୨ବର୍ଷ ପରେ ବିଜେଡିର ମନେପଡ଼ିଲା 'ଆନ୍ଦୋଳନ'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପରଠୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରକୁ ଅଯାଚିତ ସମର୍ଥନ ଅଜାଡ଼ି ଦେଇ ଚୁପ୍ ବସିଥିବା ବିଜେଡି ଆସନ୍ତା ୨୦ତାରିଖରେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇବ। ଦୀର୍ଘ ୨ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପ୍ରଥମଥର ପାଇଁ କେନ୍ଦ୍ର ସରକାର ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇ ବିଜେଡି ଆନ୍ଦୋଳନ କରିବ। ଧାନ ସଂଗ୍ରହରେ ବାକିଥିବା ୬୫୭୦କୋଟି ଟଙ୍କାର ଏମଏସପି ଅର୍ଥ ଓ ବଳକା ୭ଲକ୍ଷ ଟନ୍ ଚାଉଳ ନେବା ଦାବିରେ […]

bjd

bjd

Ordigital Desk
  • Published: Friday, 16 July 2021
  • Updated: 16 July 2021, 06:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପରଠୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରକୁ ଅଯାଚିତ ସମର୍ଥନ ଅଜାଡ଼ି ଦେଇ ଚୁପ୍ ବସିଥିବା ବିଜେଡି ଆସନ୍ତା ୨୦ତାରିଖରେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇବ। ଦୀର୍ଘ ୨ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପ୍ରଥମଥର ପାଇଁ କେନ୍ଦ୍ର ସରକାର ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇ ବିଜେଡି ଆନ୍ଦୋଳନ କରିବ। ଧାନ ସଂଗ୍ରହରେ ବାକିଥିବା ୬୫୭୦କୋଟି ଟଙ୍କାର ଏମଏସପି ଅର୍ଥ ଓ ବଳକା ୭ଲକ୍ଷ ଟନ୍ ଚାଉଳ ନେବା ଦାବିରେ ବିଜେଡି ରାଜ୍ୟରେ ଥିବା ସମସ୍ତ ଏଫସିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଆଜି ଘୋଷଣା କରିଛି। ତେବେ ବିଜେଡିର ଏହି ଘୋଷଣା ଓ ଆନ୍ଦୋଳନ ଡାକରା ଦଳର ଦୋମୁହାଁ ଚେହେରା ଓ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଆନ୍ତରିକତାକୁ ପଦାରେ ପକାଇଛି।

ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ବିଜେଡି ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାର ୨୦୨୦-୨୧ ଖରିଫ ବର୍ଷରେ ଧାନ ସଂଗ୍ରହରେ ବାକି ରଖିଥିବା ୬୫୭୦କୋଟି ଟଙ୍କା ଓ ୭ଲକ୍ଷ ମେଟ୍ରିନ ଟନ୍ ବଳକା ଚାଉଳ ତୁରନ୍ତ ଏଫସିଆଇ ନେବାକୁ ଦାବି କରିଛନ୍ତି। ଏହାସହିତ ଚାଷୀଙ୍କୁ ବିଭ୍ରାନ୍ତ କରାଇବା , ଚାଷୀଙ୍କ ଧାନ ବିକ୍ରି ହୋଇପାରୁନଥିବା ଭଳି ମିଛ ଅଭିଯୋଗ ବିଜେପି କରୁଥିବା ଦର୍ଶାଇ ବିଜେପି ନେତାମାନଙ୍କୁ ମଧ୍ୟ କଡ଼ା ସମାଲୋଚନା କରିବାକୁ ବିଜେଡି ପଛାଇ ନାହିଁ। ୨୦ତାରିଖରେ ରାଜ୍ୟର ସମସ୍ତ ଏଫସିଆଇ କାର୍ଯ୍ୟାଳୟ ଓ ଗୋଦାମ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କହିଛି।

ତେବେ ପ୍ରଶ୍ନ ଉଠୁଛି, ୨୦୧୯ ସାଧାରଣ ନିର୍ବାଚନ ପରଠୁ ସମ୍ପୂର୍ଣ୍ଣ ଚୁପ୍ ବସିଥିବା ଏବଂ କେନ୍ଦ୍ରର ବିଜେପି ସରକାରଙ୍କୁ ଉପରେ ପଡ଼ି ପ୍ରେମ ଦେଖାଉଥିବା ବିଜେଡି ଏବେ ଅଚାନକ କାହିଁକି ଆନ୍ଦୋଳନକୁ ଓହ୍ଲାଇଲା। ବିଜେଡି ଯେଉଁ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଡାକରା ଦେଇଛି ତାହା ପୁରୁଣା ପ୍ରସଙ୍ଗ। ଗତବର୍ଷ ଆଲୋଚନା ମାଧ୍ୟମରେ ଏହି ପ୍ରସଙ୍ଗର ସମାଧାନ ହୋଇଛି ଓ ରାଜ୍ୟର ବଳକା ଉଷୁନା ଚାଉଳ କେନ୍ଦ୍ର ସରକାର ମଧ୍ୟ ନେଇଛନ୍ତି। ତେବେ ଏହି ପୁରୁଣା ପ୍ରସଙ୍ଗକୁ ଧରି କେନ୍ଦ୍ର ସରକାର ବିରୁଦ୍ଧରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେବା ସିଧାସଳଖ ବିଜେଡିର ରାଜନୀତିକ ବାଧ୍ୟବାଧକତାକୁ ଦର୍ଶାଉଛି। ପେଟ୍ରୋଲ-ଡିଜେଲ ଲିଟର ପିଛା ରେକର୍ଡ ପରିମାଣ ବୃଦ୍ଧି ପାଇ ଶହେ ଟଙ୍କାରୁ ଅଧିକ ହେବା , ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀର ଦର ଆକାଶଛୁଆଁ ହେବାସତ୍ତ୍ୱେ ବିଜେଡି ମୁହଁରେ ତୁଣ୍ଡି ଦେଇଛି।

ପୋଲାଭରମ ଓ ମହାନଦୀ ମାମଲାରେ ଆଇନଗତ ଲଢ଼େଇ ଚାଲିଥିବା ସତ୍ତ୍ୱେ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ଏବଂ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣ କାର୍ଯ୍ୟ ଶେଷ ହେବା ଓଡ଼ିଶା ସରକାରଙ୍କ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଆନ୍ତରିକତାକୁ ପଦାରେ ପକାଇଛି। ସେହିପରି ଚାଷୀଙ୍କ ସ୍ୱାର୍ଥ କଥା ଓ ଧାନର କ୍ୱିଣ୍ଟାଲ ପିଛା ଏମଏସପି ୨୯୩୦ଟଙ୍କା କହି ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ବିଶାଳ ସମାବେଶ କରିଥିବା ବିଜେଡି ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟି ପାରିଲା ନାହିଁ। ଯଦିଓ ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପାଇଁ ଏନଏମଏ ଡ୍ରାଫ୍ଟ ବାଇଲ’କୁ ବିରୋଧ କରି ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ତା’କୁ ପ୍ରତ୍ୟାହାର କରିବାରେ ସକ୍ଷମ ହୋଇପାରିଲେ। ମାତ୍ର ଏମଏସପି ପ୍ରସଙ୍ଗରେ ବିଧାନସଭାରେ ସର୍ବସମ୍ମତି ସଂକଳ୍ପ ପ୍ରସ୍ତାବ ପାରିତ ହେବା ଓ ଦୁଇ ଦୁଇଥର ଗୃହ କମିଟି ଗଠନ ହେବା ସତ୍ତ୍ୱେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପାଖରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିବାର ଆଗ୍ରହ ବିଜେଡି ଦେଖାଇ ପାରିନି ।

ବିଧାନସଭାର ଗୃହ କମିଟି କିଭଳି ପ୍ରଧାନମନ୍ତ୍ରୀଙ୍କୁ ଭେଟିବ ତାହା ମଧ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ଉଦ୍ୟମ ମଧ୍ୟ କରିନାହାନ୍ତି। ଅବଶ୍ୟ ଇତିମଧ୍ୟରେ ୧୦ରୁ ୧୨ଥର ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ବୈଠକ କରିବାରେ ମୁଖ୍ୟମନ୍ତ୍ରୀ ସକ୍ଷମ ହୋଇଛନ୍ତି। ତଥାପି ବିଜେଡି ୨୦୧୯ ସାଧାରଣ ନିର୍ବାଚନ ପରଠୁ ଏମଏସପି ୨୯୩୦ଟଙ୍କା କରିବା ପାଇଁ କେନ୍ଦ୍ର ସରକାର ଉପରେ ଆବଶ୍ୟକ ଚାପ ସୃଷ୍ଟି କରିପାରିନି। କେବଳ ଲୋକ ଦେଖାଣିଆ ଭାବେ ସ୍ୱାମୀନାଥନ୍ କମିଟି ସୁପାରିଶ ଲାଗୁ କରାଯାଉ କହି ବିଜେଡି ଚୁପ୍ ବସିଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ପଂଚାୟତ ନିର୍ବାଚନ ଆସନ୍ତା ଫେବୃୟାରୀ ମାସରେ ହେବାର ଥିବାରୁ ବିଜେଡି ଏବେଠୁ ନିଜର ସଂଗଠନକୁ ସକ୍ରିୟ କରିବା ପାଇଁ କେନ୍ଦ୍ରର ବିଜେପି ସରକାର ବିରୁଦ୍ଧରେ ସ୍ୱର ଉଠାଇଛି। ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟ ବିଜେପି ଅନେକଥର ବିଜେଡି ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଥିଲେ ମଧ୍ୟ ବିଜେଡି ସମ୍ପୂର୍ଣ୍ଣ ନିରବ ହୋଇ ବସିଥିଲା। ଗତ ୧୪ତାରିଖରୁ ରାଜ୍ୟରେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଲୋକଙ୍କ ସମସ୍ୟା ସହ ଜଡ଼ିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଧରି ରାଜରାସ୍ତାକୁ ଓହ୍ଲାଇଥିବାବେଳେ ଶାସକ ବିଜେଡି ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛି।

ବିଦ୍ୟୁତ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ୍ ପ୍ରତିବାଦରେ ବିଜେପି ରାଜ୍ୟବ୍ୟାପୀ ୭ଦିନିଆ ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମ ଜାରି ରଖିଥିବାବେଳେ କଂଗ୍ରେସ ପେଟ୍ରୋଲିୟମଜାତ ପଦାର୍ଥ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଛି। ବାମଦଳ ଓଡ଼ିଶା ବନ୍ଦ ପାଳନ କରିସାରିଛି । ୟୁପିଏ ସରକାର ଅମଳରେ ପେଟ୍ରୋଲିୟମ ସାମଗ୍ରୀର ଦରବୃଦ୍ଧିକୁ ପ୍ରସଙ୍ଗକୁ କରି ଶତାଧିକ ଥର ରାଜରାସ୍ତାକୁ ଓହ୍ଲାଇଥିବା ବିଜେଡି ଏବେ ଏହି ଦର ରେକର୍ଡ ପରିମାଣର ୧୦୦ଟଙ୍କାରୁ ଅଧିକ ହୋଇଥିଲେ ମଧ୍ୟ ନିରବ ରହିବାର ବାଧ୍ୟବାଧକତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ତେବେ ୨୦ତାରିଖରେ ଏଫସିଆଇ ଗୋଦାମ ଓ ଅଫିସ ଆଗରେ ବିକ୍ଷୋଭ କରି ବିଜେଡି ଅହେତୁକ ତୈଳଦର ବୃଦ୍ଧି ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବା ସହ ପରୋକ୍ଷରେ କେନ୍ଦ୍ରର ବିଜେପି ସରକାରକୁ ସହଯୋଗ କରୁଥିବା ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story