ନା ଅଭିନେତା ନା ମଡେଲ, ତଥାପି ଚର୍ଚ୍ଚାରେ ଏହି ଯୁବକଙ୍କ ଫଟୋ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାରମ୍ପରିକ ଓଡ଼ିଆ ପୋଷାକରେ କୌଣସି ଏକ ଫିଲ୍ମର ଚରିତ୍ର ପରି ଦିଶୁଥିବା ଜଣେ ଯୁବକଙ୍କ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ତେବେ ସେ ଜଣେ ଅଭିନେତା କିମ୍ବା ମଡେଲ ନୁହନ୍ତି। ଏହି ଯୁବକ ଜଣକ ପୁରୀ ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ଭାବେ ସେବା କରିଆସୁଥିବା ‘ପ୍ରତିହାରୀ’ ସେବାୟତ ପରିବାରର। ଅନୀଲ ଗୋଛିକାର ନାମକ ଏହି ଯୁବକ ଚଳିତ ବର୍ଷର ରଥଯାତ୍ରା ପରଠାରୁ ଏହି ଫଟୋ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। https://twitter.com/Times4India/status/1153300421135355904 ପାଗାନ୍‌ […]

Anil-Gochhikar

Anil-Gochhikar

Subrat Kumar Nayak
  • Published: Thursday, 25 July 2019
  • Updated: 25 July 2019, 08:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାରମ୍ପରିକ ଓଡ଼ିଆ ପୋଷାକରେ କୌଣସି ଏକ ଫିଲ୍ମର ଚରିତ୍ର ପରି ଦିଶୁଥିବା ଜଣେ ଯୁବକଙ୍କ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ତେବେ ସେ ଜଣେ ଅଭିନେତା କିମ୍ବା ମଡେଲ ନୁହନ୍ତି। ଏହି ଯୁବକ ଜଣକ ପୁରୀ ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ଭାବେ ସେବା କରିଆସୁଥିବା ‘ପ୍ରତିହାରୀ’ ସେବାୟତ ପରିବାରର। ଅନୀଲ ଗୋଛିକାର ନାମକ ଏହି ଯୁବକ ଚଳିତ ବର୍ଷର ରଥଯାତ୍ରା ପରଠାରୁ ଏହି ଫଟୋ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି।
https://twitter.com/Times4India/status/1153300421135355904
ପାଗାନ୍‌ ୱିଙ୍ଗ ନାମକ ଏକ ହ୍ୟାଣ୍ଡଲରୁ ଟ୍ୱିଟ୍‌ କରି ଜଣେ ବ୍ୟକ୍ତି ଏହି ଫଟୋ ସହ ଲେଖିଛନ୍ତି, "ସେ କୌଣସି ଟିଭି ଅଭିନେତା ବା ମଡେଲ ନୁହନ୍ତି। ସେ ପୁରୀ ଜଗନ୍ନାଥ ମନ୍ଦିରର ସେବାୟତ ପରିବାରର, ଯେଉଁମାନଙ୍କୁ ଜଗନ୍ନାଥଙ୍କ ଅଙ୍ଗରକ୍ଷୀ ମଧ୍ୟ କୁହାଯାଏ।"
https://www.facebook.com/MyPuriCity/photos/a.687722661271356/2348379738538965/?type=3&eid=ARABiAkDI-jf3DnJaNIwKLC2dbIHflrjXu9YL2Ppon9RP2BlVPI1AlKd7xmlOTrlSwgOO5nTYz4-ztbd&__xts__%5B0%5D=68.ARBvbobdrBBN1pAzlQTejiF6Y_6Ww0xl0f2C-fQZV2DTSRLjgQ9r2XUgoXHuRKh0SdnHMmXBITTwt2pPE2R08T_tKWxOmGSn3QFCbbwNdpN8m6Ii8ZiysUC2zEZlt10PGPn4wgFuykgAwFU9h0KR6M63p8YNLQrtCT3DD3A91mWy97s4fNNUko1D9RvBixIzFFUXRZXMMec-JlpPql4pn8FbA1fw-PJotI_a95jdU-ovfuk6UK9CqK1Pc2QTqPOTI8OXBJ-sOJCfv9ID_xx5AQ1pABJ-hOrSKxfW7bTQhPDibVrlLp7wmQmFhE2lHeUF3DqYn_yQ9tamPiAPaTG_7gZlsA&__tn__=EEHH-R
ଅତୀତରେ ପୁରୀ ଶ୍ରୀମନ୍ଦିର ବାରମ୍ବାର ଅଣ ହିନ୍ଦୁ ବାହ୍ୟ ଶତ୍ରୁଙ୍କ କୋପର ଶିକାର ହୋଇଛି। ଲୋକକଥା ଅନୁଯାୟୀ, ସେହି ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁରକ୍ଷା ପାଇଁ ଗଜପତି ‘ଦଇତାପତି’ଙ୍କୁ ନିଯୁକ୍ତି ଦେଇଥିଲେ। ସେଥିପାଇଁ ଶଙ୍ଖକ୍ଷେତ୍ର ବା ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ସାହିରେ ଜାଗାଘର ସବୁ ଗଢ଼ି ଉଠିଛି। ଭାଙ୍ଗ, ସାଙ୍ଗ ଏବଂ ପଙ୍ଗତର ସମନ୍ୱୟ ଥିବା ଏହି ସ୍ଥାନରେ ପାରମ୍ପରିକ ଭାବେ ଶାରୀରିକ ଅଭ୍ୟାସ ଚାଲୁ ରହିଥାଏ। ଏଠାରେ ପୁରୀର ଯୁବକମାନେ ଦଣ୍ଡ ବୈଠକ ଏବଂ ମୁଦ୍‌ଗର ଚାଳନା ଆଦି ଅଭ୍ୟାସ ମଧ୍ୟ କରିଥା’ନ୍ତି।

ତେବେ ଏଭଳି ପରିବେଶରେ ବଡ଼ ହୋଇଥିବା ଏହି ଚର୍ଚ୍ଚିତ ସେବାୟତ ଅନୀଲ ବଡି ବିଲ୍ଡିଂରେ ବେଶ୍‌ ସଫଳତା ପାଇ ସାରିଛନ୍ତି। ରାଜ୍ୟସ୍ତରରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ସେ ପୁରସ୍କୃତ ହୋଇଛନ୍ତି। ୨୦୧୨ ଓ ୨୦୧୬ରେ ମିଷ୍ଟର ଓଡ଼ିଶା ଏବଂ ୨୦୧୬ରେ ମିଷ୍ଟର ଇଣ୍ଟରନ୍ୟାସନାଲ ଇଣ୍ଡିଆନ୍‌ ବିବେଚିତ ହୋଇଥିବା ଅନୀଲ ୩୦ ବର୍ଷ ବୟସରୁ ବଡି ବିଲ୍ଡିଂ ଦିଗରେ ବିଧିବଦ୍ଧ ଭାବେ ଆଗେଇଥିଲେ। ସେ ଏବେ ପୁରୀରେ ଏକ ଜିମ୍‌ ମଧ୍ୟ ଚଲାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos