କେମିତି ପ୍ରସ୍ତୁତ ହୁଏ ପ୍ଲାଷ୍ଟିକ ଚାଉଳ ? ଦେଖନ୍ତୁ ଏହି ଭିଡିଓ

Ordigital Desk
  • Published: Saturday, 10 June 2017
  • , Updated: 10 June 2017, 05:19 PM IST
<p>ଏବେ ଖାଇବା ଥାଳିରେ ବିଷ। ରୋଷେଇ ଘରେ ଆତଙ୍କ ଖେଳାଉଛି ପ୍ଲାଷ୍ଟିକ ଚାଉଳ। ଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ପ୍ଲାଷ୍ଟିକ ଚାଉଳକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। କିଛି ଟଙ୍କାର ଲାଭ ପାଇଁ ବ୍ୟବସାୟୀ ମଧ୍ୟ ପ୍ଲାଷ୍ଟିକ ଚାଉଳ ବିକିବାକୁ ପଛାଉ ନାହାନ୍ତି। ବିଭିନ୍ନ ଗଣମାଧ୍ୟମ ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଓ ହିମାଚଳ ପ୍ରଦେଶ ଭଳି କେତକ ରାଜ୍ୟରେ ଏହି ପ୍ଲାଷ୍ଟିକ ଚାଉଳ ବେଧଡକ ବିକ୍ରି ଚାଲିଛି। ତେବେ ଏହା ଭିତରେ ଏପରି ଏକ ଭିଡିଓ ଭାଇରାଲ ହେଇଛି ଯାହାକୁ ଦେଖିଲା ପରେ ଭାତ ଥାଳି ପାଖରେ ବସିବା ପୂର୍ବରୁ ହଜାର ଥର ଚିନ୍ତା କରିବାକୁ ପଡିବ। ଚାଇନାର ଏକ କାରାଖାନରେ ପ୍ଲାଷ୍ଟିକ ଚାଉଳ ତିଆରି ହେଉଥିବାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ପ୍ଲାଷ୍ଟିକ ଚାଉଳର ପ୍ରସ୍ତୁତି ପ୍ରଣାଳୀ ଦେଖିବାକୁ ମିଳିଛି।</p> <p>[vc_video link=&quot;&quot; align=&quot;center&quot;]</p> <p>ଭିଡିଓ ଦୃଶ୍ୟ ଅନୁଯାୟୀ ଜଣେ ଯୁବକ କିଛି ପଲିଥିନକୁ ଏକ ମେସିନ ମଧ୍ୟରେ ପକାଉଛି। ମେସିନ ଭିତରେ ପଲିଥିନ୍ ତରଳିବା ସହ ପ୍ଲାଷ୍ଟିକ ପେଣ୍ଡୁଳାର ଆକାରର ହୋଇ ବାହାରକୁ ଆସୁଛି। ଅନ୍ୟ ଏକ ମେସିନ୍&zwnj;ରେ ଏହି ପ୍ଲାଷ୍ଟିକ ପେଣ୍ଡୁଳାକୁ ତରଳାଇ ପତଳା ରସି ବାହାର କରାଯାଉଛି। ପରେ ଏହି ପତଳା ପ୍ଲାଷ୍ଟିକ ରସିକୁ ଛୋଟ ଛୋଟ ଖଣ୍ଡରେ କଟା ଯାଉଛି ମେସିନ୍&zwnj;ରେ । ଏହି ପ୍ଲାଷ୍ଟିକ ରସିକୁ ଏତେ ଛୋଟ ଛୋଟ ଖଣ୍ଡରେ କଟାଯାଇଛି ଯେ ଏହା ଦେଖିବାକୁ ଅବିକଳ ଚାଉଳ ପରି। ଯାହାକୁ ଦେଖିଲେ ଆପଣଙ୍କ ଆଖି ମଧ୍ୟ ଧୋକା ଖାଇଯିବ। ପ୍ଲାଷ୍ଟିକ ଚାଉଳ ଓ ଅସଲି ଚାଉଳ ମଧ୍ୟରେ ଟିକିଏ ବି ତଫାତ୍ ବାରି ହେବନି।</p> <p>ବିଭିନ୍ନ ରାଜ୍ୟରୁ ପ୍ଲାଷ୍ଟିକ ଚାଉଳ ମାମଲା ସାମ୍ନାକୁ ଆସିବା ପରେ ତତ୍ପରତା ଦେଖାଇଛି ପ୍ରଶାସନ। ଅଭିଯୋଗ ଆସିଥିବା ସ୍ଥାନରୁ ଚାଉଳର ନମୁନା ସଂଗ୍ରହ କରି ଯାଞ୍ଚ କରିଛି। ତେବେ ଯାଞ୍ଚ କରୁଥିବା ଅଧିକାରୀଙ୍କ ଅନୁଯାୟୀ ଏହା ପ୍ଲାଷ୍ଟିକ ଚାଉଳ ନୁହେଁ। ତେଣୁ ସାଧାରଣ ଲୋକ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ।</p>

Related story