ଭାରତରେ ୨୫,୦୦୦ ବର୍ଷ ତଳେ ଥିଲେ ଓଷ୍ଟ୍ରିଚ୍‌

ହାଇଦ୍ରାବାଦ: ଆଫ୍ରିକାରେ ଦେଖାଯାଉଥିବା ଓଷ୍ଟ୍ରିଚ୍ ପକ୍ଷୀ ୨୫,୦୦୦ ବର୍ଷ ତଳେ ପ୍ରଥମେ ଭାରତରେ ରହୁଥିଲେ। ସେଣ୍ଟର ଫର୍ ସେଲୁଲାର ଆଣ୍ଡ୍ ମୋଲେକୁଲାର ବାଇଓଲୋଜି (ସିସିଏମ୍‌ବି) ପକ୍ଷରୁ ଏହି ଦାବି କରାଯାଇଛି। ଏହି ସଂସ୍ଥା ପକ୍ଷରୁ କୁହାଯାଇଛି, ଓଷ୍ଟ୍ରିଚ୍ ହେଉଛି ଆଫ୍ରିକାର ମୂଳ ବାସିନ୍ଦା। କିନ୍ତୁ ଅନେକ ସମୟରେ ଭାରତର ରାଜସ୍ଥାନ, ମଧ୍ୟପ୍ରଦେଶରେ ଏହି ପକ୍ଷୀର ଅଣ୍ଡାଖୋଳ ମିଳିଛି। ନିକଟରେ ଓଷ୍ଟ୍ରିଚ୍ ପକ୍ଷୀର ଅଣ୍ଡା ଖୋଳର ଜୀବାଶ୍ମର ଡିଏନ୍‌ଏ ପରୀକ୍ଷା କରାଯାଇଥିଲା। ସିସିଏମ୍‌ବିର ବରିଷ୍ଠ ପ୍ରଧାନ ବୈଜ୍ଞାନିକ କୁମାରସ୍ୱାମୀ […]

ostrich

Rakesh Mallick
  • Published: Monday, 13 March 2017
  • , Updated: 13 March 2017, 09:28 AM IST

ହାଇଦ୍ରାବାଦ: ଆଫ୍ରିକାରେ ଦେଖାଯାଉଥିବା ଓଷ୍ଟ୍ରିଚ୍ ପକ୍ଷୀ ୨୫,୦୦୦ ବର୍ଷ ତଳେ ପ୍ରଥମେ ଭାରତରେ ରହୁଥିଲେ। ସେଣ୍ଟର ଫର୍ ସେଲୁଲାର ଆଣ୍ଡ୍ ମୋଲେକୁଲାର ବାଇଓଲୋଜି (ସିସିଏମ୍‌ବି) ପକ୍ଷରୁ ଏହି ଦାବି କରାଯାଇଛି।

ଏହି ସଂସ୍ଥା ପକ୍ଷରୁ କୁହାଯାଇଛି, ଓଷ୍ଟ୍ରିଚ୍ ହେଉଛି ଆଫ୍ରିକାର ମୂଳ ବାସିନ୍ଦା। କିନ୍ତୁ ଅନେକ ସମୟରେ ଭାରତର ରାଜସ୍ଥାନ, ମଧ୍ୟପ୍ରଦେଶରେ ଏହି ପକ୍ଷୀର ଅଣ୍ଡାଖୋଳ ମିଳିଛି। ନିକଟରେ ଓଷ୍ଟ୍ରିଚ୍ ପକ୍ଷୀର ଅଣ୍ଡା ଖୋଳର ଜୀବାଶ୍ମର ଡିଏନ୍‌ଏ ପରୀକ୍ଷା କରାଯାଇଥିଲା।

ସିସିଏମ୍‌ବିର ବରିଷ୍ଠ ପ୍ରଧାନ ବୈଜ୍ଞାନିକ କୁମାରସ୍ୱାମୀ ଥଙ୍ଗରାଜ କହିଛନ୍ତି,‘ଡିଏନ୍‌ଏ ଟେଷ୍ଟ୍ କରି ଆମେ ଓଷ୍ଟ୍ରିଚ୍‌ର ପକ୍ଷୀର ଅଣ୍ଡା ଖୋଳର ସଫଳ ବିଶ୍ଳେଷଣ କରିଛୁ। ଏଥିରୁ ପ୍ରମାଣିତ ହୋଇଛି ଯେ ଭାରତରେ ମିଳିଥିବା ଓଷ୍ଟ୍ରିଚ୍ ପକ୍ଷୀର ଅଣ୍ଡାର ଖୋଳ ଆଫ୍ରିକାର ଓଷ୍ଟ୍ରିଚ୍‌ ପକ୍ଷୀର ଅଣ୍ଡା ଖୋଳ ସହିତ ସମାନ। ଗବେଷଣାରୁ ଜଣାପଡ଼ିଛି ଭାରତରେ ମିଳିଥିବା ଓଷ୍ଟ୍ରିଚ୍‌ ପକ୍ଷୀର ଅଣ୍ଡାର ଖୋଳ ୨୫,୦୦୦ ବର୍ଷ ପୁରୁଣା।’

Related story