୧୭ରେ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ, ଏଥର ଇ-ବିଧାନସଭା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ବଜେଟ ଅଧିବେଶନ ଆସନ୍ତା ୧୮ତାରିଖରୁ ଆରମ୍ଭ ହେଉଥିବାବେଳେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆସନ୍ତା ୧୭ତାରିଖରେ ସର୍ବଦଳୀୟ ବୈଠକ ଡାକିଥିବା ସୂଚନା ମିଳିଛି। ଏହାସହିତ ଚଳିତ ବଜେଟ ଅଧିବେଶନ ସମ୍ପୂର୍ଣ୍ଣ ଭାବେ ଇ-ବିଧାନସଭା ଭାବେ କାର୍ଯ୍ୟ କରିବ। ବାଚସ୍ପତି ଶ୍ରୀ ପାତ୍ର ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ‘ଇ-ବିଧାନସଭା’ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ବିଧାନସଭାର ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଢଙ୍ଗରେ ସମ୍ପାଦନ କରିବା ନିମନ୍ତେ ବାଚସ୍ପତି ଶ୍ରୀ ପାତ୍ର ନିର୍ଦ୍ଦେଶ […]

surya-narayan-patra-1

Ordigital Desk
  • Published: Thursday, 11 February 2021
  • , Updated: 11 February 2021, 10:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ବଜେଟ ଅଧିବେଶନ ଆସନ୍ତା ୧୮ତାରିଖରୁ ଆରମ୍ଭ ହେଉଥିବାବେଳେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆସନ୍ତା ୧୭ତାରିଖରେ ସର୍ବଦଳୀୟ ବୈଠକ ଡାକିଥିବା ସୂଚନା ମିଳିଛି। ଏହାସହିତ ଚଳିତ ବଜେଟ ଅଧିବେଶନ ସମ୍ପୂର୍ଣ୍ଣ ଭାବେ ଇ-ବିଧାନସଭା ଭାବେ କାର୍ଯ୍ୟ କରିବ। ବାଚସ୍ପତି ଶ୍ରୀ ପାତ୍ର ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ‘ଇ-ବିଧାନସଭା’ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବିଧାନସଭାର ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଢଙ୍ଗରେ ସମ୍ପାଦନ କରିବା ନିମନ୍ତେ ବାଚସ୍ପତି ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଇ-ବିଧାନସଭାକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବା ନିମନ୍ତେ ‘ନେଭା’ ର ୧୦ଜଣିଆ ବୈଷୟିକ ଦଳ ଉପସ୍ଥିତ ରହି ଏହି କାର୍ଯ୍ୟ କରାଇବେ। ଆଇଟି ବିଭାଗର ଜଣେ ଦକ୍ଷ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କରାଯିବା ସହ ଏକ ସର୍ଭର ସ୍ଥାପନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟପାଳଙ୍କ ଅଭିଭାଷଣଠୁ ଆରମ୍ଭ କରି ବଜେଟ୍ ଉପସ୍ଥାପନ , ବିଧାନସଭା ସଦସ୍ୟମାନଙ୍କ ଅଣତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଓ ମୋଟ ଅଧିବେଶନର ବିବରଣୀ ନେଭା ମାଧ୍ୟମରେ କରାଯିବ। ଅବଶ୍ୟ ବିଧାନସଭା କାର୍ଯ୍ୟକ୍ରମ ଯେପରି ବ୍ୟାହତ ନହେବ ସେଥିପାଇଁ ଚଳିତ ବଜେଟ୍ ଅଧିବେଶନରେ ବିଧାୟକମାନଙ୍କୁ ଆବଶ୍ୟକ କାଗଜପତ୍ର ପ୍ରଦାନ କରାଯିବ। ବିଧାନସଭା ଗୃହ ଭିତରେ ପ୍ରଥମେ କେବଳ ବିଧାୟକମାନଙ୍କୁ ପ୍ରଶ୍ନ-ଉତ୍ତର ସହ ଅନ୍ୟାନ୍ୟ ଆଲୋଚନା ସମ୍ପର୍କରେ ଅବଗତ କରାଯିବ। ବିଧାନସଭାରେ ଉପସ୍ଥାପିତ ହୋଇନଥିବା ବିଷୟବସ୍ତୁକୁ ବାହାରେ ପ୍ରକାଶିତ ନକରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହି ବୈଠକରେ ବିଭିନ୍ନ ବିଭାଗର ଅର୍ଥ ବିଭାଗର ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related story