- Videos
- Special
- ନଳକୂପରୁ ବାହାରୁଛି ଅନବରତ ପାଣି: ବନ୍ଦ କରିବାକୁ ପ୍ରଶାସନ ପାଖରେ ସମୟ ନାହିଁ
ନଳକୂପରୁ ବାହାରୁଛି ଅନବରତ ପାଣି: ବନ୍ଦ କରିବାକୁ ପ୍ରଶାସନ ପାଖରେ ସମୟ ନାହିଁ
- Published: Sunday, 24 September 2017
- , Updated: 24 September 2017, 06:41 PM IST
<p>ରାଜଗାଙ୍ଗପୁର: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଦେଇ ଯାଇଥିବା ୧୦ ନମ୍ବର ରାଜ୍ୟ ରାଜପଥ କଡ଼ରେ ରହିଛି ଏକ ନଳକୂଅ। ଏହି ନଳକୂପରୁ ଅନବରତ ପାରି ବାହାରି ନଷ୍ଟ ହେଉଛି। ହେଲେ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ କି ଏହାର ମରାମତି ହେଉନାହିଁ।</p>
<p>ରାଜପଥର ଗମାରଡିହିଠାରେ ନଳକୂଅଟି ଅଛି। ଖୋଲା ହେବା ଦିନଠାରୁ ଏଥିରୁ ଅନବରତ ପାଣି ବାହାରୁଛି। କିଛି ଲୋକ ଏବେ ନଳକୂପ ପାଖରୁ ହୁଡା ବନା ଚାଷ ଜମିକୁ ପାଣି ନେଇ ଚାଷକାର୍ଯ୍ୟ କରୁଛନ୍ତି।</p>
<p>ତେବେ ନଳକୂପରୁ କାହିଁକି ଏମିତି ପାଣି ବାହାରୁଛି ସେ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ। ଏପରି ନଳକୂପ ଦେଖିବାକୁ ସେଠାରେ ପ୍ରତିଦିନ ଲୋକଙ୍କ ଗହଳି ମଧ୍ୟ ଲାଗୁଛି।</p>
<p>ପାହାଡ଼ ମଧ୍ୟରେ ଜମି ରହିଥିବା ପାଣି ନଳକୂପ ଦେ ବାହାଚଥିବା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ କହିଛନ୍ତି।</p>