ହଜିଗଲାଣି ମାନବିକତା: ନିଆଁରୁ ବଞ୍ଚାଇବା ପରିବର୍ତ୍ତେ ଭିଡିଓ ରେକର୍ଡିଂରେ ବ୍ୟସ୍ତ ଲୋକେ

Ordigital Desk
  • Published: Friday, 12 May 2017
  • , Updated: 12 May 2017, 07:23 PM IST
<p>ମୁମ୍ବାଇ: ସମାଜରେ ଆଉ ମାନବିକତା ଦେଖିବାକୁ ମିଳୁନି। କେତେ ନିଷ୍ଠୁର ଏ ମାନବ ସମାଜ, ଆଖି ସମ୍ନାରେ କାହର ଜୀବନ ଚାଲିଯାଉଥିଲେ ମଧ୍ୟ ବଞ୍ଚେଇବା ପାଇଁ ସମସ୍ତେ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ମୃତ୍ୟୁ ମୁଖରେ ପଡିଥିବା ଲୋକଙ୍କୁ ବଞ୍ଚେଇବା ପରିବର୍ତ୍ତେ ଏହି ଦୃଶ୍ୟକୁ କଏଦ କରିବାର ବ୍ୟସ୍ତ ଆଜିର ସମାଜ।</p> <p>ନିକଟରେ ମହାରାଷ୍ଟ୍ରର ବିଡ୍&zwnj; ଅଞ୍ଚଳରେ ଘଟିଥିବା ଏକ ଦୁର୍ଘଟଣାରେ ଏଭଳି ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ ଦୁଇଜଣ ବ୍ୟକ୍ତିଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ଫଳରେ ଜଣେ ଦଗ୍ଧ ହୋଇ ସଙ୍ଗେସଙ୍ଗେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ବ୍ୟକ୍ତି ଜଣଙ୍କ ଚିକିତ୍ସାଧୀନ ସମୟରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ସମୟରେ ଯଦି କେହି ଚାହିଁଥାନ୍ତେ ଏହି ଦୁଇଜଣଙ୍କ ଜୀବନ ବଞ୍ଚିଯାଇଥାନ୍ତା। କିନ୍ତୁ କେହି ଏମାନଙ୍କୁ ସାହଯ୍ୟ କରିବାକୁ ଆସିନଥିଲେ। ରାସ୍ତାରେ ପଡି ନିଆଁରେ ଛଟପଟ ହୋଇ ଜଳିଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଲୋକେ ଭିଡିଓ ରେକର୍ଡିଂ କରିବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା।</p> <p>News Picture Courtesy-dainik bhaskar</p>

Related story