୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ୨ରେ ବିଜେପି କରିବ ସତ୍ୟାଗ୍ରହ

ଭୁବନେଶ୍ୱର: ରାଜ୍ୟରେ ଆଗକୁ ନିର୍ବାଚନ ନାହିଁ ହେଲେ ୩ ପ୍ରମୁଖ ଦଳର ବଳ କାଷାକଷି ଦେଖିବାକୁ ମିଳିଛି । ଆଉ ଏହି ବଳ କଷାକଷି ଆରମ୍ଭ ହୋଇଛି  ପଦଯାତ୍ରାକୁ ନେଇ । ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଇଏ ହେଉଛି ରାଜନୈତିକ ଦଳଙ୍କ ନୂଆ ଅସ୍ତ୍ର। ଗାନ୍ଧୀ ଜୟନ୍ତୀରୁ ଶାସକ ବିଜେଡି ଜନସମ୍ପର୍କ ପଦଯାତ୍ରା କରିବ । ଠିକ ସେହିଦିନ ବିରୋଧୀ କଂଗ୍ରେସ ବି ପଦଯାତ୍ରା କରିବା ସହ ସରକାରଙ୍କୁ ଘେରାଉ କରିବ ବୋଲି ଘୋଷଣା କରିଛି। […]

bjp1

Rakesh Mallick
  • Published: Monday, 28 September 2015
  • , Updated: 28 September 2015, 05:14 PM IST

ଭୁବନେଶ୍ୱର: ରାଜ୍ୟରେ ଆଗକୁ ନିର୍ବାଚନ ନାହିଁ ହେଲେ ୩ ପ୍ରମୁଖ ଦଳର ବଳ କାଷାକଷି ଦେଖିବାକୁ ମିଳିଛି । ଆଉ ଏହି ବଳ କଷାକଷି ଆରମ୍ଭ ହୋଇଛି  ପଦଯାତ୍ରାକୁ ନେଇ । ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଇଏ ହେଉଛି ରାଜନୈତିକ ଦଳଙ୍କ ନୂଆ ଅସ୍ତ୍ର। ଗାନ୍ଧୀ ଜୟନ୍ତୀରୁ ଶାସକ ବିଜେଡି ଜନସମ୍ପର୍କ ପଦଯାତ୍ରା କରିବ । ଠିକ ସେହିଦିନ ବିରୋଧୀ କଂଗ୍ରେସ ବି ପଦଯାତ୍ରା କରିବା ସହ ସରକାରଙ୍କୁ ଘେରାଉ କରିବ ବୋଲି ଘୋଷଣା କରିଛି। ଏପରି ସ୍ଥିତିରେ କିପରି ବିଜେପି ପଛରେ ରହିଯିବ । ବିଜେପି ମଧ୍ୟ ସେହି ଗାନ୍ଧୀ ଜୟନ୍ତରେ ସାରା ରାଜ୍ୟରେ ସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତାର ଲମ୍ୱା ତାଲିକା ନେଇ ଗାନ୍ଧୀ ଜୟନ୍ତୀରେ ସତ୍ୟାଗ୍ରହ କରିବ ବିଜେପି। ପୂର୍ବରୁ ବହ୍ମ ବିଭ୍ରାଟ, ସାରଥୀ  ବିବାଦ ଓ ଚାଷୀ ପ୍ରସଙ୍ଗକୁ ନେଇ ବିଜେପି ଆନ୍ଦୋଳନ କରିଥିଲା । ଗାନ୍ଧୀ ଜୟନ୍ତୀ ଦିନ ଦଳ ସମସ୍ତ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନେଇଛି।

ସେପଟେ ଜନସମ୍ପର୍କ ପଦଯାତ୍ରା ପାଇଁ ବିଜେଡି ମୁଖ୍ୟାଳୟରେ ପର୍ଯ୍ୟବେକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରମନ୍ତ୍ର ଦେଇଛନ୍ତି । ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଦଳ ଲୋକଙ୍କ ପାଖରୁ ଯାଇ ରାଜ୍ୟ ସରକାରଙ୍କ ସଫଳତା ଓ କେନ୍ଦ୍ରର ଅବହେଳା କଥା କହିବ। ପଦଯାତ୍ରାକୁ ଶୃଙ୍ଖଳିତ ଢଙ୍ଗରେ କରିବା ପାଇଁ ୧୨୧ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି କଂଗ୍ରେସ ମଧ୍ୟ ଗାନ୍ଧୀ ଜୟନ୍ତୀଠାରୁ ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀ ପର୍ଯ୍ୟନ୍ତ ସାରା ରାଜ୍ୟରେ ପଦଯାତ୍ରା କରିବ। ୧୦ଟି ପର୍ଯ୍ୟାୟରେ ଦଳ ଏହି ପଦଯାତ୍ରା କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଛି ।

Related story