ଗୋଟିଏ ବଟିକାରେ ଅଟକି ଯିବ ବୟସ, ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବ ମଣିଷ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନୁଷ୍ୟ ଜୀବନର ସବୁଠାରୁ ବଡ଼ ବିଡମ୍ୱନା ହେଉଛି, ସେ ସବୁବେଳେ ‘ଯବାନ୍’ ରହିବାକୁ ଚାହେଁ। କିନ୍ତୁ ସେ ଚାହିଁଲେ ବି ନିଜ ବୟସକୁ ଅଟକାଇ ପାରିବ ନାହିଁ। ଅର୍ଥାତ୍ ନିଜକୁ ବୁଢ଼ାବୁଢ଼ୀ ହେବାରୁ ରୋକି ପାରିବ ନାହିଁ। ବୟସକୁ ସିନା ମଣିଷ ଅଟକାଇ ପାରିବ ନାହିଁ, ହେଲେ ବୁଢ଼ାବୁଢ଼ୀ ହେବାର ପ୍ରକ୍ରିୟାକୁ ମନ୍ଥର କରିପାରିବ କି? ଏବେ ବୈଜ୍ଞାନିକମାନେ ଏକ ଗବେଷଣା କରି କହିଛନ୍ତି ଯେ ବୟସ ବଢ଼ିବାର ପ୍ରକ୍ରିୟାକୁ ମନ୍ଥର କରାଯାଇପାରିବ। […]

old

Jitendra Garnayak
  • Published: Friday, 07 September 2018
  • , Updated: 07 September 2018, 06:19 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନୁଷ୍ୟ ଜୀବନର ସବୁଠାରୁ ବଡ଼ ବିଡମ୍ୱନା ହେଉଛି, ସେ ସବୁବେଳେ ‘ଯବାନ୍’ ରହିବାକୁ ଚାହେଁ। କିନ୍ତୁ ସେ ଚାହିଁଲେ ବି ନିଜ ବୟସକୁ ଅଟକାଇ ପାରିବ ନାହିଁ। ଅର୍ଥାତ୍ ନିଜକୁ ବୁଢ଼ାବୁଢ଼ୀ ହେବାରୁ ରୋକି ପାରିବ ନାହିଁ।

ବୟସକୁ ସିନା ମଣିଷ ଅଟକାଇ ପାରିବ ନାହିଁ, ହେଲେ ବୁଢ଼ାବୁଢ଼ୀ ହେବାର ପ୍ରକ୍ରିୟାକୁ ମନ୍ଥର କରିପାରିବ କି? ଏବେ ବୈଜ୍ଞାନିକମାନେ ଏକ ଗବେଷଣା କରି କହିଛନ୍ତି ଯେ ବୟସ ବଢ଼ିବାର ପ୍ରକ୍ରିୟାକୁ ମନ୍ଥର କରାଯାଇପାରିବ। ଏନେଇ ଏକ ଔଷଧ ବାହାର କରାଯିବ।  ଏହାର ପ୍ରୟୋଗରେ ଲୋକେ ଧୀରେ ଧୀରେ ବୁଢ଼ା ହେବେ।

୨୦୨୦ ମଧ୍ୟରେ ଏହାକୁ ପ୍ରସ୍ତୁତ କରାଯିବ ଏବଂ ମନୁଷ୍ୟର ବୟସ ବଢ଼ିବାର ପ୍ରକ୍ରିୟାକୁ ମନ୍ଥର କରି ଦିଆଯିବ। ଏଥିଯୋଗୁ ମନୁଷ୍ୟ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ ସକ୍ଷମ ହୋଇପାରିବ ବୋଲି ଏହି ବୈଜ୍ଞାନିକମାନେ ଦାବି କରିଛନ୍ତି।

ହାର୍ଭାର୍ଡ ପ୍ରଫେସର୍‌ ଡେଭିଡ୍‌ ସିନ୍‌କ୍ଲେୟର୍‌ ଏବଂ ସାଉଥ୍‌ ୱେଲସ୍‌ର ଗବେଷକମାନେ ଏହି ନୂଆ ପ୍ରକ୍ରିୟାକୁ ବିକଶିତ କରିଛନ୍ତି, ଯେଉଁଥିରେ ବୟସ ବଢ଼ିବାର ପ୍ରକ୍ରିୟାକୁ ମନ୍ଥର କରାଯାଇପାରିବ।

[caption id="attachment_272978" align="aligncenter" width="750"] image credit- aaj tak[/caption]

ଏହି ପ୍ରକ୍ରିୟାରେ ମନୁଷ୍ୟ ଶରୀରରେ ଥିବା ସେଲ୍‌ ବା କୋଷିକାଗୁଡ଼ିକର ରିପ୍ରୋଗ୍ରାମିଙ୍ଗ୍‌ କରାଯିବ। ଏଥିରେ ମନୁଷ୍ୟ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ନୂତନ ଭାବରେ ବିକଶିତ କରାଯିବ। କେବଳ ଏତିକି ନୁହେଁ, ପକ୍ଷାଘାତରେ ପଡ଼ିଥିବା ଲୋକଙ୍କୁ ବି ସୁସ୍ଥ କରାଯାଇପାରିବ ଓ ସେମାନେ ଚଲାବୁଲା କରିପାରିବେ।

ଆଗାମୀ ଦୁଇବର୍ଷ ମଧ୍ୟରେ ମାନବ ଶରୀରରେ ଏହାର ପରୀକ୍ଷଣ ଆରମ୍ଭ ହୋଇଯିବ।

ଏହି ଗବେଷଣାରୁ ଜଣାପଡ଼ିଛି ଯେ, ମୂଷାମାନଙ୍କୁ ଭିଟାମିନ୍‌ ବି ଡେରିବେଟିଭ୍‌ ବଟିକା ଦେବା ଦ୍ୱାରା ସେମାନଙ୍କ ଆୟୂଷ ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଯାଇପାରିବ।

ଆହୁରି ଜଣାପଡ଼ିଛି ଯେ, ଏହି ମେଡିସିନ୍‌ କେବଳ ବୟସର ଗତିକୁ ମନ୍ଥର କରିବ ନାହିଁ, କେଶ ଝଡ଼ିବା ସମସ୍ୟାକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରିବ।

ଏହି ନୂଆ ପ୍ରକ୍ରିୟାରେ ମୋଲିକ୍ୟୁଲ୍‌ ନାଇକୋଟିନାମାଇଡ୍‌ ଡେନୁକ୍ଲିଏଟାଇଡ୍‌(NAD)ର ବିଜ୍ଞାନ କାମ କରିଥାଏ। ଏହା ମାନବ ଶରୀରରେ ଶକ୍ତି ଉତ୍ପନ୍ନ କରିବା ପାଇଁ ସକ୍ଷମ ହୋଇଥାଏ ବୋଲି ଜଣାପଡ଼ିଛି।

[caption id="attachment_272979" align="aligncenter" width="750"] image credit- vogue[/caption]

ପ୍ରଫେସର୍‌ ସିନ୍‌କ୍ଲେୟର୍‌ ନିଜ ବୟସକୁ ରୋକିବା ପାଇଁ ଏହି ମେଡିସିନ୍‌କୁ ବ୍ୟବହାର କରୁଛନ୍ତି।

ସେ କହିଛନ୍ତି, ଏହି ବଟିକା ଖାଇବା ପରେ ତାଙ୍କର ବୟସ ୨୪ ବର୍ଷ କମ୍‌ ହୋଇଯାଇଛି। ଏହା ସହିତ ସେ ଦୃଢ଼ ଭାବରେ କହିଛନ୍ତି ଯେ ତାଙ୍କ ବାପା ଏହି ମେଡିସିନ୍‌କୁ ଖାଇବା ପରେ ଦୁଃସାହସିକ ଖେଳ ଯେପରି ୱାଟର୍‌ ରା଼ଫ୍ଟିଂରେ ଭାଗ ନେଉଛନ୍ତି।

ରିପୋର୍ଟ ଅନୁସାରେ ଏହି ମେଡିସିନ୍‌ ୫ ବର୍ଷ ମଧ୍ୟରେ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ବଜାରରେ ଉପଲବ୍ଧ ହେବ। ଗୋଟିଏ କପ୍‌ କଫିର ମୂଲ୍ୟ ଯାହା ଏହାର ମୂଲ୍ୟ ମଧ୍ୟ ତାହା ରହିବ।

କିନ୍ତୁ ପ୍ରଫେସର୍‌ ସିନ୍‌କ୍ଲେୟର୍‌ ଚେତାବନୀ ଦେଇଛନ୍ତି, ଯେ ପର୍ଯ୍ୟନ୍ତ ଏହି ଗବେଷଣା ଶେଷ ହୋଇନାହିଁ ଏବଂ ଏହାର ଏହାର ରିସର୍ଚ୍ଚ ପେପର୍‌ ରିଭ୍ୟୁ ହୋଇ ପ୍ରକାଶ ପାଇନାହିଁ, ସେ ପର୍ଯ୍ୟନ୍ତ ଲୋକମାନେ ଏହି ଏଜିଙ୍ଗ୍‌ ପ୍ରୋସେସ୍‌କୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ନାହିଁ।

ସୌଜନ୍ୟ: ଆଜ୍‌ତକ୍‌

 

 

Related story