୪ ମାସର କାମ ୩ ବର୍ଷ ପରେ ବି ଅସମାପ୍ତ

ଉଦଳା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ରଥଦାଣ୍ଡ ସାହି ବାସିନ୍ଦାଙ୍କ ଜଳ କଷ୍ଟ ଦୂର କରିବା ପାଇଁ ୩ ବର୍ଷ ତଳେ ଆରମ୍ଭ କରାଯାଇଥିବା ଓଭର ହେଡ୍ ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟ ଏଯାବତ ଶେଷ ହୋଇପାରି ନାହିଁ। ତେଣୁ ସ୍ଥାନୀୟ ଲୋକଙ୍କ ଜଳ କଷ୍ଟ ଅବ୍ୟାହତ ରହିଛି। ରଥଦାଣ୍ଡ ସାହିରେ ପ୍ରାୟ ୫୦୦ ଲୋକ ବସବାସ କରନ୍ତି। ତେବେ ଏତେ ଲୋକଙ୍କ ପାଇଁ ଅଛି ମାତ୍ର ଗୋଟିଏ ନଳକୂପ। ବିଭିନ୍ନ ସ୍ଥାନରେ ପାଣି ଷ୍ଟାଣ୍ଡ ପୋଷ୍ଟ […]

tank

Rakesh Mallick
  • Published: Saturday, 26 November 2016
  • , Updated: 26 November 2016, 02:04 PM IST

ଉଦଳା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ରଥଦାଣ୍ଡ ସାହି ବାସିନ୍ଦାଙ୍କ ଜଳ କଷ୍ଟ ଦୂର କରିବା ପାଇଁ ୩ ବର୍ଷ ତଳେ ଆରମ୍ଭ କରାଯାଇଥିବା ଓଭର ହେଡ୍ ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟ ଏଯାବତ ଶେଷ ହୋଇପାରି ନାହିଁ। ତେଣୁ ସ୍ଥାନୀୟ ଲୋକଙ୍କ ଜଳ କଷ୍ଟ ଅବ୍ୟାହତ ରହିଛି।

ରଥଦାଣ୍ଡ ସାହିରେ ପ୍ରାୟ ୫୦୦ ଲୋକ ବସବାସ କରନ୍ତି। ତେବେ ଏତେ ଲୋକଙ୍କ ପାଇଁ ଅଛି ମାତ୍ର ଗୋଟିଏ ନଳକୂପ। ବିଭିନ୍ନ ସ୍ଥାନରେ ପାଣି ଷ୍ଟାଣ୍ଡ ପୋଷ୍ଟ ଅଛି। ତେବେ ସେଗୁଡ଼ିକ ପ୍ରାୟତଃ ଅଚଳ। କିଛି ଷ୍ଟାଣ୍ଡ ପୋଷ୍ଟରେ ଦୁଇ ଘଣ୍ଟା ପାଇଁ ପାଣି ଆସେ ଯାହା ଏତେ ସଂଖ୍ୟକ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ହୁଏ ନାହିଁ। ଲୋକଙ୍କ ଜଳ କଷ୍ଟ ଦୂର କରିବା ପାଇଁ ୨୦୧୩ ମସିହାରୁ ଏଠାରେ ଏକ ଓଭର ହେଡ୍‌ ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଚୁକ୍ତି ଅନୁଯାୟୀ ୨୦୧୩ ମସିହା ନଭେମ୍ବର ୨୩ ତାରିଖଠାରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୪ ମାର୍ଚ୍ଚ ୨୪ ତାରିଖ ସୁଦ୍ଧା ଶେଷ ହେବାର ଥିଲା। କିନ୍ତୁ ୪ ମାସ ମଧ୍ୟରେ ଶେଷ ହେବାକୁ ଥିବା ଏହି ଓଭର ହେଡ୍ ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟ ୩ ବର୍ଷ ପରେ ବି ଶେଷ ହୋଇପାରୁନି।

ରଥଦାଣ୍ଡ ସାହିର ମାନୀ ନାଏକ କହିଛନ୍ତି,“ ତିନି ବର୍ଷ ହେଲାଣି ପାଣି ଟାଙ୍କି ତିଆରି କାମ ସରୁନି। ପାଣି ପାଇଁ ଗୋଟିଏ ନଳକୂଅ ଉପରେ ସମସ୍ତେ ନିର୍ଭର କରୁଛନ୍ତି। ସେଟା ବେଳେ ବେଳେ ଖରାପ ହେଲେ ଭାରି ହଇରାଣ ହେବାକୁ ପଡୁଛି। ଏଣୁ ଶୀଘ୍ର ପାଣି ଟାଙ୍କି କାମ ସାରନ୍ତୁ, ନ ହେଲେ ଆଉ ଗୋଟେ ନଳକୂଅ ବସାନ୍ତୁ ବୋଲି ଆମେ ଦାବି କରୁଛୁ।”

ଗାଁର ପୁଷ୍ପ ଗିରି କହିଛନ୍ତି,“ଏବେ ଯେଉଁ ନଳକୂଅଟି ଅଛି ତାହା ଅଙ୍ଗନବାଡ଼ି ତରଫରୁ ନିର୍ମାଣ କରାଯାଇଛି। ଗାଁରେ ଆଉ ଗୋଟେ ନଳକୂଅ ବସାଇବା ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ନିକଟରେ ଅଭିଯୋଗ କରିଛୁ। କିନ୍ତୁ କେହି ଏଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି। କେବଳ ପ୍ରତିଶୃତି ଦେଇଛନ୍ତି।”

ପାଣି ଟାଙ୍କି ନିର୍ମାଣ କାମ ଆରମ୍ଭ ହେବାର ୩ ବର୍ଷ ପରେ ବି ଏହା ପୂର୍ଣ୍ଣାଙ୍ଗ ହୋଇ ନ ଥିବାରୁ ବିଭଗୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କପ୍ତିପଦା ଉପଖଣ୍ଡ ଗ୍ରାମ୍ୟ ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ଶଶଧର ଜେନା କହିଛନ୍ତି ଯେ ଓଭର ହେଡ୍ ପାଣି ଟାଙ୍କି କାମ ଶେଷ ହୋଇ ନ ଥିବା ନେଇ ତାଙ୍କ ପାଖରେ ଖବର ଅଛି। ଏନେଇ ସଂପୃକ୍ତ ଠିକାଦାରଙ୍କୁ ଚିଠି କରାଯାଇଛି। ପନ୍ଦର କୋଡ଼ିଏ ଦିନ ଭିତରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ।

Related story