ବିଜେପି-ବିଜେଡି ମେଣ୍ଟ ହେବ କି? ତେବେ ମେଣ୍ଟ ଚର୍ଚ୍ଚାକୁ ଖୋରକ ଯୋଗାଇଲା ବିଜେଡି ବିଧାୟକ ପର୍ଶୁରାମ ଧଡାଙ୍କ ମନ୍ତବ୍ୟ। ସିଧା ନକହି ବୁଲେଇ ବଙ୍କେଇ କହିଲେ ମେଣ୍ଟ ହେବ ବୋଲି। ସେ କହିଛନ୍ତି, ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ନବୀନ ପଟ୍ଟନାୟକ ସବୁବେଳେ ପଦକ୍ଷେପ ନେଇଛନ୍ତି। ମେଣ୍ଟ କିଛି ନୂଆ କଥା ନୁହେଁ। ବିଗତ ଦିନରେ ବି ହେଇଥିଲା, ଆଗାମୀ ଦିନରେ ବି ମେଣ୍ଟ ହେବ। ସିଟ ସେୟାରିଂ ନେଇ ମୁଖ୍ୟମନ୍ତ୍ରୀ ଉଭୟ ଦଳର ବରିଷ୍ଠ ନେତାଙ୍କ ସହ ବିଚାର ବିମର୍ଶ କରି ନିଷ୍ପତି ନେବେ। ମେଣ୍ଟ ହେଲେ ବିଜେଡି ସବୁବେଳେ ଲାଭରେ ରହିଛି। କ୍ଷତି ଲାଭ ସମୟ କହିବ। ତେବେ ବିଜେଡି ବିଧାୟକ ଅଧିକ କଣ କହିଛନ୍ତି ଶୁଣନ୍ତୁ।