ପାଇଖାନା ପାଇଁ ତିନି ଦିନ ଧରି ଗାତ ଖୋଳିଲେ ୭ ମାସର ଗର୍ଭବତୀ

୩୦ ବର୍ଷୀୟା ସୁଶୀଲା ଖୁର୍‌କୁଟେ ୭ ମାସର ଗର୍ଭବତୀ। ସେ ମହାରାଷ୍ଟ୍ରର ନନ୍ଦଗାଁଓର ବାସିନ୍ଦା। ନିଜ ପାଇଁ ପାଇଖାନା ତିଆରି କରିବାକୁ ଲଗାତାର ତିନି ଦିନ ଧରି ଗାତ ଖୋଳି ସେ ଏବେ ଚର୍ଚ୍ଚାରେ। ସେ ତାଙ୍କ ଘର ବାହାରେ ଏକ ପଥୁରିଆ ପଡ଼ିଆରେ ଶାବଳ, ଫାଉଡ଼ାରେ ଗାତ ଖୋଳିବା ଆରମ୍ଭ କରିବା ପରେ ଗାଁ ଲୋକଙ୍କ ଦୃଷ୍ଟିକୁ ଆସିଥିଲେ। ଏପରିକି ସେ ଯେଉଁ ସ୍ଥାନରେ ଗାତ ଖୋଳୁଥିଲେ ସେଠାକୁ ଗାଁ ଲୋକ ବି ଯିବାଆସିବା କରନ୍ତି […]

shusila

Rakesh Mallick
  • Published: Thursday, 09 March 2017
  • , Updated: 09 March 2017, 11:40 AM IST

୩୦ ବର୍ଷୀୟା ସୁଶୀଲା ଖୁର୍‌କୁଟେ ୭ ମାସର ଗର୍ଭବତୀ। ସେ ମହାରାଷ୍ଟ୍ରର ନନ୍ଦଗାଁଓର ବାସିନ୍ଦା। ନିଜ ପାଇଁ ପାଇଖାନା ତିଆରି କରିବାକୁ ଲଗାତାର ତିନି ଦିନ ଧରି ଗାତ ଖୋଳି ସେ ଏବେ ଚର୍ଚ୍ଚାରେ।

ସେ ତାଙ୍କ ଘର ବାହାରେ ଏକ ପଥୁରିଆ ପଡ଼ିଆରେ ଶାବଳ, ଫାଉଡ଼ାରେ ଗାତ ଖୋଳିବା ଆରମ୍ଭ କରିବା ପରେ ଗାଁ ଲୋକଙ୍କ ଦୃଷ୍ଟିକୁ ଆସିଥିଲେ। ଏପରିକି ସେ ଯେଉଁ ସ୍ଥାନରେ ଗାତ ଖୋଳୁଥିଲେ ସେଠାକୁ ଗାଁ ଲୋକ ବି ଯିବାଆସିବା କରନ୍ତି ନାହିଁ।

ସୁଶୀଲାଙ୍କ ଏହି କାର୍ଯ୍ୟ କେନ୍ଦ୍ର ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟ ସଚିବ ପରମେଶ୍ୱର ଆୟାରଙ୍କ ଦୃଷ୍ଟିକୁ ଆସିଲା। ତା’ପରେ ସେ ସୁଶୀଲାଙ୍କ ଏପରି ସାହାସିକ କାର୍ଯ୍ୟକୁ ଟ୍ୱିଟ୍ କରି ଥିଲେ। ପ୍ରଶଂସା କରି ଆୟର ତାଙ୍କୁ ମହାରାଷ୍ଟ୍ରରେ ଖୋଲାରେ ମଳତ୍ୟାଗ ମୁକ୍ତ ପ୍ରକଳ୍ପର ଚେହେରା ଭାବେ ଅଭିହିତ କରିଥିଲେ।

ସ୍ଥାନୀୟ ପ୍ରଶାସନ  ଏ ଘଟଣା ସଂପର୍କରେ ଜାଣିବା ପରେ ସୁଶୀଲାଙ୍କୁ ପାଇଖାନା ନିର୍ମାଣ ଶେଷ କରିବା ପାଇଁ ସିମେଣ୍ଟ ଓ ଇଟା ଯୋଗାଇ ଦେଇଥିଲେ। ଏବେ ତାଙ୍କ ପାଇଖାନା ପ୍ରସ୍ତୁତ ହୋଇଯାଇଛି।

ଗତକାଲି ତାଙ୍କୁ ସ୍ୱଚ୍ଛ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଛି।

ପାଇଖାନା ହେଉଛି ଏକ ମୌଳିକ ଆବଶ୍ୟକତା। କିନ୍ତୁ ସୁଶୀଲା କେବେ ବି ପାଇଖାନା ବ୍ୟବହାର କରି ନ ଥିଲେ। ଯେତେବେଳେ ସେ ଛୁଆ ଥିଲେ ସେତେବେଳେ ପାଇଖାନା ବ୍ୟବହାର କରି ନ ଥିଲେ । ପୂର୍ବରୁ ସେ ଦୁଇ ଥର ଗର୍ଭବତୀ ହୋଇଥିଲେ। ସେତେବେଳେ ବି ସେ ପାଇଖାନା ବ୍ୟବହାର କରି ନ ଥିଲେ।

Related story