ଯେତେବେଳେ ମୋଦିଙ୍କୁ ସୁଷମା କହିଥିଲେ,‘ଆରେ ଭାଇ ଏମିତି ହୁଏନି’

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଗତ ସପ୍ତାହର ମଙ୍ଗଳବାର ରାତିରେ ପରଲୋକ ହୋଇଥିଲା। ଗତକାଲି ତାଙ୍କ ସ୍ମୃତିରେ ବିଜେପି ପକ୍ଷରୁ ନୂଆଦିଲ୍ଲୀରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ତାଙ୍କୁ ସମେସ୍ତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କ ସ୍ମୃତିଚାରଣ କରିଥିଲେ। ସେମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଥିଲେ। ସେ ସୁଷମାଙ୍କ ସ୍ମୃତିଚାରଣ କରି କହିଥିଲେ, ସେ ବୟସରେ ମୋଠାରୁ ସାନ ଥିଲେ। କିନ୍ତୁ ମୋତେ […]

sushama

sushama

Jitendra Garnayak
  • Published: Wednesday, 14 August 2019
  • Updated: 14 August 2019, 05:12 PM IST

Sports

Latest News

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଗତ ସପ୍ତାହର ମଙ୍ଗଳବାର ରାତିରେ ପରଲୋକ ହୋଇଥିଲା। ଗତକାଲି ତାଙ୍କ ସ୍ମୃତିରେ ବିଜେପି ପକ୍ଷରୁ ନୂଆଦିଲ୍ଲୀରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ତାଙ୍କୁ ସମେସ୍ତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କ ସ୍ମୃତିଚାରଣ କରିଥିଲେ। ସେମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଥିଲେ। ସେ ସୁଷମାଙ୍କ ସ୍ମୃତିଚାରଣ କରି କହିଥିଲେ, ସେ ବୟସରେ ମୋଠାରୁ ସାନ ଥିଲେ। କିନ୍ତୁ ମୋତେ ସେ ବହୁତ କଥା ଶିଖାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ “ବୈଦେଶିକ ମନ୍ତ୍ରଣାଳୟରେ କିଛି ପରମ୍ପରା ରହିଛି ଯେଉଁଗୁଡ଼ିକ ଭାରି ଉତ୍ତମ। ମୁଁ ନୂଆ ନୂଆ ପ୍ରଧାନମନ୍ତ୍ରୀ ହୋଇଥିଲି ଓ ଜାତିସଂଘରେ ମୋର ଭାଷଣ ଦେବାର ଥିଲା। ପ୍ରଥମ ଥର ପାଇଁ ସେଠାକୁ ଯାଉଥିଲି। ସୁଷମାଜୀ ସେଠାରେ ପୂର୍ବରୁ ପହଞ୍ଚି ଯାଇଥିଲେ। ମୁଁ ସେଠାରେ ପହଞ୍ଚିବା ପରେ ସେ ମୋତେ ପାଛୋଟି ନେବା ପାଇଁ ଉପସ୍ଥିତ ଥିଲେ। ପହଞ୍ଚିବା ପରେ ମୁଁ କହିଥିଲି, ଚାଲ ବସି ବୈଠକ କରିବା ଓ କାଲି ସକାଳେ ମୋତେ କ’ଣ କରିବାକୁ ହେବ, ସେ ବିଷୟରେ କୁହନ୍ତୁ। ଏହା ପରେ ସୁଷମାଜୀ ମୋତେ ପଚାରିଲେ ଆପଣଙ୍କ ଭାଷଣ କାହିଁ। ମୁଁ କହିଲି ସେମିତି କହି ଦେବି। ସେଥିରେ କ’ଣ ଅଛି। ସେ କହିଲେ- ଆରେ ଭାଇ ଏମିତି ହୁଏନି। ଦୁନିଆ ଆଗରେ ଭାରତର କଥା ରଖିବାକୁ ହୁଏ। ସେମିତି ମନଇଚ୍ଛା କୁହାଯାଏନି।”

ଏ କଥାକୁ ଆଗେଇ ନେଇ ମୋଦି କହିଥିଲେ,“ମୁଁ ପ୍ରଧାନମନ୍ତ୍ରୀ ଥିଲି। ଆଉ ସେ ବୈଦେଶିକ ମନ୍ତ୍ରଣାଳୟ ସମ୍ଭାଳୁଥିବା ମୋ ସାଥୀ ମନ୍ତ୍ରୀ ଥିଲେ। ତଥାପି ସେ ମୋତେ କହିଥିଲେ- ଆରେ ଭାଇ ଏମିତି ହୁଏନି। ତା’ପରେ ମୁଁ କହିଲି, ଆରେ ଭାଇ ମୁଁ ତ ଭାଷଣ ଲେଖିକି ପଢ଼ିପାରେ ନାହିଁ। ମୋ ପାଇଁ ଏହା ବହୁତ ମୁସ୍କିଲ୍ ହୋଇଥାଏ। ମୁଁ ସେମିତି କହିଦେବି। ସେ କହିଲେ, ନା ହୋଇପାରିବନି। ତା’ପରେ ଆମେ ସେହି ରାତିରେ ବସିଲୁ। ମୁଁ କ’ଣ କହିବାକୁ ଚାହୁଁଛି, ସେ ବିଷୟରେ ସେ ମୋତେ ପଚାରିଲେ। ତା’ପରେ ଭାଷଣ ପ୍ରସ୍ତୁତ କରାଗଲା ଓ ତା’ପରଦିନ ସକାଳେ ମୋତେ ଲିଖିତ ଭାଷଣ ଦିଆଗଲା।”

sushamaସେ କହିଥିଲେ,“ ସୁଷମାଜୀ ମୋତେ କହିଲେ, ଆପଣ ଯେତେ ଭଲ ବକ୍ତା ହୋଇଥାଆନ୍ତୁ ନା କାହିଁକି ଓ ଆପଣଙ୍କ ବିଚାରଧାରା ଯେତେ ଶୁଦ୍ଧ ହୋଇଥାଉ ପଛେ କିଛି ପରମ୍ପରା ଓ ବ୍ୟବସ୍ଥାକୁ ପାଳନ କରିବାକୁ ହୁଏ। ଏହା ହେବା ମଧ୍ୟ ଉଚିତ୍। ଆଉ ଏ ଶିକ୍ଷା ମୋତେ ସୁଷମାଜୀ ପ୍ରଥମେ ଦେଇଥିଲେ।”

ସୁଷମାଙ୍କୁ ମନେ ପକାଇ ଏକଥାଟି କହିବା ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଅଲଗା ଉଦ୍ଦେଶ୍ୟ ଥିଲା। ସେ ତାଙ୍କର ଏକ ବିଶେଷ ଗୁଣ ବିଷୟରେ କହିବାକୁ ଚାହୁଁଥିଲେ, ଯାହାକୁ କେହି କହି ନଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ,"ସେ କୋମଳ ହୃଦୟର ଥିଲେ। ସେ ନମ୍ର ଥିଲେ। ସେ ମମତାମୟୀ ଥିଲେ। କିନ୍ତୁ ବେଳେ ବେଳେ ତାଙ୍କ କଥାରେ ‘ହରିୟାଣ୍‌ଭୀ ଟଚ୍‌’ ରହୁଥିଲା। ଏହା ସହିତ ସେ ରୋକ୍‌ଠୋକ୍‌ କହୁଥିଲେ। ସେଥିରେ ସେ ଆଦୌ ବୁଝାମଣା କରୁ ନଥିଲେ। ଆଉ ଏଭଳି ଲୋକ ବହୁତ କମ୍ ଦେଖାଯା’ନ୍ତି। ଆବଶ୍ୟକ ବେଳେ ସେ ଦୃଢ଼ତାର ସହିତ ତାଙ୍କ ମତ ରଖୁଥିଲେ। ଏଥିଯୋଗୁ ତାଙ୍କୁ ନେଇ କିଏ କ’ଣ ଭାବିବ, ତାହା ସେ ଚିନ୍ତା କରୁ ନଥିଲେ। ସେ କେବଳ ସେ ସମୟର ସଙ୍କଟର ସମାଧାନ କରିବା ଉପରେ ଓ ଠିକ୍ ନିଷ୍ପତ୍ତି ନେବା ଉପରେ ଗୁରୁତ୍ୱ ଦେଉଥିଲେ। ତେଣୁ ସେତେବେଳେ ରୋକ୍‌ଠୋକ୍ କଥା କହିବାକୁ ସେ ସଙ୍କୋଚ କରୁ ନଥିଲେ।

modiସେ ଆହୁରି କହିଥିଲେ, ସୁଷମାଜୀ ଜଣେ ଦାୟିତ୍ୱବାନ୍ ବ୍ୟକ୍ତିତ୍ୱ ଥିଲେ। ନିଜ ଦାୟିତ୍ୱକୁ ସେ ବୁଝୁଥିଲେ। ସେ ଦଳର ଜଣେ ନିଷ୍ଠାପର କାର୍ଯ୍ୟକର୍ତ୍ତା ଥିଲେ। ସେ ବହୁତ ଜିନିଷ ଦେଇ ଯାଇଛନ୍ତି। ସୁଷମା ଆମକୁ ଯେଉଁ ସବୁ ଶିକ୍ଷା ଦେଇ ଯାଇଛନ୍ତି, ସେସବୁକୁ ପାଳନ କଲେ, ତାହା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।"

ଏହି ସଭାରେ ବିଜେପି ସମେତ ଅନ୍ୟାନ୍ୟ ଦଳର ନେତାଙ୍କ ସହିତ ସୁଷମାଙ୍କ ସ୍ୱାମୀ ସ୍ୱରାଜ କୌଶଲ ଓ ଝିଆ ବାଂଶୁରୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos