Advertisment

ମୁଖ୍ୟମନ୍ତ୍ରୀଙ୍କୁ ପ୍ରମାଣ ମାଗିଲେ ଅପରାଜିତା

ବର୍ତ୍ତମାନର ଭୁବନେଶ୍ୱର ସାଂସଦ ଗତ ୫ ବର୍ଷରେ ସେମିତି କିଛି ବଡ଼ କାମ କରି ନାହାନ୍ତି। ସେହିଭଳି ସେ ଏକାମ୍ର ଓ ଲିଙ୍ଗରାଜ ମନ୍ଦିରର ରୂପାନ୍ତରୀକରଣ କାର୍ଯ୍ୟକୁ ବନ୍ଦ କରିବାକୁ ଉଦ୍ୟମ କରିଥିଲେ ବୋଲି ନବୀନ କହିଥିଲେ।

Aparajita Sarangi

Aparajita Sarangi

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରମାଣ ମାଗିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ସାଂସଦ ଲିଙ୍ଗରାଜ ପ୍ରକଳ୍ପ କାମକୁ ବନ୍ଦ କରିବାକୁ ପ୍ରୟାସ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଅପରାଜିତ ଏହାର ପ୍ରମାଣ ମାଗିଛନ୍ତି। 

Advertisment

ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଲିଙ୍ଗରାଜ ମନ୍ଦିରର କାମ ମୁଁ ବନ୍ଦ କରିବାକୁ ଚେଷ୍ଟା କରିଥିଲି ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ଅଭିଯୋଗ କରିଛନ୍ତି, ତା’ର କିଛି ପ୍ରମାଣ ତାଙ୍କ ପାଖରେ ଅଛି କି? ଏନେଇ ତାଙ୍କ ପାଖରେ କିଛି ଲିଖିତ ପ୍ରମାଣ ଅଛି କି? ଏ ନେଇ ମୁଁ କେବେ କୌଣସି ବକ୍ତବ୍ୟ ଦେଇଥିବାର ପ୍ରମାଣ ତାଙ୍କ ପାଖରେ ଅଛି? ତାଙ୍କ ପାଖରେ ପ୍ରମାଣ ନାହିଁ। ଲିଙ୍ଗରାଜ ମନ୍ଦିରର କାମ ବିଷୟରେ ମୁଁ କେବେ ଆଲୋଚନା ହିଁ କରି ନାହିଁ। ଏଏସ୍‌ଆଇ ତରଫରୁ ବହୁତ ଟଙ୍କା ଅଣାଯାଇ ବିଭିନ୍ନ ଦିଗରେ କାର୍ଯ୍ୟ କରାଯାଇଛି। ଯେତିକି ଲେଖିକି ଦିଆଯାଉଛି, ମୁଖ୍ୟମନ୍ତ୍ରୀ କେବଳ ସେତିକି କହି ଦେଉଛନ୍ତି। ପ୍ରମାଣ ଦେଖାଇବା କଥା। ତେଣୁ ସେ ଯେଉଁ ଅଭିଯୋଗ କରିଛନ୍ତି, ତାହା ଭିତ୍ତିହୀନ, ଆଧାରହୀନ ଓ ପୂରା ଭୁଲ୍।

ସେହିଭଳି ଗତ ୫ ବର୍ଷରେ ଅପରାଜିତା ସେମିତି କିଛି ବଡ଼ କାମ କରି ନଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଏହାର ବି ଜବାବ ରଖିଛନ୍ତି ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ମୁଁ ଯାହା କାମ କରିଛି, ପ୍ରତ୍ୟେକ ବର୍ଷ ତା’ର ରିପୋର୍ଟ କାର୍ଡ ପ୍ରସ୍ତୁତ କରି ସାର୍ବଜଜନୀନ କରିଛି। ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତାମାନେ ତାକୁ ପଢ଼ି ମୁଁ କ’ଣ କରିଛି, ତାହା ଜାଣିପାରିବେ। ବିଜେଡିର ୧୨ ଜଣ ସାଂସଦ ଗତ ୫ ବର୍ଷରେ କ’ଣ କରିଛନ୍ତି, ତା’ର ରିପୋର୍ଟ କାର୍ଡ ସାର୍ବଜନୀନ କରନ୍ତୁ ମୁଖ୍ୟମନ୍ତ୍ରୀ।

Advertisment

ସୂଚନାଯୋଗ୍ୟ, ଭୁବନେଶ୍ୱରର ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ଭୋଟ୍ ଦେବାକୁ ଅପିଲ୍ କରି ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ଜାରି କରିଥିଲେ। ଏଥିରେ ସେ କହିଥିଲେ ଯେ ବର୍ତ୍ତମାନର ଭୁବନେଶ୍ୱର ସାଂସଦ ଗତ ୫ ବର୍ଷରେ ସେମିତି କିଛି ବଡ଼ କାମ କରି ନାହାନ୍ତି। ସେହିଭଳି ସେ ଏକାମ୍ର ଓ ଲିଙ୍ଗରାଜ ମନ୍ଦିରର ରୂପାନ୍ତରୀକରଣ କାର୍ଯ୍ୟକୁ ବନ୍ଦ କରିବାକୁ ଉଦ୍ୟମ କରିଥିଲେ ବୋଲି ନବୀନ କହିଥିଲେ।    

Naveen Patnaik Aparajita Sarangi 2024 General Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe