ବେଙ୍ଗ ଏତେ ଛୋଟ ଯେ ନଖରେ ବସି ପାରିବ; ଆସନ୍ତୁ ଖୋଜିବା ତା’ ଠିକଣା...

ଶିରୋନାମା ପଢ଼ି ଓ ଫଟୋ ଦେଖି ଆପଣମାନେ ବେଙ୍ଗର ଆକାର ସଂପର୍କରେ ଜାଣି ସାରିବେଣି! କିନ୍ତୁ ମନରେ ନିଶ୍ଚିତ ପ୍ରଶ୍ନ ଉଠିଥିବ କେଉଁଠି ଦେଖା ଯାଆନ୍ତି ଏମିତି ବେଙ୍ଗ। ଅଧିକ ସସ୍‌ପେନ୍ସ ନ ରଖି ଆମେ ଆପଣଙ୍କୁ କହି ରଖୁଛୁ ଯେ ପଶ୍ଚିମ ଘାଟ ପର୍ବତମାଳାର ଜଙ୍ଗଲରେ ଏହି ବେଙ୍ଗ ଦେଖାଯାଆନ୍ତି। ପୁଣି ଗୋଟିଏ ନୁହେଁ ଏହି ଆକାରର ଚାରି ପ୍ରଜାତିର ବେଙ୍ଗ ଅଛନ୍ତି। ୫ ବର୍ଷ ଧରି ଖୋଜିବା ପରେ ଏହି ବେଙ୍ଗଗୁଡ଼ିକୁ ସେଠାରେ ଠାବ […]

frog

Rakesh Mallick
  • Published: Sunday, 05 March 2017
  • , Updated: 05 March 2017, 10:28 AM IST

ଶିରୋନାମା ପଢ଼ି ଓ ଫଟୋ ଦେଖି ଆପଣମାନେ ବେଙ୍ଗର ଆକାର ସଂପର୍କରେ ଜାଣି ସାରିବେଣି! କିନ୍ତୁ ମନରେ ନିଶ୍ଚିତ ପ୍ରଶ୍ନ ଉଠିଥିବ କେଉଁଠି ଦେଖା ଯାଆନ୍ତି ଏମିତି ବେଙ୍ଗ। ଅଧିକ ସସ୍‌ପେନ୍ସ ନ ରଖି ଆମେ ଆପଣଙ୍କୁ କହି ରଖୁଛୁ ଯେ ପଶ୍ଚିମ ଘାଟ ପର୍ବତମାଳାର ଜଙ୍ଗଲରେ ଏହି ବେଙ୍ଗ ଦେଖାଯାଆନ୍ତି। ପୁଣି ଗୋଟିଏ ନୁହେଁ ଏହି ଆକାରର ଚାରି ପ୍ରଜାତିର ବେଙ୍ଗ ଅଛନ୍ତି। ୫ ବର୍ଷ ଧରି ଖୋଜିବା ପରେ ଏହି ବେଙ୍ଗଗୁଡ଼ିକୁ ସେଠାରେ ଠାବ କରିଛନ୍ତି ଗବେଷକମାନେ। ଏହି ବେଙ୍ଗଗୁଡ଼ିକର ଲମ୍ବ ୧୨ ରୁ ୧୬ ମିଲିମିଟର ମଧ୍ୟରେ। ଏ ପର୍ଯ୍ୟନ୍ତ ବେଙ୍ଗର ଯେତେ ପ୍ରକାର ପ୍ରଜାତିଙ୍କୁ ଠାବ କରାଯାଇଛି ସେମାନଙ୍କ ମଧ୍ୟରେ ଏହି ଚାରି ପ୍ରଜାତିର ବେଙ୍ଗଙ୍କ ଆକାର ଛୋଟ। ଏଗୁଡ଼ିକ ନୂଆ ପ୍ରଜାତିର। ପୂର୍ବରୁ ଏମାନଙ୍କ ସଂପର୍କରେ କୌଣସି ଅଧ୍ୟୟନ କରାଯାଇ ନ ଥିଲା। ପଶ୍ଚିମଘାଟ ପର୍ବତମାଳାର ଜଙ୍ଗଲଗୁଡ଼ିକରେ ଏଗୁଡ଼ିକ ବହୁଳମାତ୍ରାରେ ରହନ୍ତି। କିନ୍ତୁ ଏତେ କ୍ଷୁଦ୍ର ଯେ ନଜର ଆସନ୍ତି ନାହିଁ ବୋଲି କହିଛନ୍ତି ଗବେଷକମାନେ।  ଅବଶ୍ୟ ପାପୁଆ ନ୍ୟୁ ଗିନୀରେ ବେଙ୍ଗର ଏକ ପ୍ରଜାତି ରହିଛି ଯେଉଁମାନଙ୍କ ଲମ୍ବ ମାତ୍ର ୮ ମିଲିମିଟର। ଏହାକୁ ବିଶ୍ୱର ସବୁଠୁ କ୍ଷୁଦ୍ର ବେଙ୍ଗ କୁହାଯାଏ।

ଏଯେଉଁ ଫଟୋଟି ଆପଣମାନେ ଦେଖୁଛନ୍ତି ତାହା ରାବିନମୁର ପ୍ରଜାତିର ବେଙ୍ଗ। ଏହାର ଲମ୍ବା ୧୨.୨ ମିଲିମିଟର

 

 

 

 

 

 

 

 

 

 

ଦ୍ୱିତୀୟ ଫଟୋରେ ଥିବା ଏହି ବେଙ୍ଗଟିର ନାଁ ସବରୀମାଳା ନାଇଟ୍ ଫ୍ରଗ୍। ଏହାର ଲମ୍ବା ୧୨.୩ ମିଲିମିଟ।

 

 

 

 

 

 

 

 

 

ଏହି ବେଙ୍ଗଟିକୁ ମଧ୍ୟ ପଶ୍ଚିମଘାଟ ପର୍ବତମାଳା ଜଙ୍ଗଲରୁ ଠାବ କରାଯାଇଛି। ଏହାର ଲମ୍ବ ୧୩.୬ ମିଲିମିଟର। ଏହା ବିଜୟନ ପ୍ରଜାତିର।

 

 

 

 

 

 

 

 

 

ଏହ ବେଙ୍ଗଟି ମଲାନାର ନାଇଟ୍ ଫ୍ରଗ୍‌ ପ୍ରଜାତିର। ଏହାର ଲମ୍ବ ୧୩.୮ ମିଲିମିଟର।

 

Related story