ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନିଆରା କଣ୍ଠସ୍ୱର ଏବଂ ଭରପୂର ପ୍ରତିଭା ପାଇଁ ଚର୍ଚ୍ଚାକୁ ଆସିଛନ୍ତି କଣ୍ଠଶିଳ୍ପୀ ଶୁଭମ ପ୍ରଧାନ। ଷ୍ଟାର ପ୍ଲସ୍ର ସିଙ୍ଗିଙ୍ଗ୍ ରିୟଲିଟି ଶୋ’ ‘ଦି ଭଏସ୍’ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପ୍ରଦର୍ଶନ କରି ସମସ୍ତଙ୍କ ମନ କିଣିପାରିଛନ୍ତି ଶୁଭମ।
ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଶୁଭମଙ୍କ ସଙ୍ଗୀତ ଯାଦୁରେ ମୁଗ୍ଧ ହୋଇ ଲୋକପ୍ରିୟ ସିଙ୍ଗର ଅଦନାନ୍ ସାମି ତାଙ୍କୁ ନିଜ ଟିମ୍ରେ ସାମିଲ ପାଇଁ ଚୟନ କରିଛନ୍ତି। ଖାଲି ସେତିକି ନୁହଁ ନିଜର ନିଆରା ଗାୟନଶୈଳୀ ଓ ଜବରଦସ୍ତ ଅନ୍ଦାଜର ଗୀତ ପାଇଁ ମ୍ୟୁଜିକ୍ ମାଷ୍ଟର କୁହାଯାଉଥିବା ଏଆର୍ ରହମାନ୍ଙ୍କୁ ଫିଦା କରିଦେଇଛନ୍ତି ଶୁଭମ। ଆଉ ଶୁଭମଙ୍କ ପାଇଁ ଗୀତ ଗାଇଥିଲେ ଏଆର୍ ରହମାନ୍।
ଏହି ଶୋ’ରେ ଶୁଭମଙ୍କୁ ରହମାନ୍ ଆଲିଙ୍ଗନ କରିବା ସହ ରଙ୍ଗଦେ ବସନ୍ତୀର ‘ମା’ ଗୀତ ଗାଇଥିଲେ। ନିଜର ଯାଦୁକାରୀ କଣ୍ଠରେ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିପାରିଛନ୍ତି ଶୁଭମ। ବଲିଉଡ୍ର ସୁପରହିଟ୍ ଗୀତ ପରିବେଷଣ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ଆଉ ସେ ଗୋଟିଏ ପରେ ଗୋଟିଏ ସଫଳତାର ପଥ ଅତିକ୍ରମ କରି ଚାଲିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।