ସାରା ଜୀବନ ନ ଗାଧୋଇ ବି ଏମାନେ ସୁନ୍ଦରୀ

ଭଲ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ଗାଧୋଇବା ନିହାତି ଆବଶ୍ୟକ। ଡାକ୍ତରଙ୍କ କହିବା ଅନୁସାରେ ପ୍ରତିଦିନ ଗାଧୋଇଲେ ଏକାଧିକ ରୋଗରୁ ମୁକ୍ତି ମିଳିଥାଏ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏମିତି ଏକ ସମ୍ପ୍ରଦାୟ ଅଛି, ଯେଉଁଠି ମହିଳାମାନେ ଜୀବନରେ କେବେ ବି ଗାଧୋଇ  ନଥାନ୍ତି। ଆଜ୍ଞା ହଁ ଆଫ୍ରିକାର ନର୍ଥ ନାମ୍ବିବିଆର କୁନୌନା ପ୍ରାନ୍ତର ହିମ୍ବା ଜନଜାତି ମହିଳାମାନେ କେବେ ବି ଗାଧୋଇ ନଥାନ୍ତି। ଏହାସତ୍ତ୍ୱେ ଆଫ୍ରିକାର ସବୁଠାରୁ ସୁନ୍ଦରୀ ମହିଳା ଭାବେ ସେମାନଙ୍କୁ ବିଚାର କରାଯାଇଥାଏ। ଏହି […]

tribe

Rakesh Mallick
  • Published: Monday, 20 March 2017
  • , Updated: 20 March 2017, 09:27 AM IST

ଭଲ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ଗାଧୋଇବା ନିହାତି ଆବଶ୍ୟକ। ଡାକ୍ତରଙ୍କ କହିବା ଅନୁସାରେ ପ୍ରତିଦିନ ଗାଧୋଇଲେ ଏକାଧିକ ରୋଗରୁ ମୁକ୍ତି ମିଳିଥାଏ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏମିତି ଏକ ସମ୍ପ୍ରଦାୟ ଅଛି, ଯେଉଁଠି ମହିଳାମାନେ ଜୀବନରେ କେବେ ବି ଗାଧୋଇ  ନଥାନ୍ତି। ଆଜ୍ଞା ହଁ ଆଫ୍ରିକାର ନର୍ଥ ନାମ୍ବିବିଆର କୁନୌନା ପ୍ରାନ୍ତର ହିମ୍ବା ଜନଜାତି ମହିଳାମାନେ କେବେ ବି ଗାଧୋଇ ନଥାନ୍ତି। ଏହାସତ୍ତ୍ୱେ ଆଫ୍ରିକାର ସବୁଠାରୁ ସୁନ୍ଦରୀ ମହିଳା ଭାବେ ସେମାନଙ୍କୁ ବିଚାର କରାଯାଇଥାଏ। ଏହି ଜନଜାତିର ପ୍ରାୟ ୫୦,୦୦୦ ଲୋକ କୁନୌନା ପ୍ରାନ୍ତରେ ରହୁଛନ୍ତି।

କେବଳ ଗାଧୋଇବା ନୁହେଁ ପାଣିରେ ହାତ ଧୋଇବାକୁ ମଧ୍ୟ ଏହି ଜନଜାତି ମହିଳାଙ୍କୁ ଅନୁମତି ନାହିଁ।

ନିଜକୁ ସଫାସୁତରା ରଖିବାକୁ ଏମାନେ ବିଶେଷ ପଦ୍ଧତି ପ୍ରୟୋଗ କରିଥାନ୍ତି। ଏମାନେ ଏକ ପ୍ରକାର ଜଡିବୁଟିକୁ ପାଣିରେ ପକାଇ ଫୁଟାଇଥାନ୍ତି। ସେଥିରୁ ବାହାରୁଥିବା ଧୂଆଁରେ ନିଜକୁ ଫ୍ରେସ୍‌ କରିଥାନ୍ତି। ଏହାକୁ ପ୍ରୟୋଗ କରିବା ଦ୍ୱାରା ସେମାନଙ୍କ ଶରୀରରୁ ଗନ୍ଧ ବାହାରି ନ ଥାଏ। ଉକ୍ତ ଜଡିବୁଟି ଯୋଗୁ ସେମାନଙ୍କ ଦେହରୁ ଭଲ ବାସ୍ନା ଆସିଥାଏ।

ଏହାସହ ନିଜକୁ ଖରାରୁ ରକ୍ଷା କରିବାକୁ ପଶୁଙ୍କ ଚର୍ବି ଓ ହେମାଟାଇଟ ଧୂଳିକୁ ମିଶାଇ ଏକ ଲୋଶନ ପ୍ରସ୍ତୁତ କରି ନିଜ ଶରୀରରେ ମାଲିସ କରିଥାନ୍ତି। ହେମାଟାଇଟ ଧୂଳି ଯୋଗୁଁ ସେମାନଙ୍କ ଶରୀର ଲାଲ ଦେଖାଯାଇଥାଏ। ଏହି ଲୋଶନ ସେମାନଙ୍କୁ ବିଷାକ୍ତ ପୋକ କାମୁଡିବାରୁ ମଧ୍ୟ ବଞ୍ଚାଇଥାଏ।

ଏହି ମହିଳାମାନଙ୍କୁ ରେଡ୍‌ ମେନ୍‌ ଭାବେ ମଧ୍ୟ ଜଣାଶୁଣା।

Related story