Advertisment

ବଢ଼ୁଛି କିଡ୍‌ନୀ ରୋଗୀଙ୍କ ସଂଖ୍ୟା; ଚିନ୍ତାରେ ଲୋକେ

ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ର ସାମନ୍ତରାପୁର ଗାଁରେ ୨୫୦ ଲୋକେ ବସବାସ କରନ୍ତି। ଗାଁରେ ୩ଟି ନଳକୂପ ରହିଛି। ଏଥିମଧ୍ୟରୁ ଦୁଇଟି ନଳକୂପ ପ୍ରାୟ ବର୍ଷେ ହେବ ଅଚଳ ହୋଇ ପଡ଼ିଛି। ଆଉ ଗୋଟିଏ ନଳକୂପ ଉପରେ ଗାଁ ଲୋକେ ନିର୍ଭର କରନ୍ତି। ହେଲେ ଏହି ନଳକୂପରୁ ଲୁହାଳିଆ ପାଣି ବାହାରୁଛି। ଏଥିସହ ପାଣିକୁ କିଛି ସମୟ ରଖିବା ପରେ ତାହା ହଳଦିଆ ରଙ୍ଗ ହୋଇ ଯାଉଛି। ତେବେ ଏହି ପାଣି ପିଇ […]

ବଢ଼ୁଛି କିଡ୍‌ନୀ ରୋଗୀଙ୍କ ସଂଖ୍ୟା; ଚିନ୍ତାରେ ଲୋକେ

asika

Advertisment

ଆସିକା (ମନୋଜ ମୁନି): ଗଞ୍ଜାମଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ର ସାମନ୍ତରାପୁର ଗାଁରେ ୨୫୦ ଲୋକେ ବସବାସ କରନ୍ତି। ଗାଁରେ ୩ଟି ନଳକୂପ ରହିଛି। ଏଥିମଧ୍ୟରୁ ଦୁଇଟି ନଳକୂପ ପ୍ରାୟ ବର୍ଷେ ହେବ ଅଚଳ ହୋଇ ପଡ଼ିଛି। ଆଉ ଗୋଟିଏ ନଳକୂପ ଉପରେ ଗାଁ ଲୋକେ ନିର୍ଭର କରନ୍ତି। ହେଲେ ଏହି ନଳକୂପରୁ ଲୁହାଳିଆ ପାଣି ବାହାରୁଛି। ଏଥିସହ ପାଣିକୁ କିଛି ସମୟ ରଖିବା ପରେ ତାହା ହଳଦିଆ ରଙ୍ଗ ହୋଇ ଯାଉଛି। ତେବେ ଏହି ପାଣି ପିଇ ଗାଁ ଲୋକେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି। ଦୁଇ ମାସ ତଳେ କିଡ୍‌ନୀ ରୋଗରେ ଗାଁର ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଗତ ବର୍ଷ ବି ଗାଁର ଜଣଙ୍କର କିଡ୍‌ନୀ ରୋଗରେ ମୃତ୍ୟୁ ଘଟିଥିଲା। ଏଥିସହ ଏବେ ବି କିଛି ଲୋକେ କିଡ୍‌ନୀ ସଂପର୍କିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି।

Advertisment

କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିବା ଗାଁର କାଳୁ ଗୌଡ଼ କହିଛନ୍ତି, “ବ୍ରହ୍ମପୁର ବଡ଼ ମେଡିକାଲରେ ମୁଁ ଚିକିତ୍ସିତ ହେଉଛି। ମେଡିସିନ୍ ଖାଉଛି। ହେଲେ ରୋଗ ଭଲ ହେଉନି। ଏଥିପାଇ ପ୍ରାୟ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି।”publive-image

ସେହିପରି କିଡ୍‌ନୀ ରୋଗରେ ପଡ଼ିଥିବା ପାଣ୍ଡବନାୟକ କହିଛନ୍ତି,“ଦୁଇ ମାସ ହେଲାଣି ମୁଁ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛି। ପାଣି ଯୋଗୁ କିଡ୍‌ନୀ ରୋଗ ବ୍ୟାପୁଥିବା ଆମେ ସମସ୍ତେ ସନ୍ଦେହ କରୁଛୁ। ଏବେ ବି ଆମେ ଏହି ନଳକୂପରୁ ପାଣି ଆଣି ବ୍ୟବହାର କରୁଛୁ। ପାଣି ସମସ୍ୟା ଦୂର କରିବା ପାଇଁ ପ୍ରଶାସନକୁ ଜଣାଇଛୁ। କିନ୍ତୁ କେହି ଗୁରୁତ୍ୱ ଦେଉ ନାହାନ୍ତି।”

Advertisment

publive-image

ଗାଁର କାଳୁ ଚରଣ  ଗୌଡ଼ କହିଛନ୍ତି, “ ପୂର୍ବରୁ ଏହି ନଳକୂପ ପାଣି ଆମେ ବ୍ୟବହାର କରୁଥୁଲୁ। ହେଲେ ଏବେ କମ୍ ବୟସର ଦୁଇଟି ପିଲାଙ୍କ କିଡ୍‌ନୀ ରୋଗରେ ମୃତ୍ୟୁ ଘଟିଛି। ପାଣି ଯୋଗୁ  କିଡ୍‌ନୀ ରୋଗ ହେଉଥିବା ଆମେ ସନ୍ଦେହ କରୁଛୁ। ନଳକୂପରୁ ଲୁହାଳିଆ ପାଣି ବାହାରୁଛି। ମହିଳାମାନେ କପଡ଼ାରେ ପାଣି ଛାଣି ଆଣୁଛନ୍ତି। ପାଣି ପରୀକ୍ଷା କରିବା ପାଇଁ ସ୍ଥାନୀୟ ବିଧାୟକଙ୍କୁ କୁହାଯାଇଥିଲା। ହେଲେ କେହି ଆସିଲେ ନାହିଁ। ସରକାରଙ୍କ ପକ୍ଷରୁ ପଦକ୍ଷେପ କରାଗଲେ ଗାଁ ଲୋକେ ରୋଗ ବ୍ୟାଧିରୁ ତ୍ରାହି ପାଇବେ।”

ଏନେଇଆଶା କର୍ମୀ ରୁନୁଦଳାଇ କହିଛନ୍ତି,“ପାଣିକୁ ପରୀକ୍ଷା କରାଗଲେ ଭଲ ହୁଅନ୍ତା।  ତା’ହେଲେ ଆମେ ଜାଣି ପାରୁବୁ ଯେ ପାଣି ଯୋଗୁ କିଡ୍‌ନୀ ରୋଗ ବ୍ୟାପୁଛି ନା ଆଉ କିଛି କାରଣ ରହିଛି।  ନିକଟରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ କମ୍ ବୟସରେ ଦୁଇ ଜଣଙ୍କ ଯୁବକଙ୍କ ମୃତ୍ୟୁ ଘଟିଛି।”

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, “ପାଣିକୁ ପରୀକ୍ଷା କରାଗଲେ ସେଥିରେ କିଛି ସମସ୍ୟ ଅଛି କି ନାହିଁ ଜଣାପଡ଼ିବ। ତେବେ ସେଠାରେ ଆମେ ଲୋକଙ୍କୁ ଭଲ ପାଣି ଦେବାକୁ ଚେଷ୍ଟା କରୁଛୁ। ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଏଭଳି ପାଣି ସମସ୍ୟା ନେଇ ଅଭିଯୋଗ ଆସିଛି। ଆମେ ତା’ ଉପରେ ପଦକ୍ଷେପ ନେଉଛୁ।”  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe