଝ ସହି ନ ପାରି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି । ଧାନ ଚାଷରେ ରୋଗ ପୋକର ପ୍ରାଦୁର୍ଭାବ ବଢିଚାଳିଥିବାବେଳେ ୠଣ ପରିଶୋଧ ଓ ପରିବାର ଭରଣପୋଷଣ ଚିନ୍ତାରେ ବୁଧବାର ଗୁଣ୍ଡୁରୁଚୂଆଁ ଗାଁର ନଟବର ନାଏକ (୫୫) କୀଟନାଶକ ପିଇ ଆତ୍ମହତ୍ୟା କରିଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା ।ଗ୍ରାମବାସୀଙ୍କ ସମେତ କୁଚିଣ୍ଡା ବିଧାୟକ ରବିନାରାୟଣ ନାୟକ ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବା ସହ ଥଇଥାନ କରିବାକୁ ଦାବି କରିଛନ୍ତି । ଅଭିଯୋଗ ପାଇବା ପରେ ଉପଜିଲ୍ଲାପାଳଙ୍କ ସମେତ ତହସିଲଦାର ଓ କୃଷି ଅଧିକାରୀ ଗାଁକୁ ଯାଇ ତଦନ୍ତ କରିଛନ୍ତି ।kuchinda2

Advertisment

ମିଳିଥିବା ସୂଚନା ଅନୁସାରେ ମୃତ ନଟବର ନିଜର ୨ ଏକର ୫୦ ଡିସିମିଲ ଜମି ସହ ଆଉ କିଛି ଜମିରେ ଭାଗଚାଷ କରିଥିଲେ । ସେ ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କରୁ ୩୭ହଜାର ୫ଶହ ଟଙ୍କା ଋଣ କରିବା ସହ ବାହାରୁ ହାତଉଧାରି ଆଣିଥିଲେ । ତେବେ ଚାଷରେ ରୋଗପୋକ ଲାଗି ଯିବାରୁ ସେ ଚିନ୍ତିତ ହୋଇଯାଇଥିଲା । ୨ରୁ ୩ ଥର କୀଟନାଶକ ପ୍ରୟୋଗ କରିଥିଲେ ମଧ୍ୟ କିଛି ସୁଧାର ହୋଇ ନ ଥିଲା । ଏଥିରେ ସେ ଚିନ୍ତିତ ହୋଇପଡିବା ସହ ଋଣ ପରିଶୋଧ ଓ ପରିବାର ଚଳାଇବା ଚିନ୍ତାରେ ଘାରି ହେଉଥିଲେ । ମଙ୍ଗଳବାର ସେ ଚାଷ ଜମିରେ କୀଟନାଶକ ପକାଇବାକୁ ଘରୁ ଔଷଧ ନେଇ ପିଇ ଦେଇଥିଲେ । ଏବେ ମୃତ ନଟବରଙ୍କ ପତ୍ନୀଙ୍କ ସହ, ଦୁଇ ଝିଅ ଓ ମାତାପିତା ଅଛନ୍ତି । ସେମାନଙ୍କୁ ଥଇଥାନ କରାଯିବା ସହ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।kuchinda1

ମୃତ ନଟବରଙ୍କ ପତ୍ନୀ ପାର୍ବତୀ କହିଛନ୍ତି ପ୍ରତିଦିନ ଭଳି ଜମିରୁ ଆସି ମୁଣ୍ଡରେ ହାତଦେଇ ଘରେ ବସି ଫସଲ ଉଜୁଡି ଗଲା ଏବେ ପରିବାର କେମିତି ଚଳିବ ବୋଲି କହୁଥିଲେ । ଘଟଣାଦିନ ଔଷଧ ଜମିରେ ପକାଇବାକୁ ନେଇ ପିଇଦେଲେ । ଗ୍ରାମର ଆଲୋକ ପଟେଲ କହିଛନ୍ତି ସରକାର ନଟବରଙ୍କ ଋଣ ଛାଡ କରିବା ସହ ତାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଅନ୍ତୁ । ବିଧାୟକ ରବିନାରାୟଣ ନାୟକ ଏପରି ଚାଷୀ ମୃତ୍ୟୁ ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି । ସେ ଅଭିଯୋଗ କରିଛନ୍ତି, ଅଞ୍ଚଳରେ ରୋଗପୋକ ପ୍ରଦୁର୍ଭାବ ବଢିଥିଲେ ବି କୃଷୀ ବିଭାଗ ପକ୍ଷରୁ ନିରାକରଣ ଲାଗି କୌଣସି ପଦକ୍ଷେପ ନିଆଯାଇନାହିଁ । ମୃତ ନଟବରଙ୍କ ପରିବାରର ଭରଣପୋଷଣ ଲାଗି ସରକାର ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି । ଏ ନେଇ ଉପ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନଙ୍କୁ ପଚରାଯିବାରେ ସେ କହିଛନ୍ତି, ଅଭିଯୋଗ ପାଇବା ପରେ ତହସିଲଦାର ଓ କୃଷୀ ଅଧିକାରୀଙ୍କ ସହ ଗ୍ରାମକୁ ଯାଇ ଚାଷଜମି ପରିଦର୍ଶନ କରିଛନ୍ତି । ରେଢକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ହଜାର ଟଙ୍କା ଯୋଗାଇ ଦିଆଯାଇଛି । ସ୍ଥାନୀୟ ସରପଞ୍ଚଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇ ଦେବାକୁ କୁହାଯାଇଛି । ଘଟଣାର ତଦନ୍ତ ଚାଲିଛି । ଘଟଣାର ପ୍ରକୃତ କାରଣ ଜଣାପଡିବା ପରେ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବା ସହ ପରିବାର ଲୋକଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe