ଧାମନଗର ଉପନିର୍ବାଚନ: ୧୦୭ଟି ବୁଥ୍ ସମ୍ବେଦନଶୀଳ, ୪ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବା ସହ ନିର୍ବାଚନ ପ୍ରକ୍ରିୟା ଜୋରଦାର ହୋଇଛି । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କ ସମେତ ମୋଟ ୫ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ନିର୍ବାଚନମଣ୍ଡଳୀର ୨.୩୮ଲକ୍ଷ ଭୋଟର ଆସନ୍ତା ନଭେମ୍ବର ୩ ତାରିଖରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ନିର୍ବାଚନମଣ୍ଡଳୀରେ ମୋଟ ୨୫୨ଟି ବୁଥ୍ ଥିବାବେଳେ ସେଥିରୁ ୧୦୭ଟିକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ସୁରକ୍ଷା ନିମନ୍ତେ ମୋଟ […]

CEO

CEO

Ordigital Desk
  • Published: Monday, 17 October 2022
  • Updated: 17 October 2022, 07:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବା ସହ ନିର୍ବାଚନ ପ୍ରକ୍ରିୟା ଜୋରଦାର ହୋଇଛି । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କ ସମେତ ମୋଟ ୫ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ନିର୍ବାଚନମଣ୍ଡଳୀର ୨.୩୮ଲକ୍ଷ ଭୋଟର ଆସନ୍ତା ନଭେମ୍ବର ୩ ତାରିଖରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ନିର୍ବାଚନମଣ୍ଡଳୀରେ ମୋଟ ୨୫୨ଟି ବୁଥ୍ ଥିବାବେଳେ ସେଥିରୁ ୧୦୭ଟିକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ସୁରକ୍ଷା ନିମନ୍ତେ ମୋଟ ୧୭ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୨ କମ୍ପାନୀ ସିଆରପିଏଫ ଓ ୨ କମ୍ପାନୀ ବିଏସଏଫଙ୍କୁ ମୁତୟନ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲୋହାନୀ କହିଛନ୍ତି ଯେ, ଚଳିତ ଉପନିର୍ବାଚନରେ ଦୃଷ୍ଟବାଧିତ ଭୋଟରଙ୍କ ପାଇଁ ଡମି ବ୍ରେଲି ବାଲାଟ୍ ପେପରର ସୁବିଧା କରାଯାଇଛି । ୮୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଭୋଟର ଓ ଦିବ୍ୟାଙ୍ଗ ଭୋଟରଙ୍କ ମତଦାନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ନାମାଙ୍କନ ପତ୍ର ଦାଖଲର ଶେଷଦିନ ସୁଦ୍ଧା ଧାମନଗର ନିର୍ବାଚନମଣ୍ଡଳୀରେ ମୋଟ ୨ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ଅଛନ୍ତି । ମୋଟ ୨୫୨ଟି ବୁଥ୍ ଚୂଡ଼ାନ୍ତ ହୋଇଛି । ୮୦ବର୍ଷରୁ ଊର୍ଦ୍ଧ୍ୱ ଭୋଟରଙ୍କ ସଂଖ୍ୟା ୧୨୧୬୨ ହୋଇଥିବାବେଳେ ମାତ୍ର ୫୦୫ଜଣ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ନିଜର ମତଦାନ କରିବେ ବୋଲି ସମ୍ମତି ଦେଇଛନ୍ତି । ନିର୍ବାଚନମଣ୍ଡଳୀରେ ମୋଟ ୨୫୨ଟି ବୁଥ୍ ରହିଛି ଓ ସେଥିରୁ ୧୩୪ଟି ବୁଥର ନାମ ପରିବର୍ତ୍ତନ ହୋଇଛି । ତେବେ ଏସବୁର ସ୍ଥାନରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଗତ ଅକ୍ଟୋବର ୩ ତାରିଖରୁ ସମଗ୍ର ଧାମନଗର ନିର୍ବାଚନମଣ୍ଡଳୀରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ କେତେକ ସ୍ଥାନରେ ଏହାର ଉଲ୍ଲଘଂନ ହୋଇଥିବା ଜଣାପଡ଼ିଛି । ସର୍ବସାଧାରଣରେ କାନ୍ଥବାଡ଼ିରେ ୬୨୪ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବାବେଳେ ବ୍ୟକ୍ତିବିଶେଷଙ୍କ କାନ୍ଥରେ ୫୯ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବାରୁ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏବେସୁଦ୍ଧା ମୋଟ ୧୮୭ଟି ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ଡିପୋଜିଟ୍ ହୋଇôଥବାବେଳେ ୧୧୬୭ଜଣଙ୍କୁ ସିଆରପିସିରେ ଅଟକ ରଖାଯାଇଛି । ସେହିପରି ୫୩ଜଣଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଛି । ଉପନିର୍ବାଚନରେ ଅବକାରୀ ବିଭାଗର ଚଢ଼ଉ ଯୋଗୁ ୫୧ଟି ମାକଲା ରୁଜୁ ହୋଇଛି ଓ ୪୮ଜଣଙ୍କୁ ଗିରଫ କରାଯାଇଛି । ଏହାସହିତ ୧୦.୪୮ଲକ୍ଷ ଟଙ୍କାର ମଦ ମଧ୍ୟ ଜବତ ହୋଇଛି ।

ନିର୍ବାଚନ ପାଇଁ ସମଗ୍ର ଭଦ୍ରକ ଜିଲ୍ଲାରେ ନଭେମ୍ବର ୧ ତାରିଖ ସନ୍ଧ୍ୟା ୬ଟାରୁ ନଭେମ୍ବର ୩ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏବଂ ୬ରେ ଭୋଟ୍ ଗଣତି ଦିନ ମଦ ଦୋକାନ ଓ ବିକ୍ରି ବନ୍ଦ ରହିବ । ଭୋଟରଙ୍କୁ ନିଜର ମତାଧିକାର ସାବ୍ୟସ୍ତ କରିବା ନିମନ୍ତେ ସବୈତନିକ ଛୁଟି ମିଳିବ । ସେହିପରି କୌଣସି ପ୍ରାର୍ଥୀ ନିର୍ବାଚନରେ ୪୦ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରିବେ ନାହିଁ ବୋଲି ଶ୍ରୀ ଲୋହାନୀ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ ର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story