ଜୀବନ ପାଇଁ ଲଢ଼ୁଛନ୍ତି ଶହ ଶହ 'ମୃତ ବ୍ୟକ୍ତି'

ଲକ୍ଷ୍ନୌ: ଅନେକ ସମୟରେ ଆମେ ସମ୍ପତ୍ତି ହାତେଇବା ପାଇଁ ଲୋକଙ୍କୁ ମିଛ କହିବା, ଧୋକା ଦେବା ଏପରିକି ହତ୍ୟା କରିଥିବା ଘଟଣା ଶୁଣିଛନ୍ତି। ହେଲେ ଉତ୍ତର ପ୍ରଦେଶର ଏ କାମ ଏକ ସାଧାରଣ କଲମ ମଧ୍ୟ କରିପାରୁଛି। ଏଠି ସାଧାରଣ ଲୋକଙ୍କ ଜମିକୁ ହାତେଇବା ପାଇଁ ସମ୍ପର୍କୀୟ ଓ ସରକାରୀ କର୍ମଚାରୀମାନେ ଜମି ମାଲିକଙ୍କର ହତ୍ୟା(ସରକାରୀ କାଗଜରେ) କରୁଛନ୍ତି। ଅର୍ଥାତ୍‌ ଜମି ମାଲିକଙ୍କୁ ଏଠି ଜୀବିତ ଥିବା ଅବସ୍ଥାରେ ମୃତ ଘୋଷିତ କରିଦେଉଛନ୍ତି। ଲାଲ୍‌ ବିହାରୀ ନାମକ […]

deadbody

deadbody

Chinmayee Roy
  • Published: Tuesday, 24 September 2019
  • Updated: 24 September 2019, 07:24 PM IST

Sports

Latest News

ଲକ୍ଷ୍ନୌ: ଅନେକ ସମୟରେ ଆମେ ସମ୍ପତ୍ତି ହାତେଇବା ପାଇଁ ଲୋକଙ୍କୁ ମିଛ କହିବା, ଧୋକା ଦେବା ଏପରିକି ହତ୍ୟା କରିଥିବା ଘଟଣା ଶୁଣିଛନ୍ତି। ହେଲେ ଉତ୍ତର ପ୍ରଦେଶର ଏ କାମ ଏକ ସାଧାରଣ କଲମ ମଧ୍ୟ କରିପାରୁଛି। ଏଠି ସାଧାରଣ ଲୋକଙ୍କ ଜମିକୁ ହାତେଇବା ପାଇଁ ସମ୍ପର୍କୀୟ ଓ ସରକାରୀ କର୍ମଚାରୀମାନେ ଜମି ମାଲିକଙ୍କର ହତ୍ୟା(ସରକାରୀ କାଗଜରେ) କରୁଛନ୍ତି। ଅର୍ଥାତ୍‌ ଜମି ମାଲିକଙ୍କୁ ଏଠି ଜୀବିତ ଥିବା ଅବସ୍ଥାରେ ମୃତ ଘୋଷିତ କରିଦେଉଛନ୍ତି।

ଲାଲ୍‌ ବିହାରୀ ନାମକ ଜଣେ ଚାଷୀ ଏହି ଘଟଣାର ଶିକାର ହୋଇଛନ୍ତି ଯିଏ କି ଉତ୍ତର ପ୍ରଦେଶର ଆଜମଗଡ଼ସ୍ଥିତ ଅମିଲୋରେ ରୁହନ୍ତି। ଲାଲ୍‌ ବିହାରୀଙ୍କୁ ୧୯୭୫ରେ ଆନୁଷ୍ଠାନିକ ଭାବେ ମୃତ ଘୋଷିତ କରିଦିଆଯାଇଥିଲା। ଏ ଘଟଣା ସମ୍ପର୍କରେ ଲାଲ୍‌ ବିହାରୀ ସେତେବେଳେ ଜାଣିବାକୁ ପାଇଥିଲେ ଯେବେ ସେ ବ୍ୟାଙ୍କକୁ ଋଣ ପାଇଁ ଆବେଦନ କରିବାକୁ ଯାଇଥିଲେ। ସେ ଋଣ ପାଇଁ ଆବଶ୍ୟକ ଥିବା ପରିଚୟ ପତ୍ର ଲାଗି ଆଜମଗଡ଼ ଜିଲ୍ଲା ମୁଖ୍ୟାଳୟ ଯାଇଥିଲେ। ସେଠାରେ ସେ ଜାଣିବାକୁ ପାଇଥିଲେ ଯେ ଆନୁଷ୍ଠାନିକ ଭାବେ ସେ ମୃତ ଘୋଷିତ ହୋଇସାରିଛନ୍ତି। ଲାଲ୍‌ ବିହାରୀଙ୍କ ଦାଦା ତାଙ୍କ ପୈତୃକ ଜମିକୁ ହାତେଇବା ପାଇଁ ଜଣେ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇ ଏସବୁ କରାଇଥିଲେ।

ସେ ନିଜକୁ ଜୀବିତ ପ୍ରମାଣ କରିବା ପାଇଁ ଅନେକ ଧାରଣା, ରାଲି ସହ ଭିନ୍ନ ଭିନ୍ନ ଉପାୟ ଆପଣେଇଥିଲେ। ଏମିତିକି ସାଧାରଣତଃ ସମସ୍ତେ ଅପରାଧିକ ରେକର୍ଡ଼ରୁ ବଞ୍ଚିବାକୁ ଚାହୁଁଥିବାବେଳେ ଲାଲ୍‌ ବିହାରୀ ନିଜ ନାଁରେ ଅପରାଧିକ ମାମଲା ରୁଜୁ କରାଇବା ପାଇଁ ନିଜ ପୁତୁରାକୁ ଅପହରଣ କରିନେଇଥିଲେ। ଏଭଳି ସେ ଏହି ଆଶାରେ କରିଥିଲେ ଯେ ତାଙ୍କ ଦାଦା ପୋଲିସ୍‌ ଆଗରେ ମାନିବେ ଯେ ସେ ଜୀବିତ ଅଛନ୍ତି। କିନ୍ତୁ କୌଣସି ଫାଇଦା ନହେବାରୁ ସେ ପୁତୁରାଙ୍କୁ ଛାଡ଼ିଦେଇଥିଲେ। ଏହାପରେ ସେ ନିଜ ସ୍ତ୍ରୀଙ୍କ ବିଧବା ଭତ୍ତା ପାଇଁ ଆବେଦନ କରିଥିଲେ। କିନ୍ତୁ ବିଭାଗୀୟ ଅଧିକାରୀ ଏହା ଲାଲ୍‌ ବିହାରୀଙ୍କ ମାମଲା ଜାଣି ତାଙ୍କ ଆବେଦନପତ୍ରକୁ ଖାରଜ କରିଦେଇଥିଲେ। ଏହିଭଳି ଦୀର୍ଘ ୧୯ ବର୍ଷ ଧରି ନିଜ ପରିଚୟ ଫେରିପାଇବାକୁ ଲଢ଼ି ଲଢ଼ି ଶେଷରେ ସେ ନିଜ ନାଁକୁ ପରିବର୍ତ୍ତନ କରି ମୃତ ଲାଲ୍‌ ବିହାରୀ ରଖିଥିଲେ। ସେ ଏହି ନାଁରେ ଏକ ବ୍ୟାଙ୍କ ଆକାଉଣ୍ଟ ଓ ଭୋଟର ପରିଚୟ ପତ୍ର ମଧ୍ୟ ପାଇଥିଲେ। ଏପରିକି ସେ ଏହି ନାଁରେ ୧୯୯୧ ନିର୍ବାଚନରେ ଅମେଥିରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ବିରୁଦ୍ଧରେ ପ୍ରାର୍ଥୀ ହୋଇଥିଲେ।

ଶେଷରେ ୧୯୯୪ରେ ଜଣେ ଜିଲ୍ଲା ଅଧିକାରୀ ତାଙ୍କୁ ଜୀବିତ ଘୋଷଣା କରିଥିଲେ ଓ ତାଙ୍କ ଜମି ମଧ୍ୟ ତାଙ୍କୁ ଫେରସ୍ତ କରିଥିଲେ। ଲାଲ୍‌ ବିହାରୀ କହିଛନ୍ତି, ‘ମୁଁ ଏକମାତ୍ର ବ୍ୟକ୍ତି ଯିଏ ଦୁଇଥର ଜନ୍ମ ହୋଇଛି। ଥରେ ମା’ ଗର୍ଭରୁ ଓ ଥରେ ସରକାରଙ୍କ ଗର୍ଭରୁ।’ ଏହାପରଠୁ ସେ ଜୁନ୍‌ ୩୦କୁ ନିଜର ପୁନର୍ଜନ୍ମ ଉତ୍ସବ ଭାବେ ପାଳନ କରିଆସୁଛନ୍ତି।

ବିହାରୀ ପାଖାପାଖି ୧୦୦ ଜଣ ଏଭଳି ବ୍ୟକ୍ତିଙ୍କୁ ଖୋଜି ବାହାର କରିଛନ୍ତି ଯେଉଁମାନେ ଜୀବିତ ଥାଇ ବି ମୃତ ଘୋଷିତ ହୋଇସାରିଛନ୍ତି। ସେମାନଙ୍କୁ ନେଇ ସେ  ଆଜମଗଡ଼ରେ ‘ତ୍ତରପ୍ରଦେଶ ଆସୋସିଏସନ୍ ଅଫ୍‌ ଡେଡ୍‌ ପିପୁଲ୍’ ନାମକ ଏକ ମୃତକ ସଙ୍ଗଠନ ତିଆରି କରିଛନ୍ତି। ବର୍ତ୍ତମାନ ଏହି ସଂଗଠନରେ ସାରା ଦେଶରୁ ପ୍ରାୟ ୨୦ ହଜାର ସଦସ୍ୟ ଅଛନ୍ତି। ୨୦୦୪ ପର୍ଯ୍ୟନ୍ତ ସେ ସଙ୍ଗଠନର ୪ ଜଣ ସଦସ୍ୟଙ୍କୁ ଜୀବିତ ଘୋଷଣା କରିବାରେ ସଫଳ ମଧ୍ୟ ହୋଇଥିଲେ। ଏବେ ମଧ୍ୟ ଲାଲ୍‌ ବିହାରୀ ଅନେକ ଏପରି ବ୍ୟକ୍ତିଙ୍କୁ ଜୀବିତ ଘୋଷଣା କରିବା ପାଇଁ ଲଢ଼େଇ କରୁଛନ୍ତି।

ସୂଚନା ମୁତାବକ ଲାଲ୍‌ ବିହାରୀଙ୍କ କାହାଣୀକୁ ନେଇ ଏକ ଫିଲ୍ମ ମଧ୍ୟ ତିଆରି ହେଉଛି। ବଲିଉଡ୍ ନିର୍ଦ୍ଦେଶକ ସତୀଶ କୌଶିକ୍‌ ଲାଲ୍‌ ବିହାରୀଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରୁଛନ୍ତି ଯାହା ଖୁବ୍‌ ଶୀଘ୍ର ପରଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story