ୱେଡିଂ ଫଟୋ ନିଶାରେ ଦେହରେ ଲଗାଇଲେ ନିଆଁ, ମରୁ ମରୁ ବଂଚିଗଲା ନବବଧୂ

Ordigital Desk
  • Published: Friday, 19 May 2017
  • , Updated: 19 May 2017, 09:25 PM IST
<p>ନୂଆଦିଲ୍ଲୀ: ଆଜିର ଯୁବବର୍ଗଙ୍କୁ ଫଟୋ &nbsp;ନିଶା ଖୁବ ଘାରିଛି । ପରଫେକ୍ଟ ଫଟୋଟିଏ ପାଇଁ କିଏ ଉଚ୍ଚ ଆଟାଳିକା ଉପରେ ନିଜ ଜୀବନକୁ ବିପଦରେ ପକାଇ ଫୋଟ ଉଠାଉଛି&nbsp; ତ କିଏ ଚଳନ୍ତା ଟ୍ରେନରୁ ସେଲଫି ନେଉଛି। ଏହି ପାଗଳାମି ଏତେ ଘାରିଛି ଯେ ଏହା ଧିରେ ଧିରେ ମଣିଷ ସମାଜ ପାଇଁ କାଳ ହେବାକୁ ଲାଗିଲାଣି।&nbsp; ଏଥିପାଇଁ&nbsp; ପ୍ରତିଦିନ କେଉଁଠି ନା କେଉଁଠି ମୃତ୍ୟୁ ଖବର ଶୁଣିବାକୁ ମିଳୁଛି। &nbsp;ପୂର୍ବରୁ ଫଟୋ ଉଠାଇବା ପାଇଁ ଆପଣ ଅନେକ ପାଗଳାମି ଶୁଣିଥିବେ। &nbsp;କିନ୍ତୁ ପରଫେକ୍ଟ ଫଟୋଟିଏ ପାଇଁ ନିଜ ଦେହରେ ନିଆଁ ଲଗାଇବା ଭଳି ଖବର ଆପଣ ଶୁଣି ନଥିବେ।</p> <p>ଚିନ୍&zwnj;ରେ ଏପରି ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ନବବଧୂ ମାତିଥିଲେ ନିଜର ପୋଷ୍ଟ ୱେଡିଂ ଫଟୋ ସେସନ୍&zwnj;ରେ। ଏଥିପାଇଁ ସେ ନେଇଥିଲେ ଦୁଃସାହାସିକ ପଦକ୍ଷେପ। ଥିମ୍&zwnj; ଥିଲା ନିଆଁ ସହ ନବବଧୂ। ତେଣୁ ନିଜ ଗାଉନ୍&zwnj;ରେ ନିଆଁ ଲଗାଇ ଛିଡ଼ା ହୋଇଥିଲେ ଶାନ୍ତ ଓ ସ୍ଥିର ମୂଦ୍ରାରେ। ଏ ଫିଲ୍ମି ପୋଜ୍&zwnj; ପାଇଁ ମହିଳାଙ୍କ ଗାଉନରେ ନିଆଁ ଲଗାଇ ଦେଇଥିଲେ ଫଟୋଗ୍ରାଫର। ଆଉ ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରିବା ବେଳେ ଯୁବତୀଙ୍କ ଗାଉନଟି ହୁ ହୁ ହୋଇ ଜଳିବାକୁ ଲାଗିଥିଲା। ପରେ ଜଣେ ଅନ୍ୟ ଜଣେ ମହିଳା ନିଆଁଲିଭା ଯନ୍ତ୍ର ସାହାଯ୍ୟରେ ନିଆଁକୁ ଲିଭାଇଥିଲେ। ଅଳ୍ପକେ ସେଇ ନବବଧୂଙ୍କର ଜୀବନ ବଞ୍ଚିଯାଇଥିଲା। ଏପରି ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।</p>

Related story