Advertisment

ପ୍ରତିଦିନ ଭରା ନଦୀ ପାରି ହେଉଛନ୍ତି ଶତାଧିକ ଛାତ୍ରଛାତ୍ରୀ, ପୋଲଟିଏ କରୁନି ପ୍ରଶାସନ

ମୋହନା(ମିହିର ଜତି): କେଉଁ ଛାତ୍ର ବାପାର କାଖରେ ଝୁଲି ଭରା ନଦୀ ପାର ହେଉଛି ତ, କିଏ ମା’ର ହାତ ଧରି ନଦୀ ଭିତରେ ପସି ଆସୁଛି। ଗୋଟିଏ ହାତରେ ବହି ଖାତା, ଅନ୍ୟ ହାତରେ ବାପା କିମ୍ବା ମା’ଙ୍କୁ ଧରି ନଦୀ ଭିତରେ ଗୋଟିଏ କୂଳରୁ ଅନ୍ୟକୂଳକୁ ଆସୁଛନ୍ତି ଛାତ୍ରଛାତ୍ରୀ। ଏହା ତ ସ୍କୁଲ ଛାତ୍ରଛାତ୍ରୀଙ୍କ ଅବସ୍ଥା। କଲେଜ ଛାତ୍ରଛାତ୍ରୀଙ୍କ ଅବସ୍ଥା ନ କହିବା ଭଲ। କିଏ ଗାମୁଛା ପିନ୍ଧି ନଦୀ ପାର ହେଉଛି, ତ […]

ଅଦ୍ୟତନ ହୋଇଛି
ପ୍ରତିଦିନ ଭରା ନଦୀ ପାରି ହେଉଛନ୍ତି ଶତାଧିକ ଛାତ୍ରଛାତ୍ରୀ, ପୋଲଟିଏ କରୁନି ପ୍ରଶାସନ

school-1

Advertisment

ମୋହନା(ମିହିର ଜତି): କେଉଁ ଛାତ୍ର ବାପାର କାଖରେ ଝୁଲି ଭରା ନଦୀ ପାର ହେଉଛି ତ, କିଏ ମା’ର ହାତ ଧରି ନଦୀ ଭିତରେ ପସି ଆସୁଛି। ଗୋଟିଏ ହାତରେ ବହି ଖାତା, ଅନ୍ୟ ହାତରେ ବାପା କିମ୍ବା ମା’ଙ୍କୁ ଧରି ନଦୀ ଭିତରେ ଗୋଟିଏ କୂଳରୁ ଅନ୍ୟକୂଳକୁ ଆସୁଛନ୍ତି ଛାତ୍ରଛାତ୍ରୀ। ଏହା ତ ସ୍କୁଲ ଛାତ୍ରଛାତ୍ରୀଙ୍କ ଅବସ୍ଥା। କଲେଜ ଛାତ୍ରଛାତ୍ରୀଙ୍କ ଅବସ୍ଥା ନ କହିବା ଭଲ। କିଏ ଗାମୁଛା ପିନ୍ଧି ନଦୀ ପାର ହେଉଛି, ତ କିଏ ସମ୍ପୂର୍ଣ୍ଣ ଓଦା ହୋଇ କଲେଜ ଯାଉଛି ଓ ଆସୁଛି। ପ୍ରତିଦିନ ଜୀବନକୁ ବାଜି ଲଗାଇ ଖରସ୍ରୋତା ନଦୀ ପାର ହେଉଛନ୍ତି ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ୫ ଗ୍ରାମର ଗ୍ରାମବାସୀ। ଗଜପତି ଜିଲ୍ଲା ଲିଲିଗଡ ପଞ୍ଚାୟତର ୫ ଗ୍ରାମାବସୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Advertisment

ଏନେଇ ହିନସ୍ତା ହେଉଥିବା ଅଞ୍ଚଳବାସୀଙ୍କ କହିବା କଥା, ନଦୀରେ ଅଧିକ ପାଣି ଆସିଲେ, ପିଲାଙ୍କ ପାଠପଢ଼ା ବନ୍ଦ। ୫ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଯାଉଛି। ୧୦ ବର୍ଷରୁ ଅଧିକ ହେବ ଲୋକେ ଏହି ନଦୀ ଉପରେ ଏକ ପୋଲ ନିର୍ମାଣ କରିବାକୁ ଦାବି କରି ଆସୁଥିଲେ ହେଁ ନିର୍ବାଚିତ ଜନପ୍ରତିନିଧି, ସ୍ଥାନୀୟ ପ୍ରଶାସନ କିମ୍ବା ସରକାର ଏହା ଉପରେ ଦୃଷ୍ଟି ଦେଉନାହାନ୍ତି। ଯାହାକୁ ନେଇ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି।

[caption id="attachment_767581" align="aligncenter" width="650"]publive-image ନଦୀ ସ୍ରୋତ ଭିତରେ ପଶି ଗୋଟିଏ କୂଳରୁ ଅନ୍ୟ କୂଳକୁ ଆସୁଛନ୍ତି ଛାତ୍ରଛାତ୍ରୀ।[/caption]

Advertisment

ଏହି ପଞ୍ଚାୟତ ଆଶାଢ଼ିଅମ୍ବ ନଦୀ ଅଞ୍ଚଳବାସୀଙ୍କ ଆର୍ଥିକ ଉନ୍ନତିରେ ଯେତେକି ସାଥୀ ତାହାଠାରୁ ଅଧିକ ଦୁଃଖ ଦେଉଛି। ଅଞ୍ଚଳବାସୀଙ୍କ କୃଷି କାର୍ଯ୍ୟରେ ନଦୀର ପାଣି ବେଶ ସାହାଯ୍ୟ କରୁଛି। ମାତ୍ର ଏହି ଅଞ୍ଚଳରୁ ଗମନାଗମନରେ ନଦୀ କଣ୍ଟା ହେଉଛି। ନଦୀରେ ପାହାଡ଼ିଆ ପାଣିର ସ୍ରୋତ ଥିବାରୁ ଡଙ୍ଗା ଚଳାଚଳ କରିବା ମଧ୍ୟ ସମ୍ଭବ ନୁହେଁ। ଯାହାକୁ ନେଇ ଅଞ୍ଚଳବାସୀ ବର୍ଷକ ୧୨ ମାସ ହିନସ୍ତା ହେଉଛନ୍ତି।

ଏନେଇ ଛାତ୍ରଛାତ୍ରୀମାନେ କହିଛନ୍ତି, ନଦୀର ଗୋଟିଏ ପଟେ ମୋହନା ବଜାର ସମେତ ସ୍କୁଲ, କଲେଜ, ଅଙ୍ଗନୱାଡ଼ି କେନ୍ଦ୍ର ପ୍ରଭୃତି ରହିଥିବା ବେଳେ ନଦୀ ଅପରପାର୍ଶ୍ୱରେ ଲିଲିଗଡ଼ ପଞ୍ଚାୟତର ଡେଙ୍ଗାଆମ୍ବ, ଟିଟିମେରି, କୁଇହୁରୁ, କୁତୁଣୀକୁଆ ଓ ରାଇପଦା ଗାଁ ସମେତ ୫ରୁ ଅଧିକ ଗାଁ ରହିଛି। ନଦୀରେ ସର୍ବଦା ପାଣି ରହୁଥିବାରୁ ବ୍ୟବସାୟ, ବାଣିଜ୍ୟ, ଡାକ୍ତରଖାନା, ସ୍କୁଲ, କଲେଜ ଓ ଅନ୍ୟାନ୍ୟ କାମରେ ଯିବା ନିମନ୍ତେ ୫ ଗାଁ ଲୋକେ ହଇରାଣ ହେଉଛନ୍ତି। ଯାହା ସେମାନଙ୍କ ପ୍ରଗତିରେ ବାଧକ ସାଜିଛି।

[caption id="attachment_767582" align="aligncenter" width="650"]publive-image ଛାତ୍ରୀମାନେ ଜଣେ ବୃଦ୍ଧାଙ୍କ ସହ ନଦୀ ପାର ହେଉଛନ୍ତି।[/caption]

କେହି ରୋଗରେ ପଡ଼ି ଗୁରୁତର ହେଲେ ସେମାନଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚି ପାରୁନି। ଅଗ୍ନିଶମ ସହାୟତା ପାଇବାରୁ ଅଞ୍ଚଳବାସୀ ବାଦ୍ ପଡ଼ିଛନ୍ତି। ରୋଗୀଙ୍କ ଡାକ୍ତରଖାନା ନେବା ନିମନ୍ତେ ଅଞ୍ଚଳବାସୀ ଭରା ନଦୀରେ ବିପଦପୂର୍ଣ୍ଣ ଜଳଯାତ୍ରା କରୁଛନ୍ତି। ଏନେଇ ପ୍ରଶାସନ ଜାଣି ମଧ୍ୟ ଅଞ୍ଚଳବାସୀଙ୍କ ସୁବିଧା ନିମନ୍ତେ ନଦୀ ଉପରେ ପୋଲ ନିର୍ମାଣ ନିମନ୍ତେ ପଦକ୍ଷେପ ନ ନେବା ଅସନ୍ତୋଷର କାରଣ ହୋଇଛି। ସରକାର ତୁରନ୍ତ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ କରିବା ନିମନ୍ତେ ପଦକ୍ଷେପ ନିଅନ୍ତୁ।

ତେବେ ଏନେଇ ବ୍ଲକ କିମ୍ବା ଜିଲ୍ଲା ପ୍ରଶାନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe