ନୂଆଦିଲ୍ଲୀ: ୟୁପିଏସ୍ସି ପରୀକ୍ଷାର୍ଥୀଙ୍କୁ ଟ୍ରେନିଂ ଦେଉଛନ୍ତି ୧୩ ବର୍ଷର ବାଳକ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ବାଳକ ଜଣକ ନିଜ ଭିଡ଼ିଓ ଜରିଆରେ ୟୁପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରୀଛାତ୍ରଙ୍କୁ ସାହାଯ୍ୟ କରୁଛନ୍ତି।
ଏହି ୧୩ ବର୍ଷୀୟ ବାଳକ ହେଉଛନ୍ତି ତେଲେଙ୍ଗାନାର ଅମର ସ୍ୱସ୍ତିକ ଆଚାର୍ଯ୍ୟ। ଅମର ଭାରତର ସବୁଠାରୁ ଯୁବ ଏବଂ ପ୍ରସିଦ୍ଧ ୟୁଟ୍ୟୁବର। ଅମର,୨୦୧୬ରେ ମାତ୍ର ୧୦ ବର୍ଷ ବୟସରେ ହିଁ ୟୁଟ୍ୟୁବରେ ନିଜ ଚ୍ୟାନେଲ ଆରମ୍ଭ କରିଥିଲେ। ତେବେ ସବୁଠାରୁ ବଡ଼ କଥା ହେଉଛି ଏବେ ତାଙ୍କ ଚ୍ୟାନେଲକୁ ୧,୮୮,୨୯୩ ଜଣ ୟୁଜର୍ସ ସବସ୍କ୍ରାଇବ କରିସାରିଲେଣି। ଆଉ ନିଜ ଚ୍ୟାନେଲରେ ସେ ୩୦ରୁ ଅଧିକ ଭିଡ଼ିଓ ଅପଲୋଡ କରିସାରିଲେଣି ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଅମରଙ୍କ ବାପା ଏକ ସରକାରୀ ସ୍କୁଲରେ ଶିକ୍ଷକ ଥିଲେ। ଅମର କହିଛନ୍ତି ଯେ, ସେ ଯେତେବେଳେ ୫ମ ଶ୍ରେଣୀରେ ପଢୁଥିଲେ, ସେତେବେଳେ ସେ ଆଟଲାସ୍ ସହ ଖେଳିବା ପାଇଁ ଭଲ ପାଉଥିଲେ । ଯେଉଁଥିପାଇଁ ତାଙ୍କ ବାପା ଭୂଗୋଳ ଉପରେ
ତେବେ ଅମର ନିଜେ ଏବେ ୟୁପିଏସସି ପ୍ରସ୍ତୁତି କରୁଛନ୍ତି ଏବଂ ଦେଶକୁ ଭ୍ରଷ୍ଟାଚାର ମୁକ୍ତ କରିବା ପାଇଁ ସରକାରଙ୍କ ସହ କାମ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ସେ ଜଣେ ଆଇଏଏସ ଅଧିକାରୀ ହେବା ପାଇଁ ଚାହୁଁଛନ୍ତି। ତେବେ ଅମର ନିଜ ଚ୍ୟାନେଲରେ ୟୁଜର୍ସମାନଙ୍କ ଡିମାଣ୍ଡ ଅନୁଯାୟୀ, ଭିଡିଓ ଅପଲୋଡ କରୁଛନ୍ତି। ଏହା ସହ ତାଙ୍କୁ ନେଗେଟିଭ୍ କମେଂଟର ମଧ୍ୟ ସାମ୍ନା କରିବାକୁ ପଡେ ବୋଲି ସେ କହିଛନ୍ତି । ତେବେ ସେ କହିଛନ୍ତି, ସେ କେବଳ ୱିକେଣ୍ଡରେ ହିଁ ଭିଡ଼ିଓ ବନାଇଥାନ୍ତି ଏବଂ ଅନ୍ୟ ସମୟରେ ସେ ନିଜ ସ୍କୁଲ ପାଠପଢା ପ୍ରତି ଧ୍ୟାନ ଦେଇଥାନ୍ତି ।
https://kalingatv.com/miscellany/upsc-aspirants-13-year-old-mentor/