ପାକ୍‌ ଖେଳାଳି ସୋଏବଙ୍କ ମୁହଁରେ ହିନ୍ଦୁ ପୌରାଣିକ କଥା, କହିଲେ ମହାଦେବଙ୍କ କାହାଣୀ

ଲାହୋର:ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତରଙ୍କ ମୁହଁରେ ହିନ୍ଦୁ ଧର୍ମ ଏବଂ ଧର୍ମପୀଠର ବର୍ଣ୍ଣନା । ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ସୋଏବ ହିନ୍ଦୁଧର୍ମର ଏକ କାହାଣୀ ବିଷୟରେ କହୁଛନ୍ତି। ଏହି କାହାଣୀ ଅନୁସାରେ କୁଆଡେ ମହାଦେବ ଓ ବିଷ୍ଣୁଙ୍କ  ମଧ୍ୟରେ ଯୁଦ୍ଧ ହୋଇଥିଲା ଏବଂ ଏଥିରେ ଶିବ ଜିତିଥିଲେ। ଏହି କାହାଣୀର ଏକ ଭିଡିଓ ଭାଇରାଲ ହୋଇଛି। ଅବଶ୍ୟ ଏହି ଭିଡିଓ ମାଧ୍ୟମରେ ପାକିସ୍ତାନର ଐତିହ୍ୟ ଏବଂ ସୁନ୍ଦର ନଜାରା ପ୍ରତି ଲୋକଙ୍କୁ ଆକର୍ଷିତ କରିବା ସୋଏବଙ୍କର […]

p-11

Tapas Behera
  • Published: Monday, 29 July 2019
  • , Updated: 29 July 2019, 06:35 PM IST

ଲାହୋର:ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତରଙ୍କ ମୁହଁରେ ହିନ୍ଦୁ ଧର୍ମ ଏବଂ ଧର୍ମପୀଠର ବର୍ଣ୍ଣନା । ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ସୋଏବ ହିନ୍ଦୁଧର୍ମର ଏକ କାହାଣୀ ବିଷୟରେ କହୁଛନ୍ତି। ଏହି କାହାଣୀ ଅନୁସାରେ କୁଆଡେ ମହାଦେବ ଓ ବିଷ୍ଣୁଙ୍କ  ମଧ୍ୟରେ ଯୁଦ୍ଧ ହୋଇଥିଲା ଏବଂ ଏଥିରେ ଶିବ ଜିତିଥିଲେ। ଏହି କାହାଣୀର ଏକ ଭିଡିଓ ଭାଇରାଲ ହୋଇଛି। ଅବଶ୍ୟ ଏହି ଭିଡିଓ ମାଧ୍ୟମରେ ପାକିସ୍ତାନର ଐତିହ୍ୟ ଏବଂ ସୁନ୍ଦର ନଜାରା ପ୍ରତି ଲୋକଙ୍କୁ ଆକର୍ଷିତ କରିବା ସୋଏବଙ୍କର ମୁଖ୍ୟ ଲକ୍ଷ୍ୟ।

ଯାହା ବି ହେଉ ହିନ୍ଦୁ ଧର୍ମପୀଠ ସମ୍ପର୍କରେ କ’ଣ କହିଛନ୍ତି ସୋଏବ ଜାଣନ୍ତୁ।

ଏହି ଭିଡ଼ିଓରେ ସୋଏବ ପାକିସ୍ତାନର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖାଇବା ସହ ଏଠାରେ ଥିବା ଏକ ହିନ୍ଦୁ ଧର୍ମପୀଠ ‘କଲାର କହାର’ ବିଷୟରେ କହୁଛନ୍ତି।  ସେ କହୁଛନ୍ତି, ଏଠାରେ ଏକଦା ମହାରାଜା ଶିବ ରହୁଥିଲେ। ତାଙ୍କର ରାମଚନ୍ଦ୍ରଙ୍କ ସହିତ ଯୁଦ୍ଧ ହୋଇଥିଲା ଯେଉଁଥିରେ ଶିବଙ୍କର ବିଜୟ ହୋଇଥିଲା। ରାମଚନ୍ଦ୍ର ହନୁମାନଙ୍କ ସହାୟତାରେ ଏହି ଯୁଦ୍ଧ କରିଥିଲେ। ଏହି ସ୍ଥାନ ହିନ୍ଦୁମାନଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରେ।

ସୋଏବ ଆହୁରି କହୁଛନ୍ତି, ଶିବ୍‌ ସାହାବଙ୍କର ଜଣେ ବେଗମ୍‌ ଥିଲେ। ତାଙ୍କର ମୃତ୍ୟୁ ପରେ ମହାରାଜା ଶିବ ବହୁତ ଉଦାସ ହୋଇଗଲେ। ତାଙ୍କୁ ଦୁଃଖରେ ସେ ଏତେ କାନ୍ଦିଲେ ଯେ ତାଙ୍କ ଲୁହରେ ଏଠାରେ ଏକ ଝିଲ୍‌ ସୃଷ୍ଟି ହେଲା। ସେଥିପାଇଁ ଏହି ଝିଲ୍‌କୁ ‘ଲୁହର ଝିଲ’ ବା ‘ଆଂଶୁ କା ଝିଲ୍‌’ ବୋଲି କହିଥାନ୍ତି।

ହିନ୍ଦୁ ପୌରାଣିକ ତଥ୍ୟ ସହ ଯଦିଓ ଏହି ବର୍ଣ୍ଣନାର କିଛିଟା ସାମଞ୍ଜସ୍ୟ ରହିଛି କିନ୍ତୁ ସୋଏବ ଠିକ୍‌ ଭାବେ ଏହି ତଥ୍ୟ ଜାଣି ନ ଥିବାରୁ ଏହାକୁ ବିକୃତ କରି ଉପସ୍ଥାପନ କରିଛନ୍ତି।

ପ୍ରକୃତ କଥା ହେଲା,  ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଏକ ଜାଗା ରହିଛି ‘କଲାର କହର’। ଏଠାରେ ଭଗବାନ ଶିବଙ୍କର ଏକ ମନ୍ଦିର ରହିଛି। ଏହି ସ୍ଥାନର ନାମ ହେଉଛି କଟାସ ରାଜ ମନ୍ଦିର। ଏହି କଟାସ ରାଜ ମନ୍ଦିରକୁ ନେଇ ଅନେକ କଥା ଶୁଣିବାକୁ ମିଳେ। ପ୍ରକୃତରେ ହିନ୍ଦୁମାନଙ୍କ ପାଇଁ ଖୁବ୍‌ ପବିତ୍ର ଏହି ସ୍ଥାନ। ଐତିହାସିକଙ୍କ ମତରେ ଏହି ସ୍ଥାନକୁ ଶିବଙ୍କ ନେତ୍ର ବୋଲି ମଧ୍ୟ କୁହାଯାଏ। ଯେତେବେଳେ ମା’ ପାର୍ବତୀଙ୍କର ସତୀତ୍ୱ ପ୍ରାପ୍ତି ହୋଇଥିଲା ସେତେବେଳେ ଭଗବାନ ଶିବଙ୍କ ଆଖିରୁ ଦୁଇ ବୁନ୍ଦା ଲୁହ ଖସି ପଡ଼ିଥିଲା। ଗୋଟିଏ ବିନ୍ଦୁ ଏଠାରେ ପଡ଼ିଥିଲା ଯାହା ଅମୃତ ପାଲଟି ଯାଇଥିଲା। ସେଥିପାଇଁ ଏହି ସରୋବରକୁ ଅମୃତ କୁଣ୍ଡ ବୋଲି ମଧ୍ୟ କୁହାଯାଏ।

ଏହି ଘଟଣା ପରେ ସୋଏବ ପାକିସ୍ତାନର ଅନ୍ୟ କୀର୍ତ୍ତିରାଜି ସମ୍ପର୍କରେ ବର୍ଣ୍ଣନା କରୁଥିବା ଦେଖିବାକୁ ମିଳିଛି। ବିଶ୍ୱ ଦରବାରରେ ପାକିସ୍ତାନର ମର୍ଯ୍ୟଦା ବୃଦ୍ଧି ତଥା ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ପାଇଁ ସୋଏବ ଏଥିରେ ଚେଷ୍ଟା କରିଛନ୍ତି।

https://youtu.be/6RVgVuXqyLE

Related story