ଫଟୋ ପୋଷ୍ଟ୍ କରି ଜେଲ୍ ଗଲେ ମହିଳା; କ’ଣ ଥିଲା ସେଥିରେ?

ଖାଇଲା ବେଳେ ହେଉ, ଅବା ଗାଡ଼ିରେ ବସି କେଉଁଠାକୁ ଗଲା ବେଳେ…, ସୋସିଆଲ୍ ମିଡିଆରେ ଲୋକେ ସେମାନଙ୍କ ବ୍ୟକ୍ତିଗତ ଆକ୍ଟିଭିଟିଗୁଡ଼ିକୁ ସେୟାର କରିବାକୁ ଭାରି ପସନ୍ଦ କରୁଛନ୍ତି। କିନ୍ତୁ ଦେଖାଯାଉଛି ବେଳେ ବେଳେ ଏମିତିକା ପୋଷ୍ଟ୍ ଅନେକଙ୍କୁ ଅକଳିଆ ସ୍ଥିତିରେ ପକାଉଛି। ଜଣେ ମହିଳାଙ୍କ ସହିତ ବି ଏଭଳି ଘଟିଛି। ତାଙ୍କ ନାଁ ନତୌଶା କିର୍କଲ୍ୟାଣ୍ଡ। ସେ ନର୍ଥ କୈରୋଲିନାରେ ରହନ୍ତି। ସେ ଜଣେ ଗର୍ଭବତୀ। ଗର୍ଭଧାରଣ ଯୋଗୁଁ ଫୁଲି ଯାଇଥିବା ପେଟର ଫଟୋ ଉଠାଇ ସେ […]

pregnantlady

Rakesh Mallick
  • Published: Sunday, 05 March 2017
  • , Updated: 05 March 2017, 12:06 PM IST

ଖାଇଲା ବେଳେ ହେଉ, ଅବା ଗାଡ଼ିରେ ବସି କେଉଁଠାକୁ ଗଲା ବେଳେ..., ସୋସିଆଲ୍ ମିଡିଆରେ ଲୋକେ ସେମାନଙ୍କ ବ୍ୟକ୍ତିଗତ ଆକ୍ଟିଭିଟିଗୁଡ଼ିକୁ ସେୟାର କରିବାକୁ ଭାରି ପସନ୍ଦ କରୁଛନ୍ତି। କିନ୍ତୁ ଦେଖାଯାଉଛି ବେଳେ ବେଳେ ଏମିତିକା ପୋଷ୍ଟ୍ ଅନେକଙ୍କୁ ଅକଳିଆ ସ୍ଥିତିରେ ପକାଉଛି। ଜଣେ ମହିଳାଙ୍କ ସହିତ ବି ଏଭଳି ଘଟିଛି। ତାଙ୍କ ନାଁ ନତୌଶା କିର୍କଲ୍ୟାଣ୍ଡ। ସେ ନର୍ଥ କୈରୋଲିନାରେ ରହନ୍ତି। ସେ ଜଣେ ଗର୍ଭବତୀ। ଗର୍ଭଧାରଣ ଯୋଗୁଁ ଫୁଲି ଯାଇଥିବା ପେଟର ଫଟୋ ଉଠାଇ ସେ ଫେସ୍‌ବୁକ୍‌ରେ ପୋଷ୍ଟ୍ କରିଥିଲେ। ସେ ମା’ ହେବାକୁ ଯାଉଥିବା ଜାଣି ଅନେକ ଫେସ୍‌ବୁକ୍ ଫ୍ରେଣ୍ଡ୍‌ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। କିନ୍ତୁ ତାଙ୍କ ଫ୍ରେଣ୍ଡ୍‌ ଲିଷ୍ଟରେ ଥିବା ଫ୍ରେଣ୍ଡସଙ୍କ ମଧ୍ୟରୁ ଜଣେ ମହିଳା ଏହି ଫଟୋରେ ଏମିତି କିଛି ଜିନିଷ ଦେଖିଲେ ଯାହା ତାଙ୍କ ହୋସ୍ ଉଡ଼ାଇ ଦେଲା। ସେ ସଙ୍ଗେ ସଙ୍ଗେ ଏ ସଂପର୍କରେ ପୋଲିସ୍‌କୁ ସୂଚନା ଦେଲେ। ତା’ପର ଦିନ ପୋଲିସ୍ ଆସି ନତୌଶାଙ୍କ ଘରେ ପହଞ୍ଚିଗଲା ଓ ତାଙ୍କୁ ଗିରଫ କଲା। ତେବେ ନତୌଶାଙ୍କ ସେହି ଫେସ୍‌ବୁକ୍ ଫ୍ରେଣ୍ଡ୍ ଜଣଙ୍କ ଏମିତି କ’ଣ ଦେଖିଲେ ସେହି ଫଟୋରେ। ଆପଣମାନେ ଫଟୋଟିକୁ ଦେଖି କିଛି ଜାଣିପାରିଲେଣି? ଜାଣିପାରିଲେନି। ତା’ହେଲେ ଆମେ କହି ଦେଉଛୁ।

ନତୌଶାଙ୍କ ସେହି ଫେସ୍‌ବୁକ୍ ଫ୍ରେଣ୍ଡ୍ ଦେଖିଲେ ଯେ ତାଙ୍କ ଡାହାଣ ହାତରେ ଏକ ବ୍ୟାଣ୍ଡ୍ ବନ୍ଧା ହୋଇଛି। ତାଙ୍କ ମନରେ ଟିକେ ଶଙ୍କା ଆସିଲା। ସେ ଫଟୋଟିକୁ ଭଲ ଭାବେ ଦେଖିଲେ। ଏବେ ତାଙ୍କ ନଜର ଫଟୋରେ ଥିବା ଏମିତି ଏକ ଜିନିଷ ଉପରେ ପଡ଼ିଲା ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରି ଦେଲା। ଫଟୋରେ ଦେଖାଯାଉଥିବା ଏକ ଷ୍ଟୁଲ୍ ଉପରେ ଏକ ସିରିଞ୍ଜ ପଡ଼ିଥିଲା। ସିରିଞ୍ଜ ଦେଖି ସେ ଜାଣି ଦେଲେ ନିତୌଶା ଡ୍ରଗ୍ସର ଇଞ୍ଜେକ୍ସନ୍‌ ନେଇଛନ୍ତି। ଗର୍ଭବତୀ ଥିବା ବେଳେ ଡ୍ରଗ୍ସ ନେଇ ନତୌଶା ନିଜ ଜୀବନ ସହିତ ଛୁଆର ଜୀବନକୁ ମଧ୍ୟ ବିପଦ ଆଡ଼କୁ ଠେଲି ଦେଉଥିଲେ।  ତେଣୁ ସେ ସଙ୍ଗେ ସଙ୍ଗେ ପୋଲିସ୍‌କୁ ଫୋନ୍ କରି କହିଦେଲେ। ଏହା ପରେ ପୋଲିସ୍ ନତୌଶାଙ୍କୁ ଗିରଫ କରିଥିଲା।

Related story