Advertisment

କରୋନା ଲଢ଼େଇରେ ସିକ୍କିମ୍ ରୋଲ୍ ମଡେଲ୍

କୋଲକାତା: ସାରା ବିଶ୍ୱ, ଦେଶ ନୋଭେଲ କରୋନା ଭୂତାଣୁ ସହ ଲଢ଼ୁଥିବା ବେଳେ ଶତ୍ରୁଠାରୁ ଦୂରରେ ରହି ସମସ୍ତଙ୍କ ରୋଲ୍ ମଡେଲ୍ ପାଲଟିଛି ସିକ୍କିମ୍। ଦେଶ ଦୁନିଆରେ ଦିନକୁ ଦି ନ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ଲାଗିଥିବା ବେଳେ ଉତ୍ତର-ପୂର୍ବରେ ଥିବା ଏହି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ସଂକ୍ରମଣର ସୂଚନା ମିଳିନାହିଁ। ରାଜ୍ୟ ପ୍ରଶାସନଙ୍କ ସହ ମିଶି କଡ଼ା ଅନୁଶାସନକୁ ପାଳନ ପୂର୍ବକ ଲୋକମାନେ କରୋନାକୁ କହିଦେଛନ୍ତି ‘ନା’। ଏହି କ୍ରମରେ ସିକିମ […]

ଅଦ୍ୟତନ ହୋଇଛି
କରୋନା ଲଢ଼େଇରେ ସିକ୍କିମ୍ ରୋଲ୍ ମଡେଲ୍

SIKKIM

Advertisment

କୋଲକାତା: ସାରା ବିଶ୍ୱ, ଦେଶ ନୋଭେଲ କରୋନା ଭୂତାଣୁ ସହ ଲଢ଼ୁଥିବା ବେଳେ ଶତ୍ରୁଠାରୁ ଦୂରରେ ରହି ସମସ୍ତଙ୍କ ରୋଲ୍ ମଡେଲ୍ ପାଲଟିଛି ସିକ୍କିମ୍। ଦେଶ ଦୁନିଆରେ ଦିନକୁ ଦି ନ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ଲାଗିଥିବା ବେଳେ ଉତ୍ତର-ପୂର୍ବରେ ଥିବା ଏହି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ସଂକ୍ରମଣର ସୂଚନା ମିଳିନାହିଁ। ରାଜ୍ୟ ପ୍ରଶାସନଙ୍କ ସହ ମିଶି କଡ଼ା ଅନୁଶାସନକୁ ପାଳନ ପୂର୍ବକ ଲୋକମାନେ କରୋନାକୁ କହିଦେଛନ୍ତି 'ନା'। ଏହି କ୍ରମରେ ସିକିମ ହେଉଛି ପ୍ରଥମ ରାଜ୍ୟ ଯେଉଁଠି ଏପ୍ରିଲ ୧୯ ଯାଏ କୋଭିଡ୍-୧୯ର ଗୋଟିଏ ବି ମାମଲା ଦେଖିବାକୁ ମିଳିନାହିଁ।

Advertisment

ଚୀନରୁ ଏହି ମାରାତ୍ମକ ଭୂତାଣୁ ସାରା ଦୁନିଆକୁ ବ୍ୟାପିଛି। ହେଲେ ସିକ୍କିମ୍ ଚୀନ ସହ ସୀମାବଦ୍ଧ ହୋଇ ମଧ୍ୟ ଭୂତାଣୁ ପାଇଁ କରିଦେଇଛି 'ନୋ ଏଣ୍ଟ୍ରି'। ଆଉ ଏଭଳି ଅସାଧାରଣ ସଫଳତା ସ୍ଥାନୀୟ ପ୍ରଶାସନର ତତ୍ପରତା ଆଉ ରାଜ୍ୟବାସୀଙ୍କ କଡ଼ା ଅନୁଶାସନ ଯୋଗୁ ରାଜ୍ୟକୁ ମିଳିପାରିଛି। ଚୀନ ସୀମା ସହ ସଂଲଗ୍ନ ହୋଇ ମଧ୍ୟ ମଳିତ ପ୍ରଚେଷ୍ଟାରେ କରୋନା ସଂକ୍ରମଣକୁ ରାଜ୍ୟ ରୋକିପାରିଛି।

ତେବେ ଏନେଇ ସିକ୍କିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ଗୋଲେ କହିଛନ୍ତି ଯେ, ରାଜ୍ୟ ଚୀନ ସହ ବ୍ୟାପକ ସୀମାବଦ୍ଧ ହୋଇଥିବାରୁ ବ୍ୟାପକ ପଦକ୍ଷେପ ନିଆଗଲା, ଯାହାର ଅପ୍ରତ୍ୟାଶିତ ଫଳାଫଳ ମିଳିଛି। ଦେଶରେ ସର୍ବ ପ୍ରଥମେ ସିକ୍କିମ୍ ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରିଥିଲେ। ଜାନୁୟାରୀ ୨୭ରୁ ହିଁ ରାଜ୍ୟର ସମସ୍ତ ପ୍ରବେଶ କେନ୍ଦ୍ରରେ ସ୍କ୍ରିନିଂ ବାଧ୍ୟତାମୂଳକ କରିଦିଆଯାଇଥିଲା ବୋଲି ଗୋଲେ କହିଛନ୍ତି।

Advertisment

ନିକଟରେ ବିଦେଶରୁ ଫେରିଥିବା ସମସ୍ତଙ୍କ ବିବରଣୀ ବାହାର କରି ସେମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇଦିଆଗଲା। ଏପରି କି ସଂକ୍ରମଣର କମ୍ ଆଶଙ୍କା ଥିବା ଘରଗୁଡ଼ିକୁ ମଧ୍ୟ ଏକାନ୍ତବାସ ବା ଆଇସୋଲେସନରେ ରହିବାକୁ ପ୍ରୋତ୍ସାହିତ କରାଗଲା। ସନ୍ଦିଗ୍ଧମାନଙ୍କୁ ନମୁନା ତୁରନ୍ତ ପରୀକ୍ଷା କରାଗଲା। ତେବେ ରାଜ୍ୟରେ ଯଦିଓ ଗୋଟିଏ ହେଲେ କରୋନା ସଂକ୍ରମଣର ମାମଲା ସାମ୍ନାକୁ ଆସିନାହିଁ। ତଥାପି ଏହି ଏକ ଖୁସି ମନାଇବାର ସମୟ ନୁହେଁ ବୋଲି କହିଛନ୍ତି ସୋଶାଲ ମିଡିଆରେ ସଚେତନତା ବାର୍ତ୍ତା ଦେଉଥିବା ରାଘବ କ୍ଷେତ୍ରୀ।

ସେ କହିଛନ୍ତି, ଏବେ ସିକ୍କିମବାସୀ ଓ ରାଜ୍ୟ ସରକାରଙ୍କୁ ଆହୁରି ସଚେତନ ହେବାକୁ ପଡ଼ିବ। ସିକ୍କିମରେ ଗୋଟିଏ ହେଲେ କରୋନା ଟେଷ୍ଟିଂ ଲ୍ୟାବ୍ ନାହିଁ। ନମୁନାଗୁଡ଼ିକୁ ଉତ୍ତର ବଙ୍ଗ ମେଡିକାଲ କଲେଜ ହସ୍ପିଟାଲକୁ ପରୀକ୍ଷଣ ପାଇଁ ପଠାଯାଉଛି। ଏଣୁ ଯଥାଶ୍ରୀଘ୍ର ଏଠାରେ ଲ୍ୟାବ୍ ପ୍ରତିଷ୍ଠା କରିବାକୁ ସରକାରଙ୍କ ବ୍ୟବସ୍ଥା କରିବା ଉଚିତ୍ ବୋଲି ରାଘବ କହିଛନ୍ତି।

ଭାରତୀୟ ଫୁଟବଲ ଟିମର ପୂର୍ବତନ କ୍ୟାପଟେନ୍ ଏବଂ ସିକ୍କିମ୍ ବାସିନ୍ଦା ବାଇଚୁଙ୍ଗ୍ ଭୂଟିଆ କହିଛନ୍ତି, ସିକ୍କିମର ଇତିହାସ କହୁଛି ଯେ, ଏଠାର ଲୋକ ବହୁତ ଅନୁଶାସିତ ଏବଂ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିଥାନ୍ତି। କରୋନା ମୁକାବିଲା ଲାଗି ଯେଉଁ ନିର୍ଦ୍ଦେଶନାମା ଜାରି କରାଗଲା, ସିକିମର ଲୋକେ ତାହାକୁ ଦାୟିତ୍ୱବାନ ଭାବେ ପାଳନ କରିଛନ୍ତି ବୋଲି ବାଇଚୁଙ୍ଗ୍ କହିଛନ୍ତି।

ସୂଚନା ଥାଉ କି, ଦେଶର ବିଭିନ୍ନ ସ୍ଥାନରେ ଲୋକେ ଲକଡାଉନ୍ ନିୟମକୁ ଉଲ୍ଲଂଘନ କରିବାର ଦୃଶ୍ୟ ସାମ୍ନାକୁ ଆସୁଥିବା ବେଳ ସିକିମବାସୀ ସମ୍ପୂର୍ଣ୍ଣ ଭାବେ ଏହାକୁ ପାଳନ କରୁଛନ୍ତି। ଏପରି କି ଘର ଭିତରେ ମଧ୍ୟ ଲୋକମାନେ ନିୟମକୁ ମାନି ଚଳୁଥିବା କହିଛନ୍ତି। ଅନ୍ୟପଟେ ସ୍ୱଚ୍ଛତା ଦୃଷ୍ଟିରୁ ମଧ୍ୟ ସିକିମ ଆଗରେ। ଏଠାରେ ଅପରିସ୍କାର ବାତାବରଣ ନ ଥିବାରୁ ସଂକ୍ରମଣର ଆଶଙ୍ଗା ମଧ୍ୟ କମ୍ ରହିଛି।

ତେବେ ଭାରତର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ସିକ୍କିମ୍ ଭଳି ଅନୁଶାସନ ଓ ତତ୍ପରତା ଦେଖାଦେଲେ କରୋନାକୁ ଦେଶ ମିଳିତ ଉଦ୍ୟମରେ ନିଶ୍ଚୟ ହରାଇ ପାରିବ। ଚୀନ୍ ସହ ସୀମାବଦ୍ଧ ହୋଇ ମଧ୍ୟ ବିଶ୍ୱ ମହାମାରୀକୁ ମାତ୍ ଦେବାରେ ସିକ୍କିମ୍ ଅନ୍ୟମାନଙ୍କ ପାଇଁ ଆଜି ଉଦାହରଣ ସାଜିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe