ଜୁଇକୁ ଯିବା ପୂର୍ବରୁ ଜିଇଁ ଉଠିଲେ ଯୁବକ

ଓଡ଼ିଆରେ ଗୋଟେ କଥା ଅଛି- ରଖେ ହରି ମାରେ କିଏ। ଠିକ୍ ଏମିତି କିଛି ଘଟିଛି କୁମାର ମାରେୱାଦଙ୍କ କ୍ଷେତ୍ରରେ। ୧୭ ବର୍ଷୀୟ କୁମାରଙ୍କୁ ମାସେ ତଳେ କୁକୁର କାମୁଡ଼ି ଦେଇଥିଲା। ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଗଲା। ତାଙ୍କୁ ସେଠାରେ ଭୀଷଣ ଜର ହୋଇଥିଲା। କୁକୁର କାମୁଡ଼ା ଯୋଗୁଁ ତାଙ୍କ ଠାରେ ହୋଇଥିବା ସଂକ୍ରମଣ ଭଲ କରିବା ପାଇଁ ଡାକ୍ତରମାନେ ସବୁ ପ୍ରକାର ଉଦ୍ୟମ କରିଥିଲେ। କିନ୍ତୁ ବିଫଳ ହୋଇଥିଲେ। ଡାକ୍ତରମାନେ କୁମାରଙ୍କ ପରିବାରକୁ କହିଥିଲେ ଯେ […]

life

Rakesh Mallick
  • Published: Monday, 06 March 2017
  • , Updated: 06 March 2017, 03:18 PM IST

ଓଡ଼ିଆରେ ଗୋଟେ କଥା ଅଛି- ରଖେ ହରି ମାରେ କିଏ। ଠିକ୍ ଏମିତି କିଛି ଘଟିଛି କୁମାର ମାରେୱାଦଙ୍କ କ୍ଷେତ୍ରରେ। ୧୭ ବର୍ଷୀୟ କୁମାରଙ୍କୁ ମାସେ ତଳେ କୁକୁର କାମୁଡ଼ି ଦେଇଥିଲା। ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଗଲା। ତାଙ୍କୁ ସେଠାରେ ଭୀଷଣ ଜର ହୋଇଥିଲା। କୁକୁର କାମୁଡ଼ା ଯୋଗୁଁ ତାଙ୍କ ଠାରେ ହୋଇଥିବା ସଂକ୍ରମଣ ଭଲ କରିବା ପାଇଁ ଡାକ୍ତରମାନେ ସବୁ ପ୍ରକାର ଉଦ୍ୟମ କରିଥିଲେ। କିନ୍ତୁ ବିଫଳ ହୋଇଥିଲେ। ଡାକ୍ତରମାନେ କୁମାରଙ୍କ ପରିବାରକୁ କହିଥିଲେ ଯେ ତାଙ୍କର ପୂରା ଶରୀର ସଂକ୍ରମିତ ହୋଇସାରିଛି। ତାଙ୍କର ବଞ୍ଚିବା ଆଶା ନାହିଁ। ଏମିତକି ଲାଇଫ୍ ସପୋର୍ଟ ସିଷ୍ଟମ୍‌ରେ ବି ସେ ବଞ୍ଚି ରହିବା ଆଶା କ୍ଷୀଣ। ଏମିତି ସ୍ଥିତିରେ କୁମାରଙ୍କ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିଲେ। କିଛି ଦିନ ପରେ କୁମାରଙ୍କ ଶରୀର ନିଶ୍ଚଳ ହୋଇଗଲା। ନିଶ୍ୱାସପ୍ରଶ୍ୱାସ ବନ୍ଦ ହୋଇଗଲା। ତାଙ୍କ ପରିବାର ଲୋକେ ନିଶ୍ଚିତ ହୋଇଗଲେ ଯେ ତାଙ୍କର ମୃତ୍ୟୁ ହୋଇଯାଇଛି। ଶେଷକୃତ୍ୟ ସଂପନ୍ନ କରିବା ପାଇଁ ଜୁଇ ପ୍ରସ୍ତୁତ କରାଗଲା। ପରମ୍ପରା ଅନୁଯାୟୀ ତାଙ୍କୁ କୋକେଇରେ ସେଠାକୁ ନିଆଗଲା। ଶବଦାହ ସ୍ଥାନରୁ ୨ କିଲୋମିଟର ପୂର୍ବରୁ ଆଖି ଖୋଲିଲେ କୁମାର। ତାଙ୍କ ହାତ ଓ ଗୋଡ଼ ମଧ୍ୟ ହଲାଇଲେ। ଏହା ଦେଖି ତାଙ୍କୁ ତୁରନ୍ତ ହସ୍‌ପିଟାଲ୍ ନିଆଗଲା। ସେ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ବର୍ଷେ ତଳେ ମୁମ୍ବାଇରେ ଏଭଳି ଘଟିଥିଲା। ଜଣେ ମୃତ ବ୍ୟକ୍ତି ଠିକ୍ ଶବବ୍ୟବଚ୍ଛେଦ ପୂର୍ବରୁ ଆଖି ଖୋଲିଥିଲେ।

 

 

 

 

Related story