‘ମଲ୍ଲୀ ମାଳ ଶ୍ୟାମକୁ ଦେବି’ ଓଡ଼ିଆ ଗୀତର ସ୍ୱର କପି କରିଥିଲେ ଏସ୍‌.ଡି. ବର୍ମନ୍‌ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମଲ୍ଲୀ ମାଳ ଶ୍ୟାମକୁ ଦେବି..ମନ ତୋଷିବି’ ଓଡ଼ିଆ ଗୀତଟିକୁ ଆପଣ ସମସ୍ତେ ବିଭିନ୍ନ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ପରିବେଷଣ ସମୟରେ ଶୁଣିଥିବେ। ଏହି ଗୀତର ତାଳେ ତାଳେ ଓଡ଼ିଶୀ ନୃତ୍ୟାଙ୍ଗନାମାନେ ନୃତ୍ୟ କରିଥା’ନ୍ତି। ଏହି ଗୀତଟିକୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଥିଲେ। ଯାହାକୁ ପରେ ପାରମ୍ପାରିକ ଶୈଳୀରେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ନିର୍ଦ୍ଦେଶନା ଦେଇଥିଲେ। ଏହି ଗୀତରେ ଅନେକ ଗାୟକ କଣ୍ଠଦାନ କରିଛନ୍ତି। ଠିକ୍‌ ଏପରି ସମାନ […]

gita

Puspanjali Panda
  • Published: Wednesday, 18 September 2019
  • , Updated: 18 September 2019, 03:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମଲ୍ଲୀ ମାଳ ଶ୍ୟାମକୁ ଦେବି..ମନ ତୋଷିବି’ ଓଡ଼ିଆ ଗୀତଟିକୁ ଆପଣ ସମସ୍ତେ ବିଭିନ୍ନ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ପରିବେଷଣ ସମୟରେ ଶୁଣିଥିବେ। ଏହି ଗୀତର ତାଳେ ତାଳେ ଓଡ଼ିଶୀ ନୃତ୍ୟାଙ୍ଗନାମାନେ ନୃତ୍ୟ କରିଥା’ନ୍ତି। ଏହି ଗୀତଟିକୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଥିଲେ। ଯାହାକୁ ପରେ ପାରମ୍ପାରିକ ଶୈଳୀରେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ନିର୍ଦ୍ଦେଶନା ଦେଇଥିଲେ। ଏହି ଗୀତରେ ଅନେକ ଗାୟକ କଣ୍ଠଦାନ କରିଛନ୍ତି।

ଠିକ୍‌ ଏପରି ସମାନ ରାଗ ଓ ତାଳ ଥିବା ହିନ୍ଦୀ ଗୀତ ହେଉଛି ‘ପିୟା ତୋସେ ନୈନା ଲାଗେରେ...ନୈନା ଲାଗେରେ’.. ହିନ୍ଦୀ ଚଳଚ୍ଚିତ୍ର ‘ଗାଇଡ୍‌’ରେ ଏହି ଗୀତକୁ ଲତା ମଙ୍ଗେସକର ଗାଇଥିଲେ ଏବଂ ଏହାକୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏସ୍‌.ଡି ବରମନ୍‌।

ଦୁଇଟି ଗୀତକୁ ଧ୍ୟାନ ଦେଇ ଶୁଣିଲେ ଆପଣ ବୁଝି ପାରିବେ, ‘ମଲ୍ଲୀ ମାଳ ଶ୍ୟାମକୁ ଦେବି..ମନ ତୋଷିବି’ ଗୀତର ରାଗ ଓ ତାଳକୁ ନେଇ ‘ପିୟା ତୋସେ ନୈନା ଲାଗେରେ...ନୈନା ଲାଗେରେ’ ଗୀତଟିକୁ ନିର୍ଦ୍ଦେଶନା ଦିଆଯାଇଛି।

ଏହି କଥା ଜଣାପଡ଼ିବା ପରେ ସୋଶାଲ ମିଡିଆ ଆକାଉଣ୍ଟ ଟ୍ୱିଟରରେ ଏହି ଗୀତକୁ ନେଇ ‘ଓଡ଼ିଆ କଲଚର୍‌’ ନାମରେ ଜଣେ ଆଡମିନ୍‌ ଏକ ଲେଖା ଶେଆର୍‌ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ‘ଆପଣ କହିପାରିବେ କି କେଉଁ ଓଡିଶୀ ଗୀତ ଏସ୍‌.ଡି. ବର୍ମନଙ୍କ ସଂଗୀତବଦ୍ଧ ‘ଗାଇଡ଼’ ଚଳଚ୍ଚିତ୍ରର ଜନପ୍ରିୟ ଗୀତ 'ପିୟା ତୋସେ ନୈନା ଲଗେରେ’ର ପ୍ରେରଣା ଥିଲା?’

ଏହି ଟ୍ୱିଟ୍‌ଟି ପୋଷ୍ଟ ହେବା ପରେ କିଛି ଟ୍ୱିଟରାଳି ପ୍ରତିକ୍ରିୟା ଦେଇ କହିଛନ୍ତି,ଏହି ଗୀତକୁ ଓଡ଼ିଶୀ ଗୀତ ‘ମଲ୍ଲୀ ମାଳ ଶ୍ୟାମକୁ ଦେବି ପିନ୍ଧାଇ’ ଗୀତରୁ କପି କରାଯାଇ ନିର୍ଦ୍ଦେଶନା ଦିଆଯାଇଛି। ତେବେ ଏହି ପୋଷ୍ଟକୁ ନେଇ ଟ୍ୱିଟରରେ ଚର୍ଚ୍ଚା ଜୋର୍‌ ଧରିଛି। ଗୀତଟିକୁ କପି କରାଯାଇଛି ବୋଲି ୟୁଜର୍ସମାନଙ୍କର ସମର୍ଥନ ମିଳିବାରେ ଲାଗିଛି।

ବଡ଼ କଥା ହେଉଛି ଏସ୍‌.ଡି. ବର୍ମନ୍‌ ଓଡ଼ିଶୀ ଗୀତ ‘ମଲ୍ଲୀ ମାଳ ଶ୍ୟାମକୁ ଦେବି ପିନ୍ଧାଇ’ର ରାଗକୁ କପି କରି ‘ପିୟା ତୋଷେ ନୈନା ଲାଗେରେ’ ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି ବୋଲି ଓଡ଼ିଆ ଲୋକ ଜାଣିନାହାନ୍ତି।

ତେଣୁ ଏହି ବିଷୟ ସାମ୍ନାକୁ ଆସିବା ପରେ ଗୋଟିଏ କଥା ସ୍ପଷ୍ଟ ଯେ କେବଳ ଓଡ଼ିଆ ଫିଲ୍ମ ହିନ୍ଦୀ ଫିଲ୍ମରୁ କପି କରାଯାଉନାହିଁ। ସେ ସମୟରେ ଓଡ଼ିଆ ଗୀତକୁ ମଧ୍ୟ କପି କରାଯାଇ ନିର୍ଦ୍ଦଶେନା ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ୱିଟରେ ଏହି ପୋଷ୍ଟକୁ ୟୁଜର୍ସ ୧୦ଟି ରିଟ୍ୱିଟ୍‌ କରିସାରିଛନ୍ତି।

Related story