ବ୍ରଣକୁ ନେଇ ଟେନ୍‌ସନ୍‌ରେ ଅଛନ୍ତି କି? ଚୁଟ୍‌କିରେ କିଛି ଟିପ୍ସ

ଭୁବନେଶ୍ୱର: ଉଭୟ ମହିଳା ଓ ପୁରୁଷଙ୍କ ମୁହଁରେ ବ୍ରଣ ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ସାଧାରଣତଃ ସମସ୍ତେ ମାକେର୍ଟରେ ମିଳୁଥିବା କ୍ରିମ୍‌ ବ୍ୟବହାର କରନ୍ତି। କିନ୍ତୁ ଆସନ୍ତୁ  ଜାଣିବା ବ୍ରଣରୁ ମୁକ୍ତି ପାଇବାର କିଛି ସହଜ ଓ ସରଳ ଘରୋଇ ଉପଚାର ସଂପର୍କରେ। ୧- ଯଦି ଆପଣଙ୍କ ମୁଁହରେ ବ୍ରଣ ହୋଇଥାଏ, ତା’ହେଲେ ଦିନରେ ଦୁଇ ତିନି ଥର ନିମ୍ବଯୁକ୍ତ ସାବୁନରେ ମୁହଁକୁ ସଫା କରନ୍ତୁ। ରାତିରେ ଶୋଇବା ପୂର୍ବରୁ ମେକ୍‌ଅପ୍ ବାହାର କରି ଦିଅନ୍ତୁ। […]

pimplesface

Rakesh Mallick
  • Published: Thursday, 02 March 2017
  • , Updated: 02 March 2017, 11:55 AM IST

ଭୁବନେଶ୍ୱର: ଉଭୟ ମହିଳା ଓ ପୁରୁଷଙ୍କ ମୁହଁରେ ବ୍ରଣ ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ସାଧାରଣତଃ ସମସ୍ତେ ମାକେର୍ଟରେ ମିଳୁଥିବା କ୍ରିମ୍‌ ବ୍ୟବହାର କରନ୍ତି। କିନ୍ତୁ ଆସନ୍ତୁ  ଜାଣିବା ବ୍ରଣରୁ ମୁକ୍ତି ପାଇବାର କିଛି ସହଜ ଓ ସରଳ ଘରୋଇ ଉପଚାର ସଂପର୍କରେ।

୧- ଯଦି ଆପଣଙ୍କ ମୁଁହରେ ବ୍ରଣ ହୋଇଥାଏ, ତା’ହେଲେ ଦିନରେ ଦୁଇ ତିନି ଥର ନିମ୍ବଯୁକ୍ତ ସାବୁନରେ ମୁହଁକୁ ସଫା କରନ୍ତୁ। ରାତିରେ ଶୋଇବା ପୂର୍ବରୁ ମେକ୍‌ଅପ୍ ବାହାର କରି ଦିଅନ୍ତୁ।  ଆପଣ ବ୍ରଣ ସମସ୍ୟାରୁ ମୁକ୍ତି ପାଇବେ।

୨- ଯଦି ଆପଣ ବାହାରକୁ ଯାଉଛନ୍ତି, ତା’ହେଲେ ବ୍ୟାଗରେ ଗୋଲାପ ଜଳ ରଖନ୍ତୁ। ଏଥିରେ ଦିନକୁ ତିନି ଚାରି ଥର ମୁହଁ ସଫା କରି ନିଅନ୍ତୁ।

୩-ତ୍ୱଚା ତୈଳାକ୍ତ ହୋଇଥିଲେ ରାତିରେ ଶୋ‍ଇବା ପୂର୍ବରୁ ଚନ୍ଦନ ଓ ମୁଲତାନି ମାଟିର ଏକ ପତାଳା ଆସ୍ତରଣ ଲଗାଇ ଶୁଅନ୍ତୁ।

୪-ବ୍ରଣକୁ କେବେ ହେଲେ ନଖରେ ଖଣ୍ଡିଆ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ତ୍ୱଚାରେ ଦାଗ ହେବାର ସମ୍ଭାବନା ଥାଏ।

୫-  ରାତିରେ କେଶରେ ତେଲ ଲଗାନ୍ତୁ ନାହିଁ।

୬-  ଯେତେ ସମ୍ଭବ କମ୍ ତେଲ-ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ। ଫଳ ଫଳରସ, ଶାଗ ଓ ପନିପରିବା ଖାଇଲେ ପେଟ ସଫା ରହିଥାଏ।

୬- ଦିନରେ ଅନ୍ତତଃ ୧୦ରୁ୧୨ ଗ୍ଲାସ୍ ପାଣି ପିଅନ୍ତୁ। ଖରାଦିନେ ଶରୀରକୁ ଥଣ୍ଡା ରଖିବାକୁ ଘୋଳ ଦହି ବା ପାନମହୁରୀ ଓ ମିଶ୍ରି ଭିଜା ପାଣି ପିଅନ୍ତୁ।

୭- ପେଟକୁ ପରିଷ୍କାର ରଖିବା ପାଇଁ ପ୍ରତିଦିନ ସକାଳେ ତ୍ରିଫଳା ଭିଜା ପାଣି ପିଅନ୍ତୁ।

Related story