ସତେ ନା କ’ଣ? ଏ ଝିଅକୁ ୩୪ ଥର କାମୁଡ଼ି ସାରିଲାଣି ସାପ

ସିମଲା: ଫିଲ୍ମରେ ଆମେ ଦେଖୁ ସାପ ଜଣେ ଲୋକଙ୍କୁ ବାରମ୍ବାର କାମୁଡିଲେ ମଧ୍ୟ ତାଙ୍କର କିଛି ହୋଇ ନଥାଏ। କିନ୍ତୁ ବାସ୍ତବ ଜୀବନରେ ଏହା ସମ୍ଭବ କି? ନିଶ୍ଚିୟ ସମସ୍ତେ କହିବେ ନାଁ! କିନ୍ତୁ ଶୁଶି ଆଶ୍ଚର୍ଯ୍ୟ ହେବ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଝିଅକୁ ସାପ ୩୪ ଥର କାମୁଡ଼ି ସାରିଲାଣି। କିନ୍ତୁ ତାଙ୍କର କିଛି ହୋଇନି। ସେ ସଂପୂର୍ଣ୍ଣ ଠିକ୍ ଅଛନ୍ତି। ଘଟଣାଟି ହିମାଚଳ ପ୍ରଦେଶର ସିରମୋର ଜିଲ୍ଲାର। ଝିଅଟିର […]

snake

Rakesh Mallick
  • Published: Monday, 13 March 2017
  • , Updated: 13 March 2017, 11:02 AM IST

ସିମଲା: ଫିଲ୍ମରେ ଆମେ ଦେଖୁ ସାପ ଜଣେ ଲୋକଙ୍କୁ ବାରମ୍ବାର କାମୁଡିଲେ ମଧ୍ୟ ତାଙ୍କର କିଛି ହୋଇ ନଥାଏ। କିନ୍ତୁ ବାସ୍ତବ ଜୀବନରେ ଏହା ସମ୍ଭବ କି? ନିଶ୍ଚିୟ ସମସ୍ତେ କହିବେ ନାଁ! କିନ୍ତୁ ଶୁଶି ଆଶ୍ଚର୍ଯ୍ୟ ହେବ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଝିଅକୁ ସାପ ୩୪ ଥର କାମୁଡ଼ି ସାରିଲାଣି। କିନ୍ତୁ ତାଙ୍କର କିଛି ହୋଇନି। ସେ ସଂପୂର୍ଣ୍ଣ ଠିକ୍ ଅଛନ୍ତି। ଘଟଣାଟି ହିମାଚଳ ପ୍ରଦେଶର ସିରମୋର ଜିଲ୍ଲାର। ଝିଅଟିର ନାଁ  ମନୀଷା। ବୟସ ମାତ୍ର ୧୮ ବର୍ଷ।  ଗାଁ ଲୋକ ଏହାକୁ ଚମତ୍କାର ବୋଲି କହିଛନ୍ତି।

ମନୀଷାଙ୍କୁ ସାପ କେତେ ଥର କାମୁଡ଼ିଛି ତାର ହିସାବ ସେ ରଖି ନାହାନ୍ତି।  କିନ୍ତୁ ତାଙ୍କର କେବଳ ମନେ ଅଛି ଯେ ସାପ ତାଙ୍କୁ ୩୦ରୁ ଅଧିକ ଥର କାମୁଡ଼ିଛି। ସ୍ଥାନୀୟ ଡାକ୍ତରଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରୁ ସଂଗ୍ରହ କରାଯାଇଥିବା ରିପୋର୍ଟ ଅନୁଯାୟୀ ମନୀଷାଙ୍କୁ ୩୪ ଥର ସାପ କାମୁଡିଛି।

ମନୀଷ କହିଛନ୍ତି,“ଗାଁର ନଦୀ କୂଳରେ ସାପ ମୋତେ ପ୍ରଥମ ଥର କାମୁଡିଥିଲା। ସାପ ମୋ ପାଖକୁ ଆସିଥିଲା ଓ କାମୁଡ଼ି ପଳାଇ ଯାଇଥିଲା। ଗୋଟିଏ ଦିନ ସାପ ମୋତେ ତିନି ଥର କାମୁଡ଼ି ପଳାଇ ଯାଇଥିଲା। ଏହି ଘଟଣା ପରେ ଜଣାପଡ଼ିବା ଜ୍ୟୋତିଷ ଓ ପୂଜାରୀ ମୋତେ ଦେଖିବାକୁ ଆସିଥିଲେ। ଏହା ଏକ ଦୈବିକ ଘଟଣା ବୋଲି କହିଥିଲେ।”

ମନୀଷାଙ୍କ ବାପା ସୁମେର ବର୍ମା କହିଛନ୍ତି, “ମୋ ଝିଅକୁ ବାରମ୍ବାର ସାପ କାମୁଡୁଥିବାରୁ ମୁଁ ଚିନ୍ତିତ। ସେଥିପାଇଁ ମୁଁ ମନ୍ଦିର ଯାଇ ପୂଜା କରିଛି। ବହୁ ଜ୍ୟୋତିଷ ଓ ପୂଜାରୀଙ୍କ ପାଖକୁ ଯାଇଛି। କିନ୍ତୁ କିଛି ଲାଭ ହୋଇ ନାହିଁ।”

ସେ ଆହୁରି କହିଛନ୍ତି,“ସାପ କେବଳ ଝିଅକୁ ଦେଖାଯାଇଥାଏ। ସାପ କାମୁଡିବା ପଳାଇଯିବା ପରେ ବିଷ ଝିଅ ଦେହରୁ ଆପେ ଆପେ ପଳାଇ ଯାଇଥାଏ।”

ମନୀଷକୁ ଚିକିତ୍ସା କରୁଥିବା ଜଣେ ଡାକ୍ତର କହିଛନ୍ତି, ମନୀଷାଙ୍କୁ  ସାପ କାମୁଡିଲେ ସେ ମୋ ପାଖକୁ ଚିକିତ୍ସା ପାଇଁ ଆସିଥାଆନ୍ତି। ସେତେବେଳେ ତାଙ୍କୁ ସାପ କାମୁଡିଛି ବୋଲି ଜଣାପଡ଼େ ନାହିଁ। ଏପରିକି ବିଷ ଛାଡ଼ିବା ପାଇଁ ତାଙ୍କୁ ଇଞ୍ଜେକ୍ସନ ବି ଦେବାର ଆବଶ୍ୟକତା ପଡ଼େ ନାହିଁ।

ହିମାଚଳ ପ୍ରଦେଶର ଜଣେ ପଶୁ ଚିକିତ୍ସିକ କହିଛନ୍ତି, ବାରମ୍ବାର ସାପ କାମୁଡ଼ିଲେ ଶରୀରରେ ଜୀବାଣୁ ରୋଧକ ଶକ୍ତି ବଢ଼ିଯିବାର ସମ୍ଭାବନା ଥାଏ। କିନ୍ତୁ ଏହି ଝିଅ ଶରୀରରେ ସେମିତି କିଛି ଗୁଣ ଦେଖାଯାଉନାହିଁ।

Related story