Advertisment

ସଫଳ ଚାଷୀ ମାଧବ ରାଓ

ରାୟଗଡ଼ା(ମନୋଜ ପାତ୍ର): କଥାରେ ଅଛି ‘ଚାଷ କାମ ଯାହାର କେତେ ସୁଖ ତାହାର’। ଏହି କଥାକୁ ସତ କରି ଦେଖାଇଛନ୍ତି ରାୟଗଡ଼ା ଜିଲ୍ଲା କତାପେଟା ପଞ୍ଚାୟତ ବୀରନାରାୟଣପୁର ଗାଁର ଚାଷୀ ମାଧବ ରାଓ ସାରକା। ତାଙ୍କର ପାଖାପାଖି ୪୦ ଏକର ଜମି ରହିଛି। ସେଥିରେ ସେ ଜୈବିକ ପ୍ରଣାଳୀରେ ଚାଷ କରି ପ୍ରଚୁର ଫଳ ଓ ପନିପରିବା ଉତ୍ପାଦନ କରୁଛନ୍ତି। ଏଥିସହ ଅନ୍ୟମାନଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି। ସେ ୪୦ ବର୍ଷ ତଳେ ପାଠ ଛାଡ଼ି ନିଜ […]

ସଫଳ ଚାଷୀ ମାଧବ ରାଓ

farmer

Advertisment

ରାୟଗଡ଼ା(ମନୋଜ ପାତ୍ର): କଥାରେ ଅଛି ‘ଚାଷ କାମ ଯାହାର କେତେ ସୁଖ ତାହାର’। ଏହି କଥାକୁ ସତ କରି ଦେଖାଇଛନ୍ତି ରାୟଗଡ଼ା ଜିଲ୍ଲା କତାପେଟା ପଞ୍ଚାୟତ ବୀରନାରାୟଣପୁର ଗାଁର ଚାଷୀ ମାଧବ ରାଓ ସାରକା। ତାଙ୍କର ପାଖାପାଖି ୪୦ ଏକର ଜମି ରହିଛି। ସେଥିରେ ସେ ଜୈବିକ ପ୍ରଣାଳୀରେ ଚାଷ କରି ପ୍ରଚୁର ଫଳ ଓ ପନିପରିବା ଉତ୍ପାଦନ କରୁଛନ୍ତି। ଏଥିସହ ଅନ୍ୟମାନଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି।

Advertisment

ସେ ୪୦ ବର୍ଷ ତଳେ ପାଠ ଛାଡ଼ି ନିଜ ପୈତୃକ ଜମିରେ ଚାଷ କାମ ଆରମ୍ଭ କରିଥିଲେ। ଏବେ ସେ ନିଜ ଜମିରେ ସୁନାର ଫସଲ ଫଳାଉଛନ୍ତି। ଫଳଗଛ ଠାରୁ ଆରମ୍ଭ କରି ଧାନ, ମାଣ୍ଡିଆ, ପନିପରିବା ଓ ଫୁଲ ଚାଷ କରୁଛନ୍ତି।  ସେ ବର୍ଷ ସାରା ଚାଷ କାମ କରିଥାନ୍ତି। ଆଉ ସେ ନିଜେ ମଧ୍ୟ କ୍ଷେତରେ କାମ କରିଥାନ୍ତି। ଏଥିସହ ସେ ତାଙ୍କ ଗାଁର ଲୋକଙ୍କୁ ବର୍ଷ ତମାମ କାମ ଯୋଗାଇଥାନ୍ତି। ମାଧବରାଓଙ୍କ ବିଶେଷତ୍ୱ ହେଲା ସେ ସଂପୂର୍ଣ୍ଣ ମାତ୍ରାରେ ଜିଆ ଓ ଗୋବର ଖତ ପ୍ରୟୋଗ କରି ଚାଷ କରିଥାନ୍ତି। କୌଣସି ରାସାୟନିକ ସାର ବ୍ୟବହାର କରନ୍ତି ନାହିଁ।publive-image

ଚାଷୀ ମାଧବରାଓ ସାରକା କହିଛନ୍ତି, “୧୯୭୮ ମସିହାରେ ଦଶମ ଶ୍ରେଣୀ ପଢ଼ି ସାରିଲା ପରେ ଏକାଦଶ ଶ୍ରେଣୀରେ ପଢ଼ିବା କଥା। ହେଲେ ପଢ଼ି ପାରି ନଥିଲି। ମୋ ବାପାଙ୍କ ବୃଦ୍ଧାବସ୍ଥା ହୋଇ ଯାଇଥିବାରୁ ମୁଁ ପାଠ ଛାଡ଼ି ଚାଷ ଉପରେ ଧ୍ୟାନ ଦେଲି। ଏବେ ପର୍ଯ୍ୟନ୍ତ ମୁଁ ଚାଷ କରି ଆସୁଛି। ମୁଁ ବର୍ତ୍ତମାନ ପନିପରିବା ଚାଷ ଠାରୁ ଆରମ୍ଭ କରି  ଫଳ, ଧାନ ମାଣ୍ଡିଆ, କପା, କାନ୍ଦୁଲ ଚାଷ କରି ମୋ ପରିବାର ପ୍ରତିପୋଷଣ କରୁଛି। ଜିଆ ଓ ଗୋବର ଖତ ବ୍ୟବହାର କରି ଜମିରେ ପ୍ରୟୋଗ କରେ। ଆଗକୁ ମୁଁ ଲକ୍ଷ୍ୟ ରଖିଛି ମୋ ପିଲାମାନେ ବି ଜୈବିକ ପଦ୍ଧିତିରେ ଚାଷ କରି ଲୋକଙ୍କୁ ଭଲ ଖାଦ୍ୟଶସ୍ୟ ଯୋଗାଇବେ।”

Advertisment

ମାଧବରାଓଙ୍କ  ଉତ୍ପାଦିତ ଫଳ ପନିପରିବାର ବେଶ୍‌ ଚାହିଦା ମଧ୍ୟ ରହିଛି। ଏହାସହ ସେ ଉନ୍ନତ କୃଷି କାର୍ଯ୍ୟ ପାଇଁ  ୨୦୧୮ ମସିହାରେ ଜଣେ ସଫଳ ଚାଷୀ ହିସାବରେ ରାଜ୍ୟସ୍ତରରେ ସମ୍ମାନିତ ହୋଇଛନ୍ତି। ଏଥିସହ ସେ ତିନି ବର୍ଷ ତଳେ ରାଜ୍ୟରେ ଆମ୍ୱ ଉତ୍ପାଦନରେ ପ୍ରଥମ ପୁରସ୍କାର ଲାଭ କରିଛନ୍ତି।publive-image

ତାଙ୍କ ଚାଷ ଜମିରେ କାମ କରୁଥିବା ଦେବୀ ବିଡ଼ିକା କହିଛନ୍ତି, “ମାଧବରାଓ ସାରକା ଜଣେ ଭଲ କୃଷକ। ସେ ପ୍ରତିବର୍ଷ ଚାଷ କରନ୍ତି। ତାଙ୍କ ଯୋଗୁ ଆମେ ବାହାରକୁ କାମ କରିବାକୁ ଯାଉ ନାହୁଁ। ତାଙ୍କ ପାଖରେ କାମ କରି ଦି ପିଇସା ରୋଜଗାର କରିପାରୁଛୁ।

ସ୍ଥାନୀୟ ବାସିନ୍ଦା ଚିନ୍ନା ହୁଇକା କହିଛନ୍ତି, “ସେ ଜୈବିକ ପଦ୍ଧତିରେ ଚାଷ କରନ୍ତି। ସେଥିପାଇଁ ଅଧିକାଂଶ ଲୋକ ତାଙ୍କ ପନିପରିବାକୁ ଭଲ ପାଆନ୍ତି। ଏଥିସହ ତାଙ୍କ ପାଖରେ କାମ କରୁଥିବା  ଲୋକଙ୍କୁ ସେ  ଠିକ୍‌ ସମୟରେ ମଜୁରୀ ମଧ୍ୟ ଦେଇଥାନ୍ତି।”

ଜିଲ୍ଲା ସହକାରୀ ଉଦ୍ୟାନ କୃଷି ଅଧିକାରୀ  ପ୍ରହଲ୍ଲାଦ ମାଝି କହିଛନ୍ତି, “ମାଧବ ରାଓ ଜଣେ ଉତ୍ତମ ଚାଷୀ। ସେ ବିଭିନ୍ନ ଫଳ ଓ ପନିପରିବା ଚାଷ କରିଛନ୍ତି। ସେ ତିନି ବର୍ଷ ତଳେ ଆମ୍ୱ ଚାଷ ପାଇଁ ପୁରସ୍କାର ପାଇଥିଲେ। ଯେତେବେଳେ ଯେଉଁ ସୁବିଧା ଆସେ ଆମେ ତାଙ୍କୁ ସାହାଯ୍ୟ କରୁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe