Advertisment

ଏହି କାରଣରୁ ଟାବ୍‌ଲେଟ୍‌ ଖୋଳରେ ରହିଥାଏ ଖାଲିସ୍ଥାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୋକାନରେ ଔଷଧ କିଣିଲାବେଳେ ଟାବ୍‌ଲେଟ୍‌ ଷ୍ଟ୍ରିପ୍‌ରେ ଖାଲିସ୍ଥାନ ଦେଖି ଆପଣଙ୍କ ମନରେ କେବେ ନା କେବେ ପ୍ରଶ୍ନ ଆସିଥିବା ଯେ ଟାବ୍ଲେଟ୍‌ ମଝିରେ ଖାଲି ସ୍ଥାନ କାହିଁକି ଥାଏ। ପ୍ରାୟ ଅନେକ ଲୋକଙ୍କ ମନରେ ଏମିତି ପ୍ରଶ୍ନ ଉଠେ। ଆପଣ ଭାବନ୍ତି ଯଦି ଏହି ଖାଲି ସ୍ଥାନରେ ବଟିକା ନାହିଁ, ତେବେ ଏଭଳି ଖାଲି ସ୍ଥାନ କାହିଁକି ଛଡ଼ାଯାଇଛି? ପ୍ରକୃତରେ ଏହା ପଛରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ କାରଣ ଲୁଚି ରହିଛି। ମନରେ ବାରମ୍ବାର […]

ଏହି କାରଣରୁ ଟାବ୍‌ଲେଟ୍‌ ଖୋଳରେ ରହିଥାଏ ଖାଲିସ୍ଥାନ

med

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୋକାନରେ ଔଷଧ କିଣିଲାବେଳେ ଟାବ୍‌ଲେଟ୍‌ ଷ୍ଟ୍ରିପ୍‌ରେ ଖାଲିସ୍ଥାନ ଦେଖି ଆପଣଙ୍କ ମନରେ କେବେ ନା କେବେ ପ୍ରଶ୍ନ ଆସିଥିବା ଯେ ଟାବ୍ଲେଟ୍‌ ମଝିରେ ଖାଲି ସ୍ଥାନ କାହିଁକି ଥାଏ। ପ୍ରାୟ ଅନେକ ଲୋକଙ୍କ ମନରେ ଏମିତି ପ୍ରଶ୍ନ ଉଠେ। ଆପଣ ଭାବନ୍ତି ଯଦି ଏହି ଖାଲି ସ୍ଥାନରେ ବଟିକା ନାହିଁ, ତେବେ ଏଭଳି ଖାଲି ସ୍ଥାନ କାହିଁକି ଛଡ଼ାଯାଇଛି? ପ୍ରକୃତରେ ଏହା ପଛରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ କାରଣ ଲୁଚି ରହିଛି। ମନରେ ବାରମ୍ବାର ଆସୁଥିବା ଏହି ପ୍ରଶ୍ନରୁ ଉତ୍ତର ଆଜି ଆମେ ଆପଣଙ୍କୁ କହିବୁ। ଜାଣିବା ପାଇଁ ଲେଖାଟିକୁ ସମ୍ପୂର୍ଣ୍ଣ ପଢ଼ନ୍ତୁ।

Advertisment

ଟାବ୍ଲେଟ୍‌ ଷ୍ଟ୍ରିପ୍‌ରେ ବଟିକା ମଝିରେ ଥିବା ଖାଲିସ୍ଥାନ ଔଷଧର କେମିକଲ୍‌କୁ ପରସ୍ପର ସହିତ ମିଶିବାକୁ ଦିଏ ନାହିଁ। ଏହାଦ୍ୱାରା ଔଷଧ ଖରାପ୍ ହୋଇନଥାଏ, କି ଏଥିରେ କୌଣସି ରିୟାକ୍ସନ ହେବାର ବିପଦ ନଥାଏ। ବଟିକାର ଔଷଧୀୟ ଗୁଣକୁ କାଏମ୍‌ ରଖିବାକୁ ଟାବ୍ଲେଟ୍‌ ଷ୍ଟ୍ରିପ୍‌ରେ ଏଭିଳ ଖାଲି ସ୍ଥାନ ରହିଥାଏ।

ଟାବ୍ଲେଟ୍‌କୁଗୁଡ଼ିକୁ ସହଜରେ ନବା ଆଣିବା କରିବା କିମ୍ବା କାଟିବା ବେଳେ ସହଜ ହେବା ପାଇଁ ମଧ୍ୟ ଖାଲିସ୍ଥାନ ଦିଆଯାଇଥାଏ। ଏହାଦ୍ୱାରା ଔଷଧଗୁଡ଼ିକ ପରସ୍ପର ସହିତ ମିଶେ ନାହିଁ। ଏହି ଖାଲିସ୍ଥାନ ପାଇଁ ଔଷଧଗୁଡ଼ିକ ପ୍ୟାକେଜିଂ ମେସିନ୍‌ରେ ଫସେ ନାହିଁ। ସହଜରେ ପ୍ୟାକିଂ ହୋଇଯାଏ।

Advertisment

ପ୍ରିଣ୍ଟ ଏରିଆକୁ ବଢ଼ାଇବା ପାଇଁ ମଧ୍ୟ ଟାବ୍ଲେଟ୍‌ ଖୋଳରେ ଫାଙ୍କା ସ୍ଥାନ ଦିଆଯାଇଥାଏ। ଅନେକ ସମୟରେ ଷ୍ଟ୍ରିପ୍‌ରେ ଗୋଟିଏ ବଟିକା ଥାଏ ଓ ଚାରିପଟେ ଫାଙ୍କାସ୍ଥାନ ଥାଏ। କାରଣ ଔଷଧର ସମସ୍ତ ବିବରଣୀ ସହଜରେ ଲେଖି ହେବ।

ଏବେ ଆପଣ ଜାଣିଲେ ଟାବ୍ଲେଟ୍ ଖୋଳରେ କାହିଁକି ଥାଏ ଖାଲିସ୍ଥାନ। ପରବର୍ତ୍ତୀ ସମୟରେ ଯେତେବେଳେ ଏଭଳି ଟାବ୍ଲେଟ୍‌ ଖୋଳ ଦେଖିବେ ସେତେବେଳେ ଏ ପ୍ରଶ୍ନ ଆଉ ଆପଣଙ୍କ ମନକୁ ଆନ୍ଦୋଳିତ କରିବା ନାହିଁ ବୋଲି ଆଶା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe