Advertisment

ଖାଁ ଖାଁ ଡାକ୍ତରଖାନା; ଆସୁନାହାନ୍ତି ରୋଗୀ

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅନ୍ତର୍ଗତ ଇନ୍ଦ୍ରାବତୀରେ ରହିଛି ଉପର ଇନ୍ଦ୍ରାବତୀ ପ୍ରକଳ୍ପ ସ୍ୱାସ୍ଥ୍ୟକେନ୍ଦ୍ର। ୧୯୮୦ ମସିହାରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପିତ ହୋଇଥିଲା। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ୩୨ଟି ଶଯ୍ୟା ରହିଛି। ପୂର୍ବରୁ ଏଠାରେ ୫ ଜଣ ଡାକ୍ତରଙ୍କ ସମେତ ମୋଟ ୩୫ ଜଣ କର୍ମଚାରୀ ଥିଲେ। ତେବେ ପାଞ୍ଚମାସ ହେବ ଏଠାରେ ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ ସହ ଦୁଇ ଜଣ ଷ୍ଟାଫ ନର୍ସ ଅଛନ୍ତି। ତା’ସହିତ ଆଉ କିଛି କର୍ମଚାରୀଙ୍କୁ ମିଶାଇ […]

ଅଦ୍ୟତନ ହୋଇଛି
ଖାଁ ଖାଁ ଡାକ୍ତରଖାନା; ଆସୁନାହାନ୍ତି ରୋଗୀ

nabarangpur

Advertisment

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅନ୍ତର୍ଗତ ଇନ୍ଦ୍ରାବତୀରେ ରହିଛି ଉପର ଇନ୍ଦ୍ରାବତୀ ପ୍ରକଳ୍ପ ସ୍ୱାସ୍ଥ୍ୟକେନ୍ଦ୍ର। ୧୯୮୦ ମସିହାରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପିତ ହୋଇଥିଲା। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ୩୨ଟି ଶଯ୍ୟା ରହିଛି। ପୂର୍ବରୁ ଏଠାରେ ୫ ଜଣ ଡାକ୍ତରଙ୍କ ସମେତ ମୋଟ ୩୫ ଜଣ କର୍ମଚାରୀ ଥିଲେ। ତେବେ ପାଞ୍ଚମାସ ହେବ ଏଠାରେ ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ ସହ ଦୁଇ ଜଣ ଷ୍ଟାଫ ନର୍ସ ଅଛନ୍ତି। ତା’ସହିତ ଆଉ କିଛି କର୍ମଚାରୀଙ୍କୁ ମିଶାଇ ମୋଟ ୧୪ ଜଣ ଅଛନ୍ତି। ଓଡ଼ିଶା ଜଳ ବିଦ୍ୟୁତ ନିଗମ ଅଧୀନରେ ପରିଚାଳିତ ଏହି ସ୍ୱାସ୍ଥ୍ୟକେନ୍ଦ୍ର ପୂର୍ବରୁ ଏକ ମଡେଲ ଡାକ୍ତରଖାନା ରୂପେ ବିବେଚିତ ହେଉଥିଲା । ହେଲେ ଡାକ୍ତରଙ୍କ ଅଭାବ ଏବଂ ପ୍ରକଳ୍ପ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ ଦିନକୁ ଦିନ ଏଠାକୁ ଆସୁଥିବା ରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି। ଏବେ ଦିନକୁ ମାତ୍ର ଦୁଇରୁ ତିନି ଜଣ ରୋଗୀ ଆସୁଛନ୍ତି।

Advertisment

publive-imageଇନ୍ଦ୍ରାବତୀ ବାସିନ୍ଦା ବାବୁଲା ନାୟକ କହିଛନ୍ତି “ଏହି ଡାକ୍ତରଖାନାରେ ପୂର୍ବରୁ ଅନେକ ଡାକ୍ତର ରହୁଥିଲେ। ବହୁତ ରୋଗୀଙ୍କ ମଧ୍ୟ ଆସୁଥିଲେ। ସୁବିଧାରେ ଲୋକେ ଏଠାରୁ ମେଡିସିନ୍ ମଧ୍ୟ ପାଉଥିଲେ। ବର୍ତ୍ତମାନ ଓଏଚପିସି ଆମକୁ ଠକି ଦେଇଛି। ଏବେ ଏଠାରେ ଜଣେ ଅବସରପ୍ରାପ୍ତ ଡାକ୍ତରକୁ ଆଣି ରଖିଛନ୍ତି। କିଛି ଦିନ ତଳେ ଏନ୍‌ଆରଏଚ୍‌ଏମ୍‌ ତରଫରୁ ଜଣେ ଡାକ୍ତର ଆସିଥିଲେ। ହେଲେ ତାଙ୍କୁ ଅନ୍ୟ ଜାଗାକୁ ବଦଳି କରାଯାଇଛି। ଏଠାକୁ ରୋଗୀ ବଞ୍ଚିବା ପାଇଁ ଆସୁ ନାହାନ୍ତି ବରଂ ମରିବାକୁ ଆସୁଥିବା କହିଲେ ଚଳେ। ଏଠାକୁ ଆସୁଥିବା ରୋଗୀଙ୍କୁ ତେନ୍ତୁଳିଖୁଣ୍ଟି କିମ୍ୱା ନବରଙ୍ଗପୁର ଡାକ୍ତରଖାନାକୁ ପଠାଯାଉଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ରର କର୍ପୂର ଉଡ଼ି ଯାଇଛି, କେବଳ କନା ପଡ଼ିଛି।  ଆମର ଦାବି ରହିଛି- ସରକାର ଏହି ଡାକ୍ତରଖାନାକୁ ପୁନରୁଦ୍ଧାର କରନ୍ତୁ ଓ ଆଉ ଆମକୁ ଉତ୍ତମ ସ୍ୱାସ୍ଥ୍ୟସେବା ଦିଅନ୍ତୁ। ନହେଲେ ଆଗାମୀ ଦିନରେ ବିଚ୍ଛିନ୍ନାଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ।”publive-image

ଏହି ଡାକ୍ତରଖାନା ଉପରେ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗାଁର ଲୋକଙ୍କ ସହିତ ତେନ୍ତୁଳିଖୁଣ୍ଟି ବ୍ଲକର ୭ଟି ପଞ୍ଚାୟତବାସୀ ନିର୍ଭର କରୁଥିଲେ। ସେହିଭଳି ଇନ୍ଦ୍ରାବତୀ ଜଳଭଣ୍ଡାର ଅପରପାର୍ଶ୍ଵରେ ଥିବା ଟାଙ୍ଗିଣିକୋଟ, ଗୁରୁମାଇଗୁଡା, ତଲଙ୍ଗ,  ପିପଲଗୁଡା, ଝଲାଗୁଡ଼ାବାଗରା ଇତ୍ୟାଦି ଗାଁ ଲୋକେ ମଧ୍ୟ ଏହି ଡାକ୍ତରଖାନାକୁ ଆସୁଥିଲେ। ହେଲେ ଡାକ୍ତର ନଥିବାରୁ ଆଉ ଆଗ ଭଳି ଏଠାକୁ ରୋଗୀ ଆସୁ ନାହାନ୍ତି। ସେମାନେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି। କମ୍ ସଂଖ୍ୟକ ରୋଗୀ ଏଠାକୁ ଆସୁଥିବା ଯୋଗୁ ଯେଉଁ ଜଣେ ଡାକ୍ତର ଅଛନ୍ତି, ସେ ବି ଅନେକ ସମୟରେ ଅନୁପସ୍ଥିତ ରହୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

Advertisment

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନାର ଷ୍ଟାଫନର୍ସ ସ୍ମିତା ରାଣୀ ପାଳ କହିଛନ୍ତି, “ଡାକ୍ତର ଅନୁପସ୍ଥିତ ଥିଲେ ଫର୍ମାସିଷ୍ଟ ରୋଗୀଙ୍କୁ ଦେଖୁଛନ୍ତି। ଆଉ ଦୁଇ ଜଣ ଡାକ୍ତରଙ୍କୁ ନିଯୁକ୍ତ କରାଗଲେ ଡାକ୍ତରଖାନା ଭଲରେ ଚାଲିବ।”publive-image

ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ରମାଝୀ କହିଛନ୍ତି, “ଏହି ଡାକ୍ତରଖାନାକୁ ଇନ୍ଦ୍ରାବତୀ ପ୍ରୋଜେକ୍ଟ ପରିଚାଳନା କରୁଛି। ମୁଁ ଯେତେବେଳେ ଏମ୍‌ପି ଥିଲି ସେତେବେଳେ ଏହି ଡାକ୍ତରଖାନାକୁ ସରକାର ନିଜ ଅଧୀନକୁ ନେଇ ଫୁଲ୍‌ ଫେଜ୍‌ ପିଏଚ୍‌ସି ଭାବେ ଅପରେଟ୍ କରିବା ପାଇଁ ବାରମ୍ୱାର ଅନୁରୋଧ କରାଯାଇଥିଲା। ଏକ ସୁନ୍ଦର ପିଏଚ୍‌ସି ପାଇଁ ଏହି ଡାକ୍ତରଖାନାରେ ସବୁ ପ୍ରକାର ଭିତ୍ତିଭୂମି ରହିଛି। ମୁଁ ପୁନର୍ବାର ସରକାରଙ୍କୁ ଅନୁରୋଧ କରିବାକୁ ଚାହିଁବି ଯେ ଏହି ଡାକ୍ତରଖାନାର ଭିତ୍ତିଭୂମିକୁ ନିଜ ଅଧୀନକୁ ନେଇ ଫୁଲ୍‌ ଫେଜ୍‌ ପିଚ୍ଏସି କରି ପରିଚାଳନା କରନ୍ତୁ।”

ଏସମ୍ପର୍କରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ସ୍ୱାଇଁ କହିଛନ୍ତି, “ଏହି ଡାକ୍ତରଖାନାକୁ ସରକାରଙ୍କ ଅଧୀନକୁ ଆଣିବାକୁ କଥାବାର୍ତ୍ତା ଚାଲିଛି। ସରକାରଙ୍କ ହାତକୁ ଏହି ଡାକ୍ତରଖାନା ଆସିଲେ ପୂର୍ବ ଭଳି ଚାଲିବ।”

ସବୁ ପ୍ରକାର ଭିତ୍ତିଭୂମି ଥିବା ସତ୍ତ୍ୱେ ମୁଖ୍ୟତଃ ଡାକ୍ତରଙ୍କ ଅଭାବ ଯୋଗୁ ଧୀରେ ଧୀରେ ନଷ୍ଟ ହେବାକୁ ବସିଥିବା ଏହି ଡାକ୍ତରଖାନାକୁ ବେଳହୁଁ ଉଦ୍ଧାର କରାଗଲେ ଅନେକ ଲୋକ ଉପକୃତ ହୋଇପାରନ୍ତେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe