5
ବାଲିଗୁଡ଼ା (ଅଜିତ୍ ନାୟକ): ବୋର ୱେଲ ଅଛି, ହେଲେ ପାଣି ନାହିଁ। ନଳକୂଳ ଅଛି, ହେଲେ ପାଣି ବାହାରୁନି। ୩ ନଳକୂଅ ଭିତରୁ ୨ ଅଚଳ। ଯେଉଁ ଗୋଟିଏ ଅଛି, ୧୦ରୁ ୨୦ ବାଲ୍ଟି ପାଣି ବାହାରିବା ପରେ ତାହା ଅଚଳ ହୋଇଯାଉଛି। ଫଳରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବୁଡ୍ରୁକିଆ ସେବାଶ୍ରମ ସ୍କୁଲର ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଦିବାସୀଙ୍କ ଛାତ୍ରଛାତ୍ରୀଙ୍କ ଏହି ସମସ୍ୟା ସମାଧାନ ନିମନ୍ତେ ବାରମ୍ବାର ଶିକ୍ଷା ବିଭାଗ ଅଧିକାରୀଙ୍କୁ ସୂଚିତ କରାଯାଇ ଥିଲେ ହେଁ ସେମାନେ ଦୃଷ୍ଟି ଦେଉନାହାନ୍ତି। ଫଳରେ ଟୋପାଏ ପିଇବା ପାଣି ପାଇବା ପାଇଁ ଛାତ୍ରଛାତ୍ରୀମାନେ ନାହିଁ ନଥିବା ହିନସ୍ତା ହେଉଛନ୍ତି। ସେହିପରି ଏଠାରେ ରହିଥିବା ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କୁ ସ୍ନାନଶୌଚ ହେବାକୁ ବାହାରକୁ ଯିବାକୁ ପଡ଼ୁଛି। ହଷ୍ଟେଲରେ ପାଣି ଉପଲବ୍ଧ ନ ଥିବାରୁ ସେମାନଙ୍କୁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଛି।
ସୂଚନା ମୁତାବକ, ଏହି ସେବାଶ୍ରମ ସ୍କୁଲରେ ରହି ପ୍ରାୟ ୧୪୦ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସେବାଶ୍ରମ ସ୍କୁଲ ପରିସରରେ ଥିବା ଛାତ୍ରଛାତ୍ରୀଙ୍କ ସ୍ନାନଶୌଚ ସମେତ ପାନୀୟଜଳ ଆବଶ୍ୟକତା ପୂରଣ ନିମନ୍ତେ ୩ଟି ନଳକୂପ ଓ ଗୋଟିଏ ବୋରୱେଲ ଅଛି। ହେଲେ ୨ଟି ନଳକୂଅ ଦୀର୍ଘ ବର୍ଷ ହେବ ଅଚଳ ହୋଇପଡ଼ିଛି। ବୋରୱେଲ ବର୍ଷକ ୧୦ ମାସ ଅଚଳ ହୋଇପଡ଼ୁଛି। ଗୋଟିଏ ମାତ୍ର ନଳକୂଅରୁ ଅଳ୍ପ କିଛି ବାଲ୍ଟି ପାଣି ବାହାରିବା ପରେ ମାଟିଆ ପାଣି ବାହାରୁଛି।
ପାନୀୟ ଜଳ ନିମନ୍ତେ ପ୍ରତିଦିନ ଛାତ୍ରଛାତ୍ରୀଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ଏକମାତ୍ର ନଳକୂପ ପାଖରେ ପିଲାମାନେ ଦୀର୍ଘ ସମୟ ଧରି ଲାଇନ୍ ଲଗାଇ ଛିଡ଼ା ହେଉଛନ୍ତି। ବିଦ୍ୟୁତଜନିତ ସମସ୍ୟା ମଧ୍ୟ ଏଠାର ଅନେବାସୀଙ୍କ ନିମନ୍ତେ ଆଉ ଏକ ମୁଣ୍ଡ ବିନ୍ଧା ହୋଇ ଉଭା ହୋଇଛି। ଅଧିକାଂଶ ସମୟରେ ବିଦ୍ୟୁତ୍ କାଟ୍ ହେଉଛି। ଯେତିକି ସମୟ ରହୁଛି ଲୋଭୋଟେଜ୍ ଜନିତ ସମସ୍ୟା ଲାଗି ରହୁଛି। ତେଣୁ ବୋରିୱେଲ ମଧ୍ୟ ଠିକ୍ ଭାବେ କାମ କରୁନି।
ଅଷ୍ଟମ ଶ୍ରେଣୀ ଛାତ୍ରୀ କ୍ରିଷ୍ଣାବତି ମଲିକ, ଷଷ୍ଠ ଶ୍ରେଣୀ ଛାତ୍ରୀ ସରସ୍ୱତୀ ପ୍ରଧାନ ଓ ଲିପି ପ୍ରଧାନ ପ୍ରମୁଖ କହିଛନ୍ତି ଯେ, ପ୍ରତିଦିନ ସ୍ନାନଶୌଚ ସମେତ ପାନୀୟଜଳ ନିମନ୍ତେ ସେମାନଙ୍କୁ ଏଠାରେ ବହୁତ ହଇରାଣ ହେବାରୁ ପଡ଼ୁଛି। ସ୍କୁଲ କିମ୍ବା ହଷ୍ଟେଲ କ୍ୟାମ୍ପସ ଭିତରେ ଆବଶ୍ୟକ ପାଣି ମିଳୁ ନ ଥିବାରୁ ସେମାନେ ସ୍କୁଲ ଠାରୁ ଦୂରକୁ ଯାଇ ପାନୀୟଜଳ ସଂଗ୍ରହ କରୁଛନ୍ତି। ସ୍ନାନଶୌଚ କରିବାକୁ ମଧ୍ୟ ସ୍କୁଲ ବାହାରକୁ ଯିବାକୁ ପଡ଼ୁଛି। ଏଥିପାଇଁ ସେମାନଙ୍କୁ ବହୁ ହଇରାଣ ହେବାକୁ ପଡ଼ୁଛି। ତୁରନ୍ତ ସ୍କୁଲ ଓ ହଷ୍ଟେଲରେ ରହିଥିବା ଜଳ ସମସ୍ୟାର ସମାଧାନ କରିବାକୁ ସରକାର ପଦକ୍ଷେପ ନିଅନ୍ତୁ।
[caption id="attachment_765152" align="aligncenter" width="650"]
ନା ନଳକୂଳରୁ ପାଣି ଆସୁଛି ନା ଟ୍ୟାପ୍ରେ[/caption]
ପ୍ରଧାନଶିକ୍ଷକ ବାବୁଲି ମୁଦୁଲି କହିଛନ୍ତି, ପାନୀୟଜଳ ସୁବିଧା ନିମନ୍ତେ ସରକାରଙ୍କ ତରଫରୁ ଏଠାରେ ୩ଟି ନଳକୂଳ ଓ ସମନ୍ୱିତ ଉନ୍ନୟନ ସଂସ୍ଥା ପିଓଙ୍କ ତରଫରୁ ଏକ ବୋରୱେଲ କରାଯାଇଥିଲା। ଜଳସ୍ତର ହ୍ରାସ ପାଉଥିବାରୁ ବୋରୱେଲ ଡିସେମ୍ବର ମାସ ପରେ ଆଉ ପାଣି ଉଠାଇ ପାରୁନାହିଁ। ୩ ନଳକୂଅ ଭିତରୁ ୨ଟି ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିବା ବେଳେ ବାକି ଗୋଟିଏରୁ ଅଳ୍ପକିଛି ସ୍ୱଚ୍ଛ ପାଣି ବାହାରିବା ପରେ ଗୋଳିଆ ପାଣି ବାହାରୁଛି। ଏନେଇ ପିଓଙ୍କୁ ଜଣାଇଥିଲେ ହେଁ କୌଣସି ଠୋସ୍ ପଦକ୍ଷେପ ନିଆଯାଉନି। ବାଧ୍ୟ ହୋଇ ସମସ୍ତେ ବାହାରୁ ପାଣି ଆଣି ବ୍ୟବହାର କରୁଛନ୍ତି। ଛାତ୍ରଛାତ୍ରୀଙ୍କ ପ୍ରତି ଏନେଇ ବିପଦ ରହିଛି। ସେ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ସୂଚିତ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/5.jpg)