ବୟସ ୯୦, କିନ୍ତୁ ଜିମ୍ ସଉକ ଯାଇନି

ୱାଶିଂଟନ୍‌: ସୁସ୍ଥ ରହିବା ପାଇଁ ଅଧିକାଂଶ ଲୋକ ସକାଳେ ଚାଲନ୍ତି। ଆଉ କେତେକ ଜିମ୍ ଯିବାକୁ ପସନ୍ଦ କରନ୍ତି। ଜିମ୍‌ରେ ଝାଳ ବୁହାଇ ସେମାନେ ସୁସ୍ଥ ରହିବାକୁ ଚେଷ୍ଟା କରନ୍ତି। ଏଭଳି ଲୋକଙ୍କ ମଧ୍ୟରେ ସାମିଲ ଅଛନ୍ତି ଫ୍ଲୋରିଡାର ୱର୍ନୀ। ସେ ସପ୍ତାହରେ ଚାରି ଦିନ ଜିମ୍ ଯାଆନ୍ତି। କିନ୍ତୁ କେବଳ ଏଥିପାଇଁ ସେ ଲୋକପ୍ରିୟ ନୁହନ୍ତି। ତାଙ୍କ ଲୋକପ୍ରିୟତାର ରାଜ୍ ହେଉଛି ତାଙ୍କ ବୟସ। ଗତ ସପ୍ତାହରେ ସେ ପାଳିଥିଲେ ତାଙ୍କ ୯୦ତମ ଜନ୍ମ ଦିବସ। […]

oldman

Rakesh Mallick
  • Published: Sunday, 12 March 2017
  • , Updated: 12 March 2017, 10:10 AM IST

ୱାଶିଂଟନ୍‌: ସୁସ୍ଥ ରହିବା ପାଇଁ ଅଧିକାଂଶ ଲୋକ ସକାଳେ ଚାଲନ୍ତି। ଆଉ କେତେକ ଜିମ୍ ଯିବାକୁ ପସନ୍ଦ କରନ୍ତି। ଜିମ୍‌ରେ ଝାଳ ବୁହାଇ ସେମାନେ ସୁସ୍ଥ ରହିବାକୁ ଚେଷ୍ଟା କରନ୍ତି। ଏଭଳି ଲୋକଙ୍କ ମଧ୍ୟରେ ସାମିଲ ଅଛନ୍ତି ଫ୍ଲୋରିଡାର ୱର୍ନୀ। ସେ ସପ୍ତାହରେ ଚାରି ଦିନ ଜିମ୍ ଯାଆନ୍ତି। କିନ୍ତୁ କେବଳ ଏଥିପାଇଁ ସେ ଲୋକପ୍ରିୟ ନୁହନ୍ତି। ତାଙ୍କ ଲୋକପ୍ରିୟତାର ରାଜ୍ ହେଉଛି ତାଙ୍କ ବୟସ। ଗତ ସପ୍ତାହରେ ସେ ପାଳିଥିଲେ ତାଙ୍କ ୯୦ତମ ଜନ୍ମ ଦିବସ। ଏହି ବୟସରେ ବି ସେ ଜିମ୍‌ ଯାଆନ୍ତି ଓ କଠିନ ବ୍ୟାୟାମ୍ କରନ୍ତି। କିଛି ସେକେଣ୍ଡ୍ ମଧ୍ୟରେ ୨୪ ଥର ପୁଲ୍ସଅପ୍ କରନ୍ତି। ତାଙ୍କୁ ଦେଖି ଯୁବକମାନେ ଇର୍ଷା କରନ୍ତି। ତାଙ୍କ ବ୍ୟାୟାମ କରିବାର ଦୃଶ୍ୟକୁ ତାଙ୍କ ପୁଅ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍ କରନ୍ତି। ଡାକ୍ତରମାନଙ୍କ କହିବା ଅନୁଯାୟୀ ୱାର୍ନୀ ପୂରା ସୁସ୍ଥ ଅଛନ୍ତି।

Related story