ପ୍ରକୃତିର ଅନୁପମ ଉପହାର- ତପ୍ତପାଣି

ବ୍ରହ୍ମପୁର(ଜୟନ୍ତ ସେଠ୍):ବ୍ରହ୍ମପୁରରୁ ତପ୍ତପାଣି ପ୍ରାୟ ୫୬ କିଲୋମିଟର ଆମେ ସେଠାରେ ପହଞ୍ଚିଲା ବେଳକୁ ସକାଳ ୮ଟା। ମେ’ ମାସରେ ସାରା ଓଡିଶାର ତାପମାତ୍ରା ଯେତେବେଳେ ବଢି ବଢି ଚାଲିଥାଏ, ତପ୍ତପାଣିରେ କିନ୍ତୁ ପରିବେଶ ଥାଏ ଶୀତଳ। ପାହାଡିଆ-ଘାଟି ରାସ୍ତା ଦେଇ ତପ୍ତପାଣି ଯିବାବେଳେ ସକାଳୁଆ ଥଣ୍ଡାପବନ ଦେହ ଆଉ ମନକୁ ଆଚ୍ଛନ୍ନ କରି ରଖୁଥାଏ।

taptapani

Rakesh Mallick
  • Published: Thursday, 14 May 2015
  • , Updated: 27 April 2017, 05:33 PM IST

ବ୍ରହ୍ମପୁର(ଜୟନ୍ତ ସେଠ୍):ବ୍ରହ୍ମପୁରରୁ ତପ୍ତପାଣି ପ୍ରାୟ ୫୬ କିଲୋମିଟର ଆମେ ସେଠାରେ ପହଞ୍ଚିଲା ବେଳକୁ ସକାଳ ୮ଟା। ମେ’ ମାସରେ ସାରା ଓଡିଶାର ତାପମାତ୍ରା ଯେତେବେଳେ ବଢି ବଢି ଚାଲିଥାଏ, ତପ୍ତପାଣିରେ କିନ୍ତୁ ପରିବେଶ ଥାଏ ଶୀତଳ। ପାହାଡିଆ-ଘାଟି ରାସ୍ତା ଦେଇ ତପ୍ତପାଣି ଯିବାବେଳେ ସକାଳୁଆ ଥଣ୍ଡାପବନ ଦେହ ଆଉ ମନକୁ ଆଚ୍ଛନ୍ନ କରି ରଖୁଥାଏ।

ଧଣ୍ଡାମରା ଏବଂ ସାନଖେମୁଣ୍ଡି  ପାହାଡ଼ର ପାଦ ଦେଶରେ ଏଇ ସୁନ୍ଦର ସ୍ଥାନଟି ଅବସ୍ଥିତ। ତପ୍ତପାଣି ହେଉଛି ଏକ ପ୍ରସିଦ୍ଧ ଉଷ୍ମ ପସ୍ରବଣ। କେବେଠାରୁ ଏହି ଉଷ୍ମ ପସ୍ରବଣର ଉତ୍ପତ୍ତି ହୋଇଛି ତାହା କହିବା କଷ୍ଟକର। ତେବେ ସ୍ଥାନୀୟ ଆଦିବାସୀମାନେ ତପ୍ତପାଣିକୁ ମା’ କନ୍ଧୁଣୀ ଦେବୀ ଭାବରେ ପୂଜାର୍ଚ୍ଚନା କରିଆସୁଛନ୍ତି। ଉଷୁମ ପାଣି ଝରଣା ମଝିରେ ରହିଛି ମା’ଙ୍କର ପ୍ରତୀକାତ୍ମକ ପଥର ମୂର୍ତ୍ତି। ପ୍ରତିଦିନ ଏଠାକୁ ଶହ ଶହ ପର୍ଯ୍ୟଟକ ଆସନ୍ତି ଉଷ୍ମ ପସ୍ରବଣର ଉଷୁମ ପାଣିରେ ଗାଧୋଇବା ପାଇଁ । ବିଭିନ୍ନ ପ୍ରକାରର ରାସୟାନିକ ଖଣିଜଦ୍ରବ୍ୟ ଏଇ ପାଣିରେ ମିଶିଥିବାରୁ ଦେହରୁ ସବୁପ୍ରକାର ଚର୍ମରୋଗ ଆରୋଗ୍ୟ ଲାଭ କରେ। ପ୍ରତି ସୋମବାର ଓ ସଂକ୍ରାନ୍ତି ତିଥିରେ ଶ୍ରଦ୍ଧାଳୁମାନେ ଉଷ୍ମ ପସ୍ରବଣରୁ ଦଉଡି କିମ୍ବା ଅଙ୍କୁଶ ସାହାଯ୍ୟରେ ପବିତ୍ର ଗୁଆ ଖୋଜନ୍ତି। ଲୋକ ବିଶ୍ୱାସ କରନ୍ତି ଯେ ଏହି ଗୁଆ ଯାହାକୁ ମିଳେ, ତାର ମାନସିକ ପୂରଣ ହୁଏ। ଏଇଗୁଆକୁ ପୂର୍ବରୁ ଭକ୍ତମାନେ ଦେବୀଙ୍କୁ  ଅର୍ପଣ କରିଥାନ୍ତି। ଏଠିକାର ପରିବେଶ ବଡ ସୁନ୍ଦର ଓ ଆକର୍ଷଣୀୟ । ଚାରିଆଡେ ପାହାଡ ଓ ଘଞ୍ଚ ଜଙ୍ଗଲ ଏବଂ ମଝିରେ ଉକ୍ଷ୍ମ ପସ୍ରବଣ। ପ୍ରକୃତି ସହିତ ଧାର୍ମକ ଉପାସନା ହେଉଛି ତପ୍ତପାଣିର ଏକ ସ୍ୱତନ୍ତ୍ର ପରିଚୟ।

ତପ୍ତପାଣିରେ କିଛିଦିନ ରାତ୍ରୀଯାପନ କରିବାର ଅନୁଭବ ସ୍ୱତନ୍ତ୍ର। ପ୍ରାକୃତିକ ପରିବେଶରେ ପାହାଡ ଉପରେ ଥିବା ଓଟିଡିସିର ପାନ୍ଥନିବାସ ପର୍ଯ୍ୟଟକ ମାନଙ୍କ ପାଇଁ ଅନ୍ୟତମ ମୁଖ୍ୟ ଆକର୍ଷଣ। ହେଲେ ମଝିରେ ମଂଚା ଉପରେ ତିଆରି ହୋଇଛି ପାନ୍ଥନିବାସର ଲଗ୍ ହାଉସ୍। ବଡିଭୋରରୁ ସଂଧ୍ୟା ପର୍ଯ୍ୟନ୍ତ, ଏପରିକି ରାତି ରହି ମଧ୍ୟ ଏଠାରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରାଯାଇପାରେ। ବିଭିନ୍ନ ପକ୍ଷୀଙ୍କର ମିଳିତ କିଚିରି ମିଚିର ସ୍ୱର ,ଥଣ୍ଡା ଥଣ୍ଡା ପାହାଡିଆ ପବନ ଆଉ ତା’ସାଙ୍ଗକୁ ସବୁଜ ବନାନୀ-ଏସବୁ ଯେକୌଣସି ବ୍ୟକ୍ତିକୁ ମତୁଆଲା କରିଦେବ।

ତପ୍ତପାଣି ପାନ୍ଥନିବାସ ଠାରୁ ଅଳ୍ପଦୂରରେ ରହିଛି ଜଙ୍ଗଲ ବିଭାଗ ପକ୍ଷରୁ ପରିଚାଳିତ ମୃଗ ବିହାର। ଏଠାରେ ପ୍ରାକୃତିକ ପରିବେଶରେ ଅଛନ୍ତି ୨୦୦ ପାଖାପାଖି ହରିଣ। ସ୍ଥାନୀୟ କର୍ମଚାରୀମାନଙ୍କର ଅକ୍ଲାନ୍ତ ପରିଶ୍ରମ ଫଳରେ ଏଇ ହରିଣ ମାନଙ୍କର ବଂଶବୃଦ୍ଧି ଘଟୁଛି। ଏଠାରେ ସମ୍ବର, ଚିତାହରିଣ, କୃଷ୍ଣସାର ମୃଗ ଓ କୁଟୁରା ପ୍ରଭୃତି ବିଭିନ୍ନ ପ୍ରଜାତିର ହରିଣଙ୍କୁ ଦେଖିବାକୁ ମିଳିବ।

Related story