Advertisment

ପୁଅ ମୋଦି ସରକାରରେ ମନ୍ତ୍ରୀ, ବାପା-ମା' ଦିନ ମଜୁରିଆ

ନୂଆଦିଲ୍ଲୀ: ପୁଅ କେନ୍ଦ୍ର ମନ୍ତ୍ରୀ। ବାପା ଓ ମା’ ଦିନ ମଜୁରିଆ କାମ କରନ୍ତି। ଆମେ କହୁଛୁ ତାମିଲନାଡୁର ତାମିଲନାଡୁ ରାଜ୍ୟ ବିଜେପିର ଅଧ୍ୟକ୍ଷ ଏଲ୍. ମୁରୁଗାନଙ୍କ କଥା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ସପ୍ତାହ ତଳେ ତାଙ୍କର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଥିଲେ। ଏଥିରେ ୪୩ ଜଣ ମନ୍ତ୍ରୀ ଶପଥ ନେଇଥିଲେ। ତାମିଲନାଡୁ ବିଜେପିର ଅଧ୍ୟକ୍ଷ ମୁରୁଗାନଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯାଇଛି। ୪୪ ବର୍ଷୀୟ ମୁରୁଗାନ୍ ଅନେକ ସଂଘର୍ଷ କରି ଦିଲ୍ଲୀ ଦରବାରରେ ପହଞ୍ଚିଛନ୍ତି। କିନ୍ତୁ ଏବେ ତାଙ୍କ […]

ପୁଅ ମୋଦି ସରକାରରେ ମନ୍ତ୍ରୀ, ବାପା-ମା' ଦିନ ମଜୁରିଆ

l-murugan

Advertisment

ନୂଆଦିଲ୍ଲୀ: ପୁଅ କେନ୍ଦ୍ର ମନ୍ତ୍ରୀ। ବାପା ଓ ମା' ଦିନ ମଜୁରିଆ କାମ କରନ୍ତି। ଆମେ କହୁଛୁ ତାମିଲନାଡୁର ତାମିଲନାଡୁ ରାଜ୍ୟ ବିଜେପିର ଅଧ୍ୟକ୍ଷ ଏଲ୍. ମୁରୁଗାନଙ୍କ କଥା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ସପ୍ତାହ ତଳେ ତାଙ୍କର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଥିଲେ। ଏଥିରେ ୪୩ ଜଣ ମନ୍ତ୍ରୀ ଶପଥ ନେଇଥିଲେ। ତାମିଲନାଡୁ ବିଜେପିର ଅଧ୍ୟକ୍ଷ ମୁରୁଗାନଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯାଇଛି। ୪୪ ବର୍ଷୀୟ ମୁରୁଗାନ୍ ଅନେକ ସଂଘର୍ଷ କରି ଦିଲ୍ଲୀ ଦରବାରରେ ପହଞ୍ଚିଛନ୍ତି। କିନ୍ତୁ ଏବେ ତାଙ୍କ ପିତା ଓ ମାତାଙ୍କୁ ନେଇ ସବୁଠି ଚର୍ଚ୍ଚା।

Advertisment

ରାଜନୀତିର ଚମକରୁ ବହୁ ଦୂରରେ ଥିବା ମୁରୁଗାନଙ୍କ ମାତା ଓ ପିତା ତାମିଲନାଡୁ ନାମାକ୍କଲ ଗାଁରେ ଚାଷ ଜମିରେ କାମ କରନ୍ତି। ପୁଅ ମୁରୁଗାନଙ୍କ ସଫଳତା ପାଇଁ ବାପା-ମା' ନିଶ୍ଚିତ ଗର୍ବିତ, କିନ୍ତୁ ସେମାନେ ନିଜ ଜୀବନ ନିଜେ ଜିଇଁବାକୁ ଚାହାନ୍ତି। ମୁରୁଗାନଙ୍କ ପିତାମାତା ଦିଲ୍ଲୀଠାରୁ ପ୍ରାୟ ୨୫୦୦ କିଲୋମିଟର୍ ଦୂର ନାକ୍କାମଲ ଜିଲ୍ଲାର କୋନୁରରେ ରୁହନ୍ତି। ୫୯ ବର୍ଷୀୟ ମା' ଏଲ୍ ବରୁଦାମ୍ମଲ ଓ ୬୮ ବର୍ଷୀୟ ପିତା ଏଲ୍ ଲୋଗାନାଥନ୍ ଆଉ ଜଣଙ୍କ ଚାଷ ଜମିରେ ଦିନ ମଜୁରିଆ କାମ କରୁଥିଲେ।

Tamil Nadu: Son a Union minister, but L Murugan's independent mom and dad  toil in fields | Chennai News - Times of India

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ମୁତାବକ, ମୁରୁଗାନଙ୍କ ପିତାମାତା ପୁଅର ସଫଳତା ପାଇଁ ଶ୍ରେୟ ନେବାକୁ ମନା କରିଦେଲେ। ସେମାନେ କହିଲେ, 'ଯଦି ଆମ ପୁଅ କେନ୍ଦ୍ର ମନ୍ତ୍ରୀ ହେଲା, ତେବେ ଆମେ କଣ କରିପାରିବା? ଆମେ ତାଙ୍କ କ୍ୟାରିୟରକୁ ଗଢ଼ିବା ପାଇଁ କିଛି ବି କରିନାହୁଁ। ଏଲ୍ ମୁରୁଗାନ୍ ଜଣେ ଦଳିତ ଏବଂ ସେ ଅରୁଣଥାତିୟାର ସମ୍ପ୍ରଦାୟରୁ ଆସିଛନ୍ତି। ନାମାକ୍କଲ ଜିଲ୍ଲାରେ ତାଙ୍କର ଏକ ଛୋଟିଆ ଘର ଅଛି। ମୁରୁଗାନଙ୍କ ମାତାପିତାଙ୍କୁ ଯେତେବେଳେ କୌଣସି କାମ ମିଳେ, ସେମାନେ କରନ୍ତି। କେତେବେଳେ କ୍ଷେତରେ ଦିନ ମଜୁରିଆ ସହ କେତେ ବେଳେ କୁଲି ଭାବେ କାମ କରନ୍ତି। ପୁଅର ମନ୍ତ୍ରୀ ହେବା ଖବର ଯେତେବେଳେ ସେମାନେ ପାଇଲେ, ସେହି ସମୟରେ ଦୁହେଁ କ୍ଷେତରେ କାମ କରୁଥିଲେ। କିନ୍ତୁ ପୁଅର ସଫଳତା ବିଷୟରେ ଶୁଣିବା ପରେ ମଧ୍ୟ ସେମାନେ କାମ ବନ୍ଦ କରିନଥିଲେ।

Advertisment

Model: Tamil Nadu Union Minister of State Murugan's parents are still  working as laborers in the fields by shoveling - News Unique

ମୁରୁଗାନଙ୍କ ପିତା କହିଛନ୍ତି ଯେ ତାଙ୍କ ପୁଅ ପାଠପଢ଼ାରେ ବହୁତ ଭଲ ଥିଲା। ମୁରୁଗାନ ଏକ ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ତା’ପରେ ପରେ ମୁରୁଗାନ୍ ଚେନ୍ନାଇର ଆମ୍ବେଦକର ଲ' କଲେଜରୁ ଆଇନର ପାଠ ପଢ଼ିଥିଲେ। ପୁଅର ଶିକ୍ଷା ପାଇଁ ପିତା ତାଙ୍କ ସାଙ୍ଗମାନଙ୍କ ଠାରୁ ଧାର କରଜ କରୁଥିଲେ।ତାମିଲନାଡୁ ବିଜେପିର ଅଧ୍ୟକ୍ଷ ହେବା ପରେ ମୁରୁଗାନ୍ ତାଙ୍କ ପିତାମାତାଙ୍କୁ ଚେନ୍ନାଇରେ ରହିବାକୁ ଡାକିଥିଲେ, କିନ୍ତୁ କିଛି ଦିନ ପରେ ରହିବା ପରେ ସେମାନେ ଫେରି ଆସିଥିଲେ। ମୁରୁଗାନଙ୍କ ମା କହିଛନ୍ତି, 'ଆମେ ବେଳେବେଳେ ତିନି ଚାରି ଦିନ ପାଇଁ ଚେନ୍ନାଇକୁ ଯାଉ। କିନ୍ତୁ ପୁଅର ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ଫିଟ୍ ହୋଇପାରିଲୁ ନାହିଁ। ତେଣୁ ଆମେ ପୁଣିଥରେ ଆମ ଗାଁ କୋନୁରକୁ ଫେରି ଆସିଲୁ।

ମନ୍ତ୍ରୀ ହେବା ପରେ ମଧ୍ୟ ଏଲ୍ ମୁରୁଗାନ୍ ତାଙ୍କ ପିତାମାତାଙ୍କୁ ଫୋନ୍ କରିଥିଲେ। ସେତେବେଳେ ଦୁହେଁ ପୁଅକୁ ପଚାରିଥିଲେ ଯେ କ'ଣ ତାମିଲନାଡୁ ବିଜେପି ଅଧ୍ୟକ୍ଷ ପଦଠାରୁ କେନ୍ଦ୍ରରେ ମନ୍ତ୍ରୀ ପଦ ବଡ଼ କି? ମୁରୁଗାନଙ୍କ ପିତାମାତା କହନ୍ତି, ଆମ ପୁଅ ଶୀର୍ଷରେ ପହଞ୍ଚି ଯାଇଛି। ପିତାମାତା ଭାବରେ ଏହା ଆମ ପାଇଁ ଏକ ବଡ଼ ଉପଲବ୍ଧି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe