Advertisment

ବେକାର ବସିଥିଲେ, ୟୁଟ୍ୟୁବ୍‌ ଦେଖାଇଲା ବାଟ

ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ହାଲପୋଡ଼ି ଗାଁରେ ରହନ୍ତି ଗଣେଶ୍ୱର, ନିରଞ୍ଜନ ଓ କିଶୋର ଚନ୍ଦ୍ର ସାହୁ। ଏମାନେ ସମସ୍ତେ ସାଙ୍ଗ। ଗଣେଶ ଆଇଟିଆଇ ପଢ଼ିବା ପରେ ଚାକିରି ନ ପାଇ ଘରେ ବେକାର ହୋଇ ବସିଥିଲେ। କିଶୋର ମଧ୍ୟ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଯୁକ୍ତ ଦୁଇ ପରେ ପାଠ ପଢ଼ିପାରି ନଥିଲେ।  ନିରଞ୍ଜନ ଗାଁରେ ଏକ ଦୋକାନ ଦେଇଥିଲେ। ହେଲେ ଦୋକାନ ନ ଚାଲିବାରୁ ତାକୁ ବନ୍ଦ […]

ଅଦ୍ୟତନ ହୋଇଛି
ବେକାର ବସିଥିଲେ, ୟୁଟ୍ୟୁବ୍‌ ଦେଖାଇଲା ବାଟ

kjr

Advertisment

ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ହାଲପୋଡ଼ି ଗାଁରେ ରହନ୍ତି ଗଣେଶ୍ୱର, ନିରଞ୍ଜନ ଓ କିଶୋର ଚନ୍ଦ୍ର ସାହୁ। ଏମାନେ ସମସ୍ତେ ସାଙ୍ଗ। ଗଣେଶ ଆଇଟିଆଇ ପଢ଼ିବା ପରେ ଚାକିରି ନ ପାଇ ଘରେ ବେକାର ହୋଇ ବସିଥିଲେ। କିଶୋର ମଧ୍ୟ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଯୁକ୍ତ ଦୁଇ ପରେ ପାଠ ପଢ଼ିପାରି ନଥିଲେ।  ନିରଞ୍ଜନ ଗାଁରେ ଏକ ଦୋକାନ ଦେଇଥିଲେ। ହେଲେ ଦୋକାନ ନ ଚାଲିବାରୁ ତାକୁ ବନ୍ଦ କରି ବସିଥିଲେ। ହେଲେ ଏବେ ଆଉ ଏମାନେ ବେକାର ନୁହନ୍ତି। ଏମାନେ ଏବେ ଦିନକୁ  ୫୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି।publive-image

Advertisment

ଏହି ତିନି ବନ୍ଧୁଙ୍କୁ ରୋଜଗାରର ବାଟ ଦେଖାଇଥିଲା ୟୁ ଟ୍ୟୁବ୍‌। ୟୁ ଟ୍ୟୁବ୍‌ ଦେଖି ତିନି ଜଣ ଯାକ ଚପଲ ତିଆରି କରିବା ଶିଖିଲେ। ତା’ପରେ ଗାଁରେ ଚପଲ ଫ୍ୟାକ୍ଟ୍ରୀ କରିବାକୁ ମନସ୍ଥ କରିଥିଲେ। ଏଥିପାଇଁ ପ୍ରଥମେ କିଶୋର ବଲାଙ୍ଗିର ଯାଇ ସେଠାରେ ଚପଲ ତିଆରି କରିବା ନେଇ ଦୁଇ ଦିନ ତାଲିମ ନେଇଥିଲେ। ଏହାପରେ ସେ ତାଙ୍କ ବଡ଼ ଭାଇଙ୍କ ପାଖରୁ କିଛି ଟଙ୍କା ଆଣି ଭୁବନେଶ୍ୱରରୁ ଏକ ଚପଲ ତିଆରି ମେସିନ୍‌ ଓ କଞ୍ଚାମାଲ କିଣିଲେ। ଏବେ ସେ ନିଜ ଘରେ ଏକ ଚପଲ ତିଆରି ଫ୍ୟାକ୍ଟ୍ରୀ ଆରମ୍ଭ କରିଛନ୍ତି। ଗୋଟିଏ ଦିନରେ ସେ ୫୦ ହଳ ଚପଲ ଏକୁଟିଆ ତିଆରି କରିପାରୁଛନ୍ତି।publive-image

ଏନେଇ କିଶୋର ଚନ୍ଦ୍ର ସାହୁ କହନ୍ତି, “ମାସେ ହେଲାଣି ମୁଁ ଏହି ଚପଲ ତିଆରି କାମ ଆରମ୍ଭ କରିଛି। ପ୍ରତିଦିନ ୫୦ ହଳ ଚପଲ ତିଆରି କରୁଛି। ଆଉ ପ୍ରତିଦିନ ପାଞ୍ଚଶହରୁ ସାତ ଶହ ଟଙ୍କା ରୋଜଗାର ହେଉଛି। ଚପଲ ତିଆରି ହେବା ପରେ ତାକୁ ସ୍ଥାନୀୟ ହାଟରେ ବିକ୍ରି କରାଯାଉଛି। ତେବେ ଫ୍ୟାକ୍ଟ୍ରୀକୁ ଆଗକୁ ନେବା ପାଇଁ ବ୍ୟାଙ୍କରୁ ଲୋନ୍‌ କରିବା ପାଇଁ ଯୋଜନା କରୁଛି।”

Advertisment

ସେହିପରି କିଶୋରଙ୍କ ଅନ୍ୟ ଦୁଇ ସାଙ୍ଗ ଗଣେଶ୍ୱର ଓ ନିରଞ୍ଜନ ମଧ୍ୟ ଗୁଜରାଟରୁ ଚପଲ ତିଆରି ମେସିନ୍‌ ଓ କଞ୍ଚାମାଲ ମଗାଇ ଗାଁରେ ଚପଲ ଫ୍ୟାକ୍ଟ୍ରୀ ଆରମ୍ଭ କରିଛନ୍ତି। ସେମାନେ ବି ଭଳିକି ଭଳି ଚପଲ ମଧ୍ୟ ତିଆରି କରୁଛନ୍ତି। ସେମାନଙ୍କ ହାତ ତିଆରି ଚପଲଗୁଡ଼ିକୁ ଲୋକେ ବେଶ୍‌ ପସନ୍ଦ କରୁଛନ୍ତି। publive-image

ନିରଞ୍ଜନ ସାହୁ କହିଛନ୍ତି, “ଆମେ ଏହି ଚପଲ ଫ୍ୟାକ୍ଟ୍ରୀରେ ଲକ୍ଷେ ଟଙ୍କା ଇନ୍‌ଭେଷ୍ଟ କରିଛୁ। ବ୍ୟାଙ୍କରୁ ଆମେ ଋଣ କିଛି ପାଇନୁ। ଲୋନ୍‌ ମିଳିଲେ ଆଗକୁ ବଢ଼େଇବୁ ବୋଲି ଚିନ୍ତା କରିଛୁ। ଆମେ ଦୁଇ ଜଣ ସାଙ୍ଗ ମିଶିକି ଏହି କାମ କରୁଛୁ।”

ସ୍ୱାବଲମ୍ବୀ ହେବା ପାଇଁ ଏହି ତିନି ବନ୍ଧୁଙ୍କ ପ୍ରୟାସକୁ ସ୍ଥାନୀୟ ଲୋକେ ପ୍ରଶଂସା କରୁଥିବା ବେଳେ ଏହା ବେକାର ଯୁବକଯୁବତୀଙ୍କ ପାଇଁ ଏକ ଉଦାହରଣ ବୋଲି କହୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe