ଆସନ୍ତାକାଲି ରାଜ୍ୟ ବିଜେଡିର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ସମସ୍ତଙ୍କ ନଜର ଆସନ୍ତାକାଲି ହେବାକୁ ଥିବା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ଉପରେ । ପ୍ରତିବର୍ଷ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବସିଥାଏ ।ମାତ୍ର ଆସନ୍ତାକାଲି କାର୍ଯ୍ୟକାରିଣୀରେ ବିଜେଡି ନିର୍ବାଚନ ଅଧିକାରୀ ବଛାଯିବେ । ଯିଏ କି ଦଳୀୟ ନିର୍ବାଚନ ସମ୍ପନ୍ନ କରାଇବେ। ଏଥି ସହିତ ନିର୍ବାଚନ ପ୍ରତିଶ୍ରୁତି ବିଜେଡି କିପରି ପାଳନ କରିଛି ସେ ନେଇ କାର୍ଯ୍ୟକାରିଣୀରେ ଆଲୋଚନା ହେବ। ରାହୁଲ ଗାନ୍ଧିଙ୍କ ପଦଯାତ୍ରା, କେନ୍ଦ୍ରମନ୍ତ୍ରୀମାନଙ୍କର ଘନଘନ ଓଡିଶା ଗସ୍ତ ଭିତରେ ବିଜେଡି ମଧ୍ୟ ଆରମ୍ଭ କରିବ […]

bjd

Rakesh Mallick
  • Published: Tuesday, 22 September 2015
  • , Updated: 22 September 2015, 05:17 PM IST

ଭୁବନେଶ୍ୱର: ସମସ୍ତଙ୍କ ନଜର ଆସନ୍ତାକାଲି ହେବାକୁ ଥିବା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ଉପରେ । ପ୍ରତିବର୍ଷ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବସିଥାଏ ।ମାତ୍ର ଆସନ୍ତାକାଲି କାର୍ଯ୍ୟକାରିଣୀରେ ବିଜେଡି ନିର୍ବାଚନ ଅଧିକାରୀ ବଛାଯିବେ । ଯିଏ କି ଦଳୀୟ ନିର୍ବାଚନ ସମ୍ପନ୍ନ କରାଇବେ। ଏଥି ସହିତ ନିର୍ବାଚନ ପ୍ରତିଶ୍ରୁତି ବିଜେଡି କିପରି ପାଳନ କରିଛି ସେ ନେଇ କାର୍ଯ୍ୟକାରିଣୀରେ ଆଲୋଚନା ହେବ।

ରାହୁଲ ଗାନ୍ଧିଙ୍କ ପଦଯାତ୍ରା, କେନ୍ଦ୍ରମନ୍ତ୍ରୀମାନଙ୍କର ଘନଘନ ଓଡିଶା ଗସ୍ତ ଭିତରେ ବିଜେଡି ମଧ୍ୟ ଆରମ୍ଭ କରିବ ଲୋକସମ୍ପର୍କ ପଦଯାତ୍ରା। ଲୋକଙ୍କ ପାଖରେ କିପରି ରାଜ୍ୟ ସରକାରଙ୍କ ଯୋଜନା ପହଞ୍ଚାଯିବ, ତା'ର ଏକ ବ୍ଲ୍ୟୁ ପ୍ରିଣ୍ଟ୍ ପ୍ରସ୍ତୁତ କରିବ ରାଜ୍ୟ କାର୍ଯ୍ୟକାରିଣୀ। ବିଶେଷ କରି ନିର୍ବାଚନ ପ୍ରତିଶ୍ରୁତି ରାଜ୍ୟ ସରକାର କିପରି ପାଳନ କରିଛନ୍ତି ତା' ଉପରେ ଚର୍ଚ୍ଚା ହେବ ରାଜ୍ୟ କାର୍ଯ୍ୟକାରିଣୀରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଦଳୀୟ ନିର୍ବାଚନ ଅଧିକାରୀ ବଛା ଯିବେ । ୨୦୧୨ରେ ନିର୍ବାଚନ ଅଧିକାରୀ ଥିଲେ ପ୍ରଭାତ ତ୍ରିପାଠୀ। ଏବେ କିଏ ରହୁଛନ୍ତି, ତା' ଉପରେ ରହିଛଇ ସମସ୍ତଙ୍କ ନଜର। ଅକ୍ଟୋବର ୨ରୁ ୧୨ ଭିତରେ ହେବାକୁ ଥିବା ପଦଯାତ୍ରାରେ ଲୋକଙ୍କ ନିକଟରେ କି ବାର୍ତ୍ତା ପହଞ୍ଚାଯିବ, ତା'ଉପରେ ହିଁ କାର୍ଯ୍ୟକାରିଣୀରେ ଆଲୋଚନା ହେବ। ଏଥିରେ ୮୬ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ନିମନ୍ତ୍ରୀତ ବିଜେଡି ବିଧାୟକମାନେ ଯୋଗ ଦେବେ।

Related story