Advertisment

ଓଡ଼ିଶା ବଜେଟ- ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା!

ଦେବେନ୍ଦ୍ର ପୃଷ୍ଟି କଲ୍ୟାଣକାରୀ ବଜେଟ। ବିକାଶମୂଳକ ବଜେଟ। ରୂପାନ୍ତରଣକାରୀ ବଜେଟ। ପ୍ରଗତିଶୀଳ ବଜେଟ। ଏମିତି ଅନେକ ବିଶେଷଣ ଲଗେଇ ରାଜ୍ୟ ବଜେଟ୍‌ର ବର୍ଣ୍ଣନା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ସହଯୋଗୀ ସମୂହ। ମାତ୍ର, ସତରେ ଏହା ଏଇଆ କି? ଦେବାଳିଆ ହେବା କ’ଣ ବିକାଶ ଓ ପ୍ରଗତିର ଲକ୍ଷଣ? ଋଣବୋଝ ବୃଦ୍ଧି ପାଇବା କ’ଣ କଲ୍ୟାଣକାରୀ? ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଟିକସ ଅର୍ଥରୁ ୬୦ ପ୍ରତିଶତ ଶାସନ କଳ ପାଇଁ ଉତ୍ସର୍ଗୀକୃତ ହେବା […]

ଅଦ୍ୟତନ ହୋଇଛି
ଓଡ଼ିଶା ବଜେଟ- ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା!

nbn

Advertisment
  • ଦେବେନ୍ଦ୍ର ପୃଷ୍ଟି

କଲ୍ୟାଣକାରୀ ବଜେଟ। ବିକାଶମୂଳକ ବଜେଟ। ରୂପାନ୍ତରଣକାରୀ ବଜେଟ। ପ୍ରଗତିଶୀଳ ବଜେଟ। ଏମିତି ଅନେକ ବିଶେଷଣ ଲଗେଇ ରାଜ୍ୟ ବଜେଟ୍‌ର ବର୍ଣ୍ଣନା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ସହଯୋଗୀ ସମୂହ। ମାତ୍ର, ସତରେ ଏହା ଏଇଆ କି? ଦେବାଳିଆ ହେବା କ’ଣ ବିକାଶ ଓ ପ୍ରଗତିର ଲକ୍ଷଣ? ଋଣବୋଝ ବୃଦ୍ଧି ପାଇବା କ’ଣ କଲ୍ୟାଣକାରୀ? ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଟିକସ ଅର୍ଥରୁ ୬୦ ପ୍ରତିଶତ ଶାସନ କଳ ପାଇଁ ଉତ୍ସର୍ଗୀକୃତ ହେବା କ’ଣ ରୂପାନ୍ତରଣ?

Advertisment

୨୦୨୧ ଫେବୃଆରୀ ୨୨ ତାରିଖ ଅପରାହ୍ନରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରିଥିବା ବଜେଟ ପ୍ରସ୍ତାବରୁ ଏମିତି ଅନେକ ପ୍ରଶ୍ନର ଅର୍ଥ ଖୋଜିବା ଆଦୌ ଅମୂଳକ ନୁହେଁ କି ଅପ୍ରସାଙ୍ଗିକ ନୁହେଁ। କାରଣ ଯାହା ବି ହେଲେ ଲୋକଙ୍କର ଟଙ୍କା ଲୋକଙ୍କ ଉନ୍ନତିରେ ଖର୍ଚ୍ଚ ନହୋଇ ଧଳାହାତୀଙ୍କ ସେବାରେ ଲାଗିବା ଆଦୌ ସୁସ୍ଥ ଅର୍ଥନୀତି ନୁହେଁ।

ଏକଥା ସତ ଯେ ୨୦୦୦ ମସିହାରେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ସମୟରେ ରାଜ୍ୟ ବଜେଟ୍‌ର ପରିମାଣ ଥିଲା ୨୮୦୦ କୋଟି ଟଙ୍କା। ଏହାର ୨୧ ବର୍ଷ ପରେ ବଜେଟ ପରିମାଣ ବୃଦ୍ଧି ପାଇ ୧.୭୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସରକାର ଏହାକୁ ଏକ ସଫଳତା ଭାବେ ଉପସ୍ଥାପିତ କରିପାରନ୍ତି। ମାତ୍ର, ଏହି ବଜେଟୀୟ ଅଭିବୃଦ୍ଧିରେ ଋଣ ପରିମାଣ କେତେ? ବଜେଟ୍‌ ପରିମାଣ ସହିତ ରାଜ୍ୟର ଋଣ ପରିମାଣ ତୁଳନା କଲେ ରାଜ୍ୟ ସରକାର ଯେ ଏ ୨୧ ବର୍ଷ ଧରି ଋଣ କରି ଘିଅ ପିଇ ଚାଲିଛନ୍ତି ଓ ଲୋକମାନେ ଟଙ୍କିକିଆ ଚାଉଳର ପଖାଳ ସହିତ ୫୦ ଟଙ୍କିଆ ପିଆଜରେ ସନ୍ତୁଷ୍ଟ ଅଛନ୍ତି, ତାହା ବେଶ୍‌ ସ୍ପଷ୍ଟ ହୋଇଯାଏ।

Advertisment

୨୦୨୧-୨୨ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ବଜେଟ ପ୍ରସ୍ତାବରେ ମୋଟ ୧.୭୦ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ଅଟକଳ ଉଲ୍ଲେଖ ରହିଛି। ଏଥିରୁ ବିଭିନ୍ନ ସୂତ୍ରରୁ ରାଜ୍ୟର ଆୟ ୧.୨୫ ଲକ୍ଷ କୋଟି ଟଙ୍କା ଦର୍ଶାଯାଇଥିବାବେଳେ ୪୪ ହଜାର କୋଟି ଟଙ୍କାର ଋଣ ପ୍ରସ୍ତାବ ରହିଛି। ଏହାର ଅର୍ଥ ରାଜ୍ୟ ସରକାର ଏଇ ବର୍ଷ ବଜେଟ ବ୍ୟୟର ପ୍ରାୟ ଏକ ଚତୁର୍ଥାଂଶ ବା ୨୫ ପ୍ରତିଶତ ଋଣ କରିବେ। ଏହିପରି ଋଣ କରି କରି ରାଜ୍ୟ ସରକାରଙ୍କ ଋଣଭାର ଏଇ ୨୧ ବର୍ଷ ଭିତରେ ୧.୨୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ପ୍ରାୟ ନିଶ୍ଚିତ।

ବଜେଟ ଆକଳନରେ ଏବେ ସୁଦ୍ଧା ଋଣଭାର ୧.୬ ଲକ୍ଷ କୋଟି ଟଙ୍କା ବୋଲି ଦର୍ଶାଯାଇଛି। ବର୍ଷ ଶେଷ ବେଳକୁ ଏହା ୧.୨୫ କୋଟି ଟଙ୍କାରେ ପହଞ୍ଚିବ ବୋଲି ପ୍ରାଥମିକ ଆକଳନରେ କୁହାଯାଇଛି। ଏ ଋଣଭାର ସରକାର ପରିଚାଳନା କରୁଥିବା ନେତା ଓ ବାବୁମାନଙ୍କ ମୁଣ୍ଡରେ ବୋଝ ନୁହେଁ। ଏହା ସମଗ୍ର ରାଜ୍ୟବାସୀଙ୍କର ବୋଝ। ରାଜ୍ୟର ୪.୫ କୋଟ ଲୋକ ହିଁ ପେଟରୁ କାଟି ଏହା ପରିଶୋଧ କରିବେ, ଟିକସ ଆକାରରେ ସରକାରଙ୍କୁ ଚାନ୍ଦା ଦେଇ।

ସାଧାରଣ ଲୋକେ ସେତିକିବେଳେ ଋଣ କରିଥାନ୍ତି ଯେତେବେଳେ ସେମାନେ ନିଜ ପାଇଁ ଘର ତିଆରି କରନ୍ତି, ପିଲାଙ୍କ ପାଠପଢ଼ା ଖର୍ଚ୍ଚ ତୁଲାନ୍ତି, ରୋଜଗାର ବୃଦ୍ଧି ଆଶାରେ କିଛି ବ୍ୟବସାୟ ଆରମ୍ଭ କରନ୍ତି କିମ୍ବା ଜମିବାଡ଼ି କିଣନ୍ତି ଅଥବା ଅତି ଆତୁରିଆ ପରିସ୍ଥିତି ଥିଲେ ଝିଅ ବାହାଘର କି ବାପମା’ ଶୁଦ୍ଧିକ୍ରିୟା ପାଇଁ ସାମାଜିକ ବାଧ୍ୟବାଧକତାରେ ମଧ୍ୟ କେହି କେହି ଋଣ କରିଥାନ୍ତି। ମାତ୍ର, ରାଜ୍ୟ ସରକାର ଯେଉଁ ଋଣ କରିଚାଲିଛନ୍ତି ସେ ଟଙ୍କାରେ ସାଧାରଣ ଲୋକମାନଙ୍କ ପାଇଁ କି ସଂପତ୍ତି ସୃଷ୍ଟି ହେଉଛି, କେତେ ସଂପତ୍ତି ସୃଷ୍ଟି ହେଉଛି? ସେମାନଙ୍କର ରୋଜଗାର କେତେ ପରିମାଣରେ ବୃଦ୍ଧି ପାଉଛି?

୨୦୨୧-୨୨ ବଜେଟ୍‌ ପ୍ରସ୍ତାବ ଅନୁସାରେ ୧.୭୦ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ ମଧ୍ୟରେ ୮୫ ହଜାର କୋଟି ଟଙ୍କା ହେଉଛି କେବଳ ପ୍ରାଶାସନିକ ବ୍ୟୟ। ଅର୍ଥାତ ମୋଟ ବ୍ୟୟର ଅଧା ଭାଗ ଶାସନ କଳର ଦରମା ଓ ଭତ୍ତା ଇତ୍ୟାଦି ବାବଦରେ ଖର୍ଚ୍ଚ ହେବ। ବଜେଟ୍‌ରେ ଦିଆଯାଇଥିବା ଅନ୍ୟ ଏକ ହିସାବ ଅନୁସାରେ ଦରମା ଓ ଭତ୍ତା ଇତ୍ୟାଦି ବାବଦରେ ବଜେଟ୍‌ର ୫୯.୭୫ ପ୍ରତିଶତ ବା ପ୍ରାୟ ୬୦ ପ୍ରତିଶତ ଖର୍ଚ୍ଚ ହେବ। ଏଥିରୁ ଯେଉଁ ହିସାବ ଠିକ ହେଲେ ବି ବୁଝିବାକୁ ହେବ ଯେ ଶାସନ କଳରେ ନିୟୋଜିତ ଥିବା ୪.୫ ଲକ୍ଷ କର୍ମଚାରୀ ଓ ପ୍ରାୟ ସମାନ ସଂଖ୍ୟକ ଅବସରପ୍ରାପ୍ତଙ୍କ ପିଛେ ବଜେଟ୍‌ର ସିଂହଭାଗ ଖର୍ଚ୍ଚ ହେବା ନିଶ୍ଚିତ।

ବଜେଟ୍‌ ଅଟକଳର ଅନ୍ୟ ୧୮ ପ୍ରତିଶତ ଋଣ ଓ ସୁଧ ପରିଶୋଧ ପାଇଁ ଖର୍ଚ୍ଚ ହେବ। ଅର୍ଥାତ ଏ ଦୁଇଟି ବାବଦରେ ବଜେଟ୍‌ର ପ୍ରାୟ ୭୮ ପ୍ରତିଶତ ଟଙ୍କା ବୋହିଯିବ। ପୁଞ୍ଜି ବ୍ୟୟ ବାବଦରେ ୧୫.୧୭ ପ୍ରତିଶତ ଖର୍ଚ୍ଚ ହେବ ବୋଲି ବଜେଟ୍‌ ବ୍ୟୟ ଗ୍ରାଫିକ୍ସରେ ଦର୍ଶାଯାଇଛି। ତେବେ ଅର୍ଥମନ୍ତ୍ରୀଙ୍କ ଭାଷଣ ଅନୁସାରେ ଏହି ବଜେଟ୍‌ରେ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦକୁ ୭୫ ହଜାର କୋଟି ଟଙ୍କା ରଖାଯାଇଛି। ଏହି କାର୍ଯ୍ୟକ୍ରମ ଖର୍ଚ୍ଚ ହିସାବ ଭିତରେ ସଂପୃକ୍ତ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଓ ବିଜ୍ଞାପନ ବାବଦ ଖର୍ଚ୍ଚ ମଧ୍ୟ ରହିଛି। ତେଣୁ ବାସ୍ତବରେ କାର୍ଯ୍ୟକ୍ରମ ଖର୍ଚ୍ଚ କେତେ ତାହାର ହିସାବ ବାହାର କରାଯାଇପାରେ।

ଆଜିକାଲି ସରକାରଙ୍କର ପ୍ରାୟ ପ୍ରତ୍ୟେକ ବିକାଶମୂଳକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରୁଛନ୍ତି କନ୍‌ସଲଣ୍ଟାଣ୍ଟ, ଠିକାଦାର, ଯୋଗାଣକର୍ତ୍ତା ବା ସପ୍ଲାୟର୍‌। କନ୍‌ସଲ୍‌ଣ୍ଟାଣ୍ଟମାନେ ଉଚ୍ଚ ବେତନରେ ନିଯୁକ୍ତ ହୋଇଥାନ୍ତି। ଠିକାଦାରମାନେ ୨୦-୩୦ ପ୍ରତିଶତ ଲାଭରୁ କମ୍‌ ଅର୍ଜନ କରନ୍ତି ନାହିଁ। ସପ୍ଲାୟର୍‌ମାନେ ମଧ୍ୟ ମୋଟା ଅଙ୍କର ଲାଭ ରଖି ମାଲ୍‌ ଯୋଗାଇଥାନ୍ତି।

ଏହା ଛଡ଼ା ପ୍ରତି ବିକାଶମୂଳକ କାମରେ ବହୁ ପରିମାଣରେ ପିସି ବା ପର୍ସେଣ୍ଟ ଆକାରରେ ଖର୍ଚ୍ଚ ହୁଏ। ଏହି ପିସି ଲାଞ୍ଚ, ଉପହାର ଆଦି ବାବଦରେ ଖର୍ଚ୍ଚ ହେଉଥିବା ଟଙ୍କା। ବ୍ଲକ ଓ ପଂଚାୟତ ଜରିଆରେ ଖର୍ଚ୍ଚ ହେଉଥିବା ବିକାଶ ପାଣ୍ଠିରୁ ୨୦-୨୫ ପ୍ରତିଶତ ଏ ବାଟରେ ବୋହି ଯାଉଥିବାବେଳେ ପୂର୍ତ୍ତ ଓ ଜଳସେଚନ ଆଦି ବିଭାଗରେ ୩୦ ପ୍ରତିଶତ କଷ୍ଟ ଏସ୍କାଲେସନ ବା ବ୍ୟୟ ଅଟକଳ ବୃଦ୍ଧି ନାଁରେ ଦୁର୍ନୀତି ବାଟରେ ପାଣିରେ ପଡ଼େ। ତେଣୁ ସତରେ ଯଦି ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷ ୭୫ ହଜାର କୋଟ ଟଙ୍କାର ବିକାଶ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରନ୍ତି, ତାହାର ଅନ୍ୟୁନ ୨୦-୨୫ ପ୍ରତିଶତ ଲାଞ୍ଚ ଓ ଲାଭାଦି ଆକାରରେ ଯିବ। ଅର୍ଥାତ କାର୍ଯ୍ୟକ୍ରମ ବାବଦରେ ବାସ୍ତବ ଖର୍ଚ୍ଚ ପରିମାଣ ୬୦ ହଜାର କୋଟ ଟଙ୍କା ତଳେ ରହିବ। ଏହି ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ୮୫ ହଜାର କୋଟି ଟଙ୍କାର ପ୍ରାଶାସନିକ ବ୍ୟୟ ହେବ କହିଲେ ଅତ୍ୟୁକ୍ତି ହେବ ନାହିଁ। ମାନେ ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe