Advertisment

୮ ବର୍ଷ ତଳୁ କେନ୍ଦ୍ର କରିଛି ଇ-ପାଠଶାଳା, ଏବେ କାହିଁକି କଲା ରାଜ୍ୟ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ନିକଟରେ କୋଭିଡ ସମୟରେ ପିଲାମାନଙ୍କ ପାଠପଢ଼ାର ହିତକୁ ରଖି ରାଜ୍ୟ ସରକାର ଇ-ପାଠଶାଳା ନାମକ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ବ୍ୟାପକ ଭାବରେ ପ୍ରଚାର ଚାଲିଛି। କିନ୍ତୁ ବାସ୍ତବ କଥା ହେଲା ଇ-ପାଠଶାଳା କେନ୍ଦ୍ର ସରକାରଙ୍କର ଦ୍ୱାରା ୨୦୧୩ ମସିହାରୁ ଆରମ୍ଭ ହେଲାଣି। ଏହା ୨୦୦୪ ମସିହାରୁ ଆରମ୍ଭ କରାଯାଇଥିବା ଆଇସିଟି ଆଟ୍‌ ସ୍କୁଲ ଯୋଜନାର ଏକ ସଂସ୍କରଣ। ଆଇସିଟି ଆଟ୍‌ ସ୍କୁଲ ଯୋଜନାର ଗାଇଡଲାଇନର ଦ୍ୱିତୀୟ ପୃଷ୍ଠାରେ ଉଲ୍ଲେଖ […]

ଆଉ ୧୧,୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ, ଏପ୍ରିଲ ସୁଦ୍ଧା ନିଯୁକ୍ତି

odisha secretariat

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ନିକଟରେ କୋଭିଡ ସମୟରେ ପିଲାମାନଙ୍କ ପାଠପଢ଼ାର ହିତକୁ ରଖି ରାଜ୍ୟ ସରକାର ଇ-ପାଠଶାଳା ନାମକ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ବ୍ୟାପକ ଭାବରେ ପ୍ରଚାର ଚାଲିଛି। କିନ୍ତୁ ବାସ୍ତବ କଥା ହେଲା ଇ-ପାଠଶାଳା କେନ୍ଦ୍ର ସରକାରଙ୍କର ଦ୍ୱାରା ୨୦୧୩ ମସିହାରୁ ଆରମ୍ଭ ହେଲାଣି। ଏହା ୨୦୦୪ ମସିହାରୁ ଆରମ୍ଭ କରାଯାଇଥିବା ଆଇସିଟି ଆଟ୍‌ ସ୍କୁଲ ଯୋଜନାର ଏକ ସଂସ୍କରଣ। ଆଇସିଟି ଆଟ୍‌ ସ୍କୁଲ ଯୋଜନାର ଗାଇଡଲାଇନର ଦ୍ୱିତୀୟ ପୃଷ୍ଠାରେ ଉଲ୍ଲେଖ ଥିଲା ଏହା ସିଅଆଇଟି, ୬ଟି ଏସଆଇଟି, ଏସ୍‌ସିଇଆରଟି, ଡିଆଇଇଟି ଏବଂ ଆର୍‌ଆଇଇ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ୨୦୧୭ ମସିହା ଅପ୍ରିଲ ମାସ ୧ ତାରିଖ ଦିନ ସିଆଇଇଟି ଦ୍ୱାରା ପ୍ରକାଶିତ ଜର୍ଣ୍ଣାଲରୁ ଜଣାପଡୁଛି ଇ-ପାଠଶାଳା ଏହି ଅନୁଷ୍ଠାନମାନଙ୍କ ମାଧ୍ୟମରେ କାର୍ଯ୍ୟକାରୀ କରା ଯାଉଛି। କିନ୍ତୁ ବ୍ୟବସାୟୀମାନଙ୍କୁ ତୁଷ୍ଟ କରିବାକୁ ରାଜ୍ୟ ସରକାର ୨୦୧୩ ମସିହାରେ ଓଡ଼ିଶାରେ ଥିବା ଏସ୍‌ଆଇଇଟିକୁ ଗେଜେଟ ନୋଟିଫିକେସନ ନଂ.୯୯୩୪ ତା ୨୯.୦୪.୨୦୧୩ ତାରିଖରେ ବନ୍ଦ କରିଦେଲେ।

Advertisment

ଏସ୍‌ଅଆଇଟି ସୋସାଇଟି ରେଜିଷ୍ଟ୍ରେସନ ଆଇନ, ୧୮୬୦ ଅଧୀନରେ ପଞ୍ଜିକୃତ ଗୋଟିଏ ସଂସ୍ଥା। ଏହିଭଳି ଏକ ସୋସାଇଟିକୁ ବନ୍ଦ କରିବା କ’ଣ ଆଇନସମ୍ମତ? ଗେଜେଟ ନୋଟିଫିକେସନର ପୃଷ୍ଠା ୮ର ଶେଷ ପାରାରେ ସରକାର ଦର୍ଶାଇଥିଲେ କେନ୍ଦ୍ର ସରକାରଙ୍କ ୫୦୨୯ ଚିଠି ଅନୁସାରେ ଆମେ ଏସଆଇଇଟିକୁ ବନ୍ଦ କଲୁ। କିନ୍ତୁ ଏହା ସରକାରଙ୍କ ଚଂଚକତାକୁ ଧରା ପକେଇଦେଲା। କାରଣ ଏ ଚିଠିଟି କେନ୍ଦ୍ର ସରକାରଙ୍କର ନଥିଲା ବରଂ ଥିଲା ସିଆଇଇଟିର ଏବଂ ଏହି ନମ୍ବରଟି ଟିଇ ଆଣ୍ଡ ଏସସିଇଆରଟିର ଡାଇର ନମ୍ବର। ସେଥିପାଇଁ ସରକାର ମାନ୍ୟବର ହାଇକେର୍ଟ ପାଖରେ ନିସର୍ତ୍ତ କ୍ଷମା ମାଗି ସାରିଛନ୍ତି।

ଅନ୍ୟ ଏକ କାରଣ ଦର୍ଶାଇଥିଲେ କେନ୍ଦ୍ର ସରକାର ଅନୁଦାନ ବନ୍ଦ କରିଦେଲେ। କେନ୍ଦ୍ର ମାନବସମ୍ବଳ ବିଭାଗ ତରଫରୁ ୦୯.୦୭.୨୦୧୩ ତାରିଖରେ ଜାରି ଚିଠିରେ ଏହା ମିଛ ବୋଲି ପ୍ରମାଣିତ ହେଇସାରିଛି। ଆଇସିଟି ଆଟ୍‌ ସ୍କୁଲ ବାବଦରେ ପାଇଥିବା ୧୭,୭୩,୦୬,୦୦୦ ଟଙ୍କାକୁ ଓକେସିଏଲ ନାମକ ଏକ କମ୍ପାନୀକୁ ବିନା ଟେଣ୍ଡରରେ ଦେଇଦେଲେ। ଏଜି ତାଙ୍କ ଅଡିଟ ରିପୋର୍ଟରେ ଏହା ଉପରେ ପ୍ରଶ୍ନ କରିଥିଲେ। ସେତେବେଳେ ସରକାର ଆଇସିଟି ଆଟ୍‌ ସ୍କୁଲ ଯୋଜନାକୁ ଇ-ବିଦ୍ୟାଳୟ ନାମରେ ନାମିତ କରି ଓକେସିଏଲ ସହାୟତାରେ ଏହାକୁ କାର୍ଯ୍ୟକାରୀ କରିଥିଲେ। ତା ପରେ ଏହି ଯୋଜନାର ରୂପରେଖ କେବଳ ସରକାରଙ୍କ ପାଖରେ ଥିବ।

Advertisment

କୋଭିଡ ଭଳି ମହାମାରୀ ସମୟରେ ସ୍କୁଲଗୁଡିକ ବନ୍ଦ ହୋଇଯିବା ଯୋଗୁ ଛାତ୍ରଛାତ୍ରୀମାନେ ଭୀଷଣ ଭାବରେ କ୍ଷତିଗ୍ରସ୍ତ ହେଲେ। କିନ୍ତୁ କୋଭିଡ ସମୟରେ କେରଳ ଏସଆଇଇଟି ମାଧ୍ୟମରେ ଅନେକ ଯୋଜନା କରିପାରିଛି ଯାହା ଦ୍ୱାରା ସେଠାକାର ପିଲାମାନେ ସ୍କୁଲ ବନ୍ଦର ସମସ୍ୟାକୁ ଉପଲବ୍ଧ କରିପାରି ନାହାଁନ୍ତି। କାରଣ କେନ୍ଦ୍ର ସରକାର ୦୧.୦୩.୨୦୧୧ ମସିହାରେ ୨୪ ଘଂଟିଆ ଶିକ୍ଷା ପାଇଁ ଚ୍ୟାନେଲ ଦେଇଥିବା ଚିଠି ଅନୁସାରେ କେରଳରେ ୨୪ ଘଂଟିଆ ଏଜୁକେଶନ ଚ୍ୟାନେଲ ବା ଶିକ୍ଷା ଚାନେଲ ମାଧ୍ୟମରେ ଅନେକ ପିଲା ଉପକୃତ ହୋଇପାରିଛନ୍ତି। ସାଧାରଣ ଭାବରେ ଗୋଟିଏ ପିଲା ଟିଭି ମାଧ୍ୟମରେ ସୁରୁଖୁରୁରେ ପଢ଼ି ପାରିବ। କିନ୍ତୁ ଓଡ଼ିଶା ସରକାର ଶୋଇଥିଲେ। ୧୫ ମାସ ପରେ ହଟାତ ସରକାରଙ୍କ ପିଲାମାନଙ୍କ କଥା ମନେ ପଡ଼ିଲା। ଆରମ୍ଭ କଲେ ଇ-ପାଠଶାଳା। ଆଗକୁ ଦେଖିବାକୁ ହବ ଏହା ଇ-ବିଦ୍ୟାଳୟ ଭଳି ଶୀତଳ ଭଣ୍ଡାରକୁ ଯାଉଛି ନା ପିଲାମାନେ କିଛି ଉପକାର ପାଉଛନ୍ତି। କାରଣ ୟୁଟିୟୁବରେ ଅପଲୋଡ଼ କଲାଭଳି କିଛି ଶିକ୍ଷାଭିତ୍ତିକ କାର୍ଯକ୍ରମ ସରକାରଙ୍କ ପାଖରେ ନାହିଁ। ଯାହା ଏସଆଇଇଟି ୧୫ରୁ ୧୬ ବର୍ଷ ଧରି ପ୍ରସ୍ତୁତ କରିଥିଲା ତାକୁ ସରକାର  ଡିଜିଟାଇଜ ନ କରି ନଷ୍ଟ କରିଦେଲେ। ଅନ୍ୟ ଏକ କାରଣ ସବୁ ସ୍ଥାନରେ ଇଂଟରନେଟ ଉପଲବ୍ଧ ନୁହଁ। ସରକାର ହାଇକୋର୍ଟଙ୍କ ପାଖରେ ନିଜର ଭୁଲ ସ୍ୱୀକାର କରିସାରିଥିଲେ ବି ନିଜର ଭୁଲ ସୁଧାରିବାକୁ ଏସଆଇଇଟିକୁ ଖୋଲିବାକୁ ନାରାଜ। କାରଣ ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଅନ୍ୟ ଏକ କମ୍ପାନୀ ଦ୍ୱାରା ସମ୍ପାଦିତ ହେଉଥିବ। ସରକାରୀ ଅର୍ଥ ସରକାରୀ ସଂସ୍ଥାରେ ଖର୍ଚ ହେଲେ ହାତଚିକ୍କଣ କରିବାର ସୁଯୋଗ ନାହିଁ। କମ୍ପାନୀମାନେ ହେରଫରକୁ ନେଇ ଆଣି ଥୋଇ ପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe