୨୪ ବିଷଧର ସାପଙ୍କ ସହ ଗୋଟେ ପରିବାର

ଟେକ୍ସସ୍‌: ଘରେ ଥିଲେ ୨୪ଟି ବିଷଧର ସାପ। ହେଲେ ଘରର ମାଲିକଙ୍କୁ ଏ ବିଷୟରେ ସାମାନ୍ୟ ତମ ସୂଚନା ନ ଥିଲା। ପରିବାର ସହ ଏହି ସାପମାନଙ୍କ ସହ ଦୀର୍ଘଦିନ ହେଲା ରହି ଆସୁଥିଲେ ଘର ମାଲିକ। ତେବେ ତାଙ୍କ ଶୌଚାଳୟରୁ ଏକ ବିଷାକତ ସାପା ବାହାରିବା ପରେ ଏପରି ଅବିସ୍ୱାଶନୀୟ ଘଟଣା ପଦାକୁ ଆସିଛି। ଏହା ଘଟିଛି ୟୁଏସ୍‌ଏର ଟେକ୍ସସ୍‌ ପ୍ରଦେଶରେ। ଘର ମାଲିକଙ୍କ ପୁଅ ଶୌଚାଳୟକୁ ଯାଇଥିବା ବେଳେ କୁମୁଡ ମଧ୍ୟରେ ଏକ ବିଷାକ୍ତ […]

snake

Rakesh Mallick
  • Published: Sunday, 12 March 2017
  • , Updated: 12 March 2017, 10:56 PM IST

ଟେକ୍ସସ୍‌: ଘରେ ଥିଲେ ୨୪ଟି ବିଷଧର ସାପ। ହେଲେ ଘରର ମାଲିକଙ୍କୁ ଏ ବିଷୟରେ ସାମାନ୍ୟ ତମ ସୂଚନା ନ ଥିଲା। ପରିବାର ସହ ଏହି ସାପମାନଙ୍କ ସହ ଦୀର୍ଘଦିନ ହେଲା ରହି ଆସୁଥିଲେ ଘର ମାଲିକ। ତେବେ ତାଙ୍କ ଶୌଚାଳୟରୁ ଏକ ବିଷାକତ ସାପା ବାହାରିବା ପରେ ଏପରି ଅବିସ୍ୱାଶନୀୟ ଘଟଣା ପଦାକୁ ଆସିଛି। ଏହା ଘଟିଛି ୟୁଏସ୍‌ଏର ଟେକ୍ସସ୍‌ ପ୍ରଦେଶରେ।

ଘର ମାଲିକଙ୍କ ପୁଅ ଶୌଚାଳୟକୁ ଯାଇଥିବା ବେଳେ କୁମୁଡ ମଧ୍ୟରେ ଏକ ବିଷାକ୍ତ ସାପ ଦେଖିଥିଲେ। ଘର ମାଲିକ ଏକ ଲୁହା ରଡରେ ସାପଟିକୁ ମାରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ସେ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲ୍ପଲାଇନ୍‌ ସଦସ୍ୟମାନେ ଆସି ସାପଟିକୁ ଉଦ୍ଧାର କରିଥିଲେ। ତେବେ ଘରେ ଆଉ ସାପ ଥିବା ସନ୍ଦେହରେ ସ୍ନେକ୍‌ ହେଲ୍ପ ଲାଇନ୍‌ର ସଦସ୍ୟମାନେ ଖୋଜାଖୋଜି କରିବା ବେଳେ ଘରର ବେସମେଣ୍ଟ ଓ ଷ୍ଟୋର୍‌ ରୁମ୍‌ରୁ ଆଉ ୨୩ଟି ବିଷଧର ସାପା ବହାରିଥିଲେ।

ଏହି ସପ ଗୁଡିକ ଦୀର୍ଘଦିନ ହେବ ଉକ୍ତ ଘରେ ରହିଆସୁଥିଲେ। ଉଦ୍ଧାର ସାପ ଗୁଡିକ ମଧ୍ୟରେ ୧୨ଟି ଅଳ୍ପଦିନ ହେବ ଜନ୍ମ ହୋଇଥିବା ସାପ ରହିଛନ୍ତି।

Related story