କାହା ପାଖରେ ରହିଛି ନେତାଜୀଙ୍କ ମୃତ୍ୟୁର ରହସ୍ୟ, ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି।’ ଏହି ସ୍ଲୋଗାନ୍‌ରୁ ଆପଣ ଜାଣି ପାରୁଥିବେ, ଆମେ କାହା ବିଷୟରେ କହିବାକୁ ଯାଉଛୁ। ସେ ହେଉଛନ୍ତି ଓଡ଼ିଶା ମାଟିର ଗର୍ବ ଗୌରବ ତଥା ଏ ଜାତିର ନେତା ସୁବାଷ ଚନ୍ଦ୍ର ବୋଷ। ନେତାଜୀ ନାମରେ ପରଚିତ ଏହି କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ଥିଲେ ଜଣେ ସଚ୍ଚା ଦେଶପ୍ରେମୀ। ଯାହାଙ୍କ ପ୍ରତିଟି ଶିରାପ୍ରସିରାରେ ଦେଶପ୍ରେମର ତରଙ୍ଗାୟିତ ହେଉଥିଲା। ସେ ଏପରି ଜଣେ କ୍ରାନ୍ତିକାରୀ […]

subash-bose

Puspanjali Panda
  • Published: Wednesday, 23 January 2019
  • , Updated: 23 January 2019, 11:41 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି।’ ଏହି ସ୍ଲୋଗାନ୍‌ରୁ ଆପଣ ଜାଣି ପାରୁଥିବେ, ଆମେ କାହା ବିଷୟରେ କହିବାକୁ ଯାଉଛୁ। ସେ ହେଉଛନ୍ତି ଓଡ଼ିଶା ମାଟିର ଗର୍ବ ଗୌରବ ତଥା ଏ ଜାତିର ନେତା ସୁବାଷ ଚନ୍ଦ୍ର ବୋଷ। ନେତାଜୀ ନାମରେ ପରଚିତ ଏହି କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ଥିଲେ ଜଣେ ସଚ୍ଚା ଦେଶପ୍ରେମୀ।
ଯାହାଙ୍କ ପ୍ରତିଟି ଶିରାପ୍ରସିରାରେ ଦେଶପ୍ରେମର ତରଙ୍ଗାୟିତ ହେଉଥିଲା। ସେ ଏପରି ଜଣେ କ୍ରାନ୍ତିକାରୀ ସଂଗ୍ରାମୀ ଥିଲେ, ଯିଏ ନିଜର ବିଚାରଧାରା ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କୁ ସ୍ୱାଧୀନତା ସଂଗ୍ରାମ ପାଇଁ ଲଢ଼ିବା ପାଇଁ ପ୍ରେରଣା ଦେଉଥିଲେ। ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ ଅହିଂସା ନୁହେଁ, ଅସ୍ତ୍ର ଦ୍ୱାରା ହିଁ ଭାରତର ସ୍ୱାଧୀନତା ସମ୍ଭବ ବୋଲି ସେ ବିଶ୍ୱାସ ରଖୁଥିଲେ।

ନେତାଜୀ ଗାନ୍ଧିଜୀଙ୍କୁ ସମ୍ମାନ ଦେଉଥିଲେ ସତ କିନ୍ତୁ ତାଙ୍କର ଅହିଂସା ନୀତି ସହ ଏକମତ ନଥିଲେ। ଏହି କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀଙ୍କର ଆଜି ହେଉଛି ୧୨୨ତମ ଜନ୍ମ ଜୟନ୍ତୀ। ଆସନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା ଜାଣିବା।

୧. ନେତାଜୀ ୨୩ ଜାନୁଆରୀ ୧୮୯୭ ମସିହାରେ ଓଡ଼ିଶାର କଟକ ଜିଲାରେ ଜନ୍ମ ଗ୍ରହଣ କରିଥିଲେ। ପିତା ଜାନକୀନାଥ ବୋଷ ଜଣେ ସୁନାମଧନ୍ୟ ଓକିଲ ଥିଲେ ଓ ତାଙ୍କ ମାତାଙ୍କ ନାମ ପାର୍ବତୀ ଦେବୀ ଜଣେ ଧର୍ମପରାୟଣା ମହିଳା ଥିଲେ।

୨. ପାଠ ପଢ଼ାରେ ସର୍ବଦା ଆଗରେ ରହୁଥିବା ନେତାଜୀ ପିଲାବେଳୁ ହିଁ ଦେଶର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବାକୁ ଚାହୁଁଥିଲେ।
୩.୧୯୧୩ ମସିହାରେ ମାଟ୍ରିକ ପରୀକ୍ଷାରେ ଦ୍ୱିତୀୟ ସ୍ଥାନରେ ଉତ୍ତୀର୍ଣ୍ଣ ହେବା ପରେ ସେ କଲିକତାର ପ୍ରେସିଡ଼େନସି କଲେଜରୁ ଗ୍ରାଜୁଏଟ୍‌ ହୋଇଥିଲେ।

୪. ସେ ସ୍ୱାମୀ ବିବେକାନନ୍ଦଙ୍କ ନୀତି, ଆଦର୍ଶରେ ବହୁ ମାତ୍ରାରେ ଅନୁପ୍ରାଣିତ ହୋଇଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ନିମନ୍ତେ ସେ ୧୯୨୧ ମସିହାରେ ଇଣ୍ଡିଆନ ସିଭିଲ୍‌ ସର୍ଭିସ୍‍ରୁ ଇସ୍ତଫା ଦେଇ ଭାରତକୁ ଫେରି ଆସିଥିଲେ।

୫. ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେବା ପରେ ନେତାଜୀ ଚିତ୍ତରଞ୍ଜନ ଦାସଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରିଥିଲେ। ଏହା ପରେ ସେ ୧୯୨୨ରେ ସ୍ୱରାଜ ପାର୍ଟିର ଗଠନ କରିଥିଲେ।

୬.କିନ୍ତୁ ନେତାଜୀଙ୍କର କ୍ରାନ୍ତିକାରୀ ବିଚାରଧାରା ଯୋଗୁ ତାଙ୍କୁ ଦେଶର ଯୁବବର୍ଗଙ୍କର ସମର୍ଥନ ମିଳିଥିଲା। ଯାହା ପରେ ସେ ଜାପାନ ସହାୟତାରେ ଆଜାଦ୍‌ ହିନ୍ଦ୍‌ ଫୌଜ ନାମରେ ଏକ ସଂଗଠନ ଗଠନ କରିଥିଲେ।
୭. ଆଜାଦ ହିନ୍ଦ୍‌ ଫୌଜ୍‌ର କମାଣ୍ଡର ଭାବରେ ନେତାଜୀ ଏକ ଅସ୍ଥାୟୀ ସରକାର ଗଠନ କରିଥିଲେ। ଯାହାକୁ ଜର୍ମାନୀ, ଜାପାନ, ଫିଲିପାଇନସ୍‌, କୋରିଆ, ଚୀନ୍‌, ଇଟାଲୀ, ମାଞ୍ଚୁକୋ, ଆୟାର୍‌ଲାଣ୍ଡ୍‌ ପରି ଦେଶର ମାନ୍ୟତା ମିଳିଥିଲା।

୮. ଆଜାଦ୍‌ ହିନ୍ଦ୍‌ ସରକାରର ନିଜର ଏକ ବ୍ୟାଙ୍କ ରହିଥିଲା। ଯେଉଁ ବ୍ୟାଙ୍କର ନାମ ଥିଲା ‘ଆଜାଦ ହିନ୍ଦ୍ ବ୍ୟାଙ୍କ’। ୧୯୪୩ ମସିହାରେ ଏହି ବ୍ୟାଙ୍କକୁ ପ୍ରତିଷ୍ଠା କରାଯାଇଥିଲା। ଏହି ବ୍ୟାଙ୍କକୁ ୧୦ଟି ଦେଶର ସମର୍ଥନ ମିଳିଥିଲା। ଏପରିକି ‘ଆଜାଦ ହିନ୍ଦ୍‌ ବ୍ୟାଙ୍କ’ ପକ୍ଷରୁ ୧୦ ଟଙ୍କିଆ କଏନ୍‌ଠାରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୋଟ୍‌ ଜାରି କରାଯାଇଥିଲା ଏବଂ ଏହି ଲକ୍ଷେ ଟଙ୍କାର ନୋଟ୍‌ ଉପରେ ସୁବାଷ ଚନ୍ଦ୍ର ବୋଷଙ୍କର ଫଟୋ ଛପା ଯାଇଥିଲା।

୯.୧୯୪୨ ମସିହାରେ ହିଟଲର୍‌ଙ୍କ ସହିତ ନେତାଜୀଙ୍କର ଭେଟ ହୋଇଥିଲା। କିନ୍ତୁ ଭାରତକୁ ସ୍ୱାଧୀନତା ଦେବା ଦିଗରେ ହିଟଲର୍‌ଙ୍କ ମନରେ ସହାୟତା ମନବୃତ୍ତି ନ ଥିବା ନେତାଜୀ ଅନୁଭବ କରିପାରିଥିଲେ। ହିଟଲର୍‌ ମଧ୍ୟ ସୁବାଷ ଚନ୍ଦ୍ର ବୋଷଙ୍କୁ ସାହାଯ୍ୟ କରିବା ନେଇ କୌଣସି ପ୍ରତିଶ୍ରୁତି ଦେଇନଥିଲେ।

୧୦. ଗାନ୍ଧୀଙ୍କର ଅହିଂସା ନୀତିକୁ ପସନ୍ଦ କରୁନଥିଲେ ମଧ୍ୟ ପ୍ରଥମେ ନେତାଜୀ ହିଁ ତାଙ୍କୁ ‘ଜାତିର ପିତା’ର ଆଖ୍ୟା ଦେଇଥିଲେ।

୧୧. ନେତାଜୀ ୧୧ଥର ଦେଶ ପାଇଁ କାରାବରଣ ଭୋଗ କରିଥିଲେ। ନେତାଜୀ ଗଠନ କରିଥିବା ଆଜାଦ ହିନ୍ଦ ଫୌଜ ଇଂରେଜଙ୍କ ସହ ଯୁଦ୍ଧ କରି ଅନେକ ଅଞ୍ଚଳକୁ ମୁକ୍ତ କରିଥିଲେ ।

୧୨. ୧୯୪୫ ମସିହା ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଏକ ବିମାନ ଦୁର୍ଘଟଣାରେ ନେତାଜୀ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ମାତ୍ର ଆଜି ଯାଏଁ ନେତାଜୀ ଜୀବିତ କି ମୃତ ତାହା ଏକ ବିତର୍କିତ ବିଷୟ ହୋଇ ରହିଯାଇଛି।

୧୩. ୧୯୫୦ରୁ ୧୯୮୦ ମସିହା ପର୍ଯ୍ୟନ୍ତ ନେତାଜୀ ଉତ୍ତରପ୍ରଦେଶର ଗୁମ୍‌ନାମୀ ସାଧୁ ବେଶରେ ରହିଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ସାମ୍ୱାଦିକ ଅନୁଜ ଧର ଲେଖିଥିବା ‘ହ୍ୱାଟ୍‌ ହାପେଣ୍ଡ୍‌ ଟୁ ନେତାଜୀ’ ପୁସ୍ତକ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ପାଖରେ ଅନେକ ଗୋପନୀୟ ଫାଇଲ୍‌ ରହିଛି, ଯେଉଁଥିରେ ନେତାଜୀଙ୍କର ମୃତ୍ୟୁର ରହସ୍ୟ ରହିଛି।

Related story