Advertisment

ପୁରୀ: ନେତାଜୀଙ୍କ ପୈତୃକ ବାସଭବନ ହେଲା ମ୍ୟୁଜିୟମ୍

ପୁରୀ: ପୁରୀ ଗୋପାଳ ବଲ୍ଲଭ ରୋଡରେ ଥିବା ନେତାଜୀଙ୍କ ପୈତୃକ ବାସଭବନ ଏବେ ମ୍ୟୁଜିୟମରେ ପରିଣତ ହୋଇଛି । ସ୍ୱାଧୀନତା ଆନ୍ଦୋଳନର ମୂକସାକ୍ଷୀ ଏହି ବାସଭବନରେ ରଖାଯାଇଥିବା ବିଭିନ୍ନ ସାମଗ୍ରୀରୁ ଏବେ ଲୋକେ ନେତାଜୀ ଓ ତାଙ୍କ ପରିବାର ବିଷୟରେ ବହୁତ କିଛି ଜାଣିପାରିବେ । ଏହାର ପୁନଃରୁଦ୍ଧାର କାମ ନେଇଥିବା ଇନଟାକ ଚଳିତମାସ ଏହାକୁ ହସ୍ତାନ୍ତର କରିବ । ନେତାଜୀ ମ୍ୟୁଜିୟମ ଟ୍ରଷ୍ଟ ଗଠନ ହେବା ପରେ ଏହାକୁ ବିଧିବଦ୍ଧ ଭାବେ ଉଦଘାଟନ କରାଯିବ । […]

ଅଦ୍ୟତନ ହୋଇଛି
ପୁରୀ: ନେତାଜୀଙ୍କ ପୈତୃକ ବାସଭବନ ହେଲା ମ୍ୟୁଜିୟମ୍

netaji7

Advertisment

netaji...........ପୁରୀ: ପୁରୀ ଗୋପାଳ ବଲ୍ଲଭ ରୋଡରେ ଥିବା ନେତାଜୀଙ୍କ ପୈତୃକ ବାସଭବନ ଏବେ ମ୍ୟୁଜିୟମରେ ପରିଣତ ହୋଇଛି । ସ୍ୱାଧୀନତା ଆନ୍ଦୋଳନର ମୂକସାକ୍ଷୀ ଏହି ବାସଭବନରେ ରଖାଯାଇଥିବା ବିଭିନ୍ନ ସାମଗ୍ରୀରୁ ଏବେ ଲୋକେ ନେତାଜୀ ଓ ତାଙ୍କ ପରିବାର ବିଷୟରେ ବହୁତ କିଛି ଜାଣିପାରିବେ । ଏହାର ପୁନଃରୁଦ୍ଧାର କାମ ନେଇଥିବା ଇନଟାକ ଚଳିତମାସ ଏହାକୁ ହସ୍ତାନ୍ତର କରିବ । ନେତାଜୀ ମ୍ୟୁଜିୟମ ଟ୍ରଷ୍ଟ ଗଠନ ହେବା ପରେ ଏହାକୁ ବିଧିବଦ୍ଧ ଭାବେ ଉଦଘାଟନ କରାଯିବ ।netaji1111111111

Advertisment

ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ନେତାଜୀଙ୍କ ଏହି ପୈତୃକ ବାସଭବନକୁ ମ୍ୟୁଜିୟମ କରାଯିବାକୁ ସ୍ଥିର କରାଯାଇ ୨୦୧୩ ଡିସେମ୍ବରରେ ଏହାର ପୁନଃଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଏହାର କାମ ଇନଟାକକୁ ଦିଆଯାଇଥିଲା । ଏବେ ମ୍ୟୁଜିୟମରେ ଶେଷସ୍ପର୍ଶ ଦିଆଯାଉଛି। ଗ୍ୟାଲେରୀ କାର୍ଯ୍ୟ ଶେଷ ହେଇଛି। ନେତାଜୀ ଓ ତାଙ୍କ ପରିବାର ବ୍ୟବହାର କରୁଥିବା ସମସ୍ତ ଆସବାବପତ୍ରର ତାଙ୍କ ଶୟନ କଠୋରୀରେ ରଖାଯାଇଛି। ମ୍ୟୁଜିୟମରେ ରହିଛି ନେତାଜୀଙ୍କ ଶୈଶବରୁ ଯୁବାବସ୍ଥାର ବହୁ ତଥ୍ୟ । ଏହାସହ ସ୍ୱାଧୀନତା ଆନ୍ଦୋଳନର ଅନେକ ସ୍ମୃତି। ଜବାହାର ଲାଲ ନେହେରୁ, ମହାତ୍ମା ଗାନ୍ଧୀ, ଇନ୍ଦିରା ଗାନ୍ଧୀ ଓ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ଅନେକ ତୁଙ୍ଗନେତାଙ୍କ ସହ ଫଟୋଚିତ୍ର। ନେତାଜୀଙ୍କ ପିତା ଜାନକୀ ନାଥ ବୋଷ ଓ ମାତା ପ୍ରଭାବତୀ ଦେବୀଙ୍କ ସହ ନେତାଜୀଙ୍କ ଶୈଶବର ଫଟୋଚିତ୍ର ମଧ୍ୟ ଏଠାରେ ରହିଛି। ଏହା ଭିତରେ ନିର୍ମାଣ କରାଯା‌ଇଛି ନେତାଜୀଙ୍କ ଆଦ୍ୟଜୀବନ ଗ୍ୟାଲେରୀ, ରାଜନୈତିକ ଓ ଆଇଏନଏ ଗ୍ୟାଲେରୀ, ନେତାଜୀଙ୍କ ଷ୍ଟଡିରୁମ୍ । ଏସବୁ ଭିତରେ ଆଜାଦ୍ ହିନ୍ଦ୍ ଫୌଜର ପୋଷ୍ଟାଲ୍ ଷ୍ଟାମ୍ପ୍, ନୋଟ୍ ଓ ତାଙ୍କ ହାତ ଲେଖା ଚିଠିସବୁ ସଜା ଯାଇଛି । ମ୍ୟୁଜିୟମ୍ ଭିତରେ ନେତାଜୀ ବ୍ୟବହାର କରୁଥିବା ଖଟ, ଡ୍ରସିଙ୍ଗ୍ ଟେବୁଲ୍, ସଫା ପରି ଅନେକ ଜିନିଷ ରହିଛି। ନେତାଜୀଙ୍କ ମ୍ୟୁଜିୟମରେ କାମ କରିବାକୁ ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଛନ୍ତି ପୁନଃରୁଦ୍ଧାର କାମ କରିଥିବା ଅକ୍ଷୟ ମହାରଣା । ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ କହିଛନ୍ତି, ଏଠାରେ ନେତାଜୀଙ୍କ ଜୀବନୀ ଆଧାରିତ ଅନେକ ତଥ୍ୟ ସଂରକ୍ଷିତ କରି ରଖାଯାଇଛି । ଯାହା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe